• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଥ ନିର୍ମାଣ ପାଇଁ କାଠ ଅନୁକୂଳ ଓ ଚନ୍ଦନଯାତ୍ରା

Proprietor Abhimanyu Maharana by Proprietor Abhimanyu Maharana
May 1, 2025
in ଓଡ଼ିଶା, ପୁରୀ, ହୋମ୍
0
ରଥ ନିର୍ମାଣ ପାଇଁ କାଠ ଅନୁକୂଳ ଓ ଚନ୍ଦନଯାତ୍ରା
Share on FacebookShare on TwitterWhatsapp

ପୁରୀ  (ଓଡ଼ିଶା ତାଜା ନ୍ୟୁଜ୍) :-  ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ବା ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥକାଠ ଶ୍ରୀନଅର ସମ୍ମୁଖ ଅନୁକୂଳ ହୋଇଛି । ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନାର ପରେ ସ୍ବର୍ଣ୍ଣ କୁରାଢୀରେ ସ୍ପର୍ଶ ଦିଆଯାଇଥିଲା । ରାଜ ପୁରୋହିତ ଓ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ବାରା ମା ସରସ୍ଵତୀଙ୍କ ପୂଜାର୍ଚ୍ଚନା କରାଯାଇ ତିନୋଟି ରଥକାଠକୁ ବନ୍ଦାପନା ପୂଜାର୍ଚ୍ଚନା କରାଯାଇଥିଲା । ଶ୍ରୀଜୀଉଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ବିଶ୍ବକର୍ମା ମହାରଣା ମାନେ ରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ କରିଥିଲେ ।

ଦୁଇଜଣ ଦେଉଳ ପୁରୋହିତ, ୧୧ଜଣ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ବାରା ବନଯାଗ ନୀତିରେ ଚାଳିଘରେ ହୋମ କରାଯାଇଥିଲା । ପୂଜାପଣ୍ଡା ଆଜ୍ଞାମାଳ ପ୍ରଦାନ ପରେ ସ୍ବର୍ଣ୍ଣ କୁରାଢୀରେ ରଥକାଠ ଅନୁକୂଳ ହୋଇଥିଲା । ଅକ୍ଷୟ ତୃତୀୟା ପର୍ବରେ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନଯାତ୍ରା ଶୁଭାରମ୍ଭ ହୋଇଛି । ୨୧ ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଦିନ ଚାପ ଓ ରାତି ଚାପ ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ଭୋଗମଣ୍ଡପ ସରିବା ପରେ ଓ ଆଜ୍ଞାମାଳ ପାଇବା ପରେ ମଣିବିମାନ ଓ ପାଲିଙ୍କିରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ରାମକୃଷ୍ଣ ,ଭୂଦେବୀ ଶ୍ରୀଦେବୀ ବିଜେ କରିଥିଲେ ।

ସିଂହଦ୍ବାର ଠାରେ ସୁସଜ୍ଜିତ ମହାପ୍ରଭୁ ମଣିବିମାନ ଓ ପାଲିଙ୍କିରେ ବିଜେ କରିଥିବା ବେଳେ ପଛରେ ପଞ୍ଚ ମହାଦେବ ଯଥା ଶ୍ରୀଲୋକନାଥ, ଶ୍ରୀଜମ୍ବେଶ୍ବର, ଶ୍ରୀମାର୍କଣ୍ଡେଶ୍ବର ,ଶ୍ରୀକପାଳମୋଚନ ଓ ଶ୍ରୀନୀଳକଣ୍ଠେଶ୍ବର ଏପରି ୧୦ଟି ଚଳନ୍ତି ପ୍ରତିମା ଘଣ୍ଟ ଘଣ୍ଟୁଆଙ୍କ ସହ ପାରମ୍ପରିକ କାହାଳୀ ବାଦ୍ଯର ତାଳେ ତାଳେ ଏକ ବିରାଟ ଶୋଭାଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀ ଚକଡାକୁ ବିଜେ କରିଥିଲେ । ଚକଡାରେ ରୂପା ପିଙ୍ଗଣରେ ଥିବା ସୁବାସିତ ଜଳରେ ପାଦଧ୍ବତ କରାଯାଇଥିଲା । ଦୁଇଟି ସୁସଜ୍ଜିତ ନନ୍ଦା ଓ ଭଦ୍ରା ଚାପ ନୌକାରେ ଚାପ ଖେଳିଥିଲେ । ପୁଷ୍କରିଣୀ ମଝିରେ ଥିବା ଚାପ ମନ୍ଦିରରେ ତିନୋଟି କୁଣ୍ଡରେ ଚନ୍ଦନ, କର୍ପୂର, କସ୍ତୁରୀ, ଜାଇଫଳ, ମଲ୍ଲୀ, ଚମ୍ପା, ଜୁଇ, ସୁଗନ୍ଧରାଜ ଓ ଗୋଲାପ ବ୍ଯବହାର କରାଯାଇ ସୁବାସିତ ଜଳ ପ୍ରସ୍ତୁତ ହୋଇଥିଲା ।

ସେଇ କୁଣ୍ଡରେ ଚଳନ୍ତି ପ୍ରତିମା ମାନେ ବୁଡ ପକାନ୍ତି । ନନ୍ଦା ଓ ଭଦ୍ରା ଚାପ ନୌକା ସମେତ ବୈଜୟନ୍ତୀ ଡଙ୍ଗା ବାଜା କାହାଳୀ ସହ ଜଳ କ୍ରୀଡା କରିଛନ୍ତି । ନରେନ୍ଦ୍ର ପୁଷ୍କରିଣୀ ରଙ୍ଗୀନ ଆଲୋକରେ ଝଲମଲ ହୋଇ ଆଲୋକିତ କରୁଥିବା ବେଳେ ସୁସଜ୍ଜିତ ସୁଗନ୍ଧିତ ପୁଷ୍ପରେ ମହକୁଛି ଚନ୍ଦନ ଚକଡା । ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ଓ ଭକ୍ତଙ୍କ ସମାଗମ ପାଇଁ ସ୍ବତନ୍ତ୍ର ବ୍ଯବସ୍ଥା ଗ୍ରହଣ କରାଯାଇଥିଲା । ଶ୍ରଦ୍ଧା ଭକ୍ତିର ସହ ଆଧ୍ୟାତ୍ମିକ ପରିବେଶ ମଧ୍ଯରେ ଲକ୍ଷାଧିକ ଭକ୍ତ ହରିବୋଲ, ହୁଳହୁଳି ସହ ଜୟ ଜଗନ୍ନାଥ ଧ୍ବନି ଦେଇ ମହାପ୍ରଭୁଙ୍କ ଏହି ଅପୂର୍ବ ଲୀଲା ଦର୍ଶନ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବନ୍ୟା କ୍ଷୟକ୍ଷତି ତୁଳନାରେ ସରକାରୀ ସହାୟତା ଅତ୍ୟନ୍ତ ନଗଣ୍ୟ, ତୁରନ୍ତ କ୍ଷତିପୂରଣ ପାଇଁ ଦାବି ଉଠାଇଲେ – ନବୀନ

ବନ୍ୟା କ୍ଷୟକ୍ଷତି ତୁଳନାରେ ସରକାରୀ ସହାୟତା ଅତ୍ୟନ୍ତ ନଗଣ୍ୟ, ତୁରନ୍ତ କ୍ଷତିପୂରଣ ପାଇଁ ଦାବି ଉଠାଇଲେ – ନବୀନ

November 8, 2026
ବ୍ଲକ ସ୍ତରୀୟ ମସ୍ଚ୍ୟ ଓ ପଶୁ ସମ୍ପଦ ମେଳା

ବ୍ଲକ ସ୍ତରୀୟ ମସ୍ଚ୍ୟ ଓ ପଶୁ ସମ୍ପଦ ମେଳା

November 8, 2026
ଧାନ କ୍ଷେତରେ ମାଛ ଚାଷ : ମାଲକାନଗିରି ଚାଷୀଙ୍କୁ ବୈଜ୍ଞାନିକ ଉପାୟରେ ତାଲିମ ଦେଲେ ବିଶେଷଜ୍ଞ

ଧାନ କ୍ଷେତରେ ମାଛ ଚାଷ : ମାଲକାନଗିରି ଚାଷୀଙ୍କୁ ବୈଜ୍ଞାନିକ ଉପାୟରେ ତାଲିମ ଦେଲେ ବିଶେଷଜ୍ଞ

November 8, 2026
ଚାନ୍ଦପୁର ରାମଚଣ୍ଡୀ ସରକାରୀ ନୋଡାଲ ହାଇସ୍କୁଲ ର ମଧ୍ୟାହ୍ନ ଭୋଜନ ଚାଉଳ ଚୋରୀ ଘଟଣାର ବିଭାଗୀୟ ତଦନ୍ତ ତୁରନ୍ତ ହେଉ

ଚାନ୍ଦପୁର ରାମଚଣ୍ଡୀ ସରକାରୀ ନୋଡାଲ ହାଇସ୍କୁଲ ର ମଧ୍ୟାହ୍ନ ଭୋଜନ ଚାଉଳ ଚୋରୀ ଘଟଣାର ବିଭାଗୀୟ ତଦନ୍ତ ତୁରନ୍ତ ହେଉ

November 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବନ୍ୟା କ୍ଷୟକ୍ଷତି ତୁଳନାରେ ସରକାରୀ ସହାୟତା ଅତ୍ୟନ୍ତ ନଗଣ୍ୟ, ତୁରନ୍ତ କ୍ଷତିପୂରଣ ପାଇଁ ଦାବି ଉଠାଇଲେ – ନବୀନ

ବନ୍ୟା କ୍ଷୟକ୍ଷତି ତୁଳନାରେ ସରକାରୀ ସହାୟତା ଅତ୍ୟନ୍ତ ନଗଣ୍ୟ, ତୁରନ୍ତ କ୍ଷତିପୂରଣ ପାଇଁ ଦାବି ଉଠାଇଲେ – ନବୀନ

November 8, 2026
ବ୍ଲକ ସ୍ତରୀୟ ମସ୍ଚ୍ୟ ଓ ପଶୁ ସମ୍ପଦ ମେଳା

ବ୍ଲକ ସ୍ତରୀୟ ମସ୍ଚ୍ୟ ଓ ପଶୁ ସମ୍ପଦ ମେଳା

November 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version