No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍ ) :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପକ୍ଷରୁ ମହାବିଦ୍ୟାଳୟ ପରିସରରେ + ୩ ଶେଷ ବର୍ଷ ଓ ସ୍ନତକୋତ୍ତର ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବିଭାଗୀୟ ମୁଖ୍ୟ ଡକ୍ଟର ସନ୍ତୋଷ କୁମାର ପଣ୍ଡା ସଭାପତିତ୍ୱ କରିଥିବା ବେଳେ ଡକ୍ଟର ବୈରାଗୀ ଚରଣ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ଯୋଗଦାନ କରି ଓଡ଼ିଆ ଭାଷା ହେଉଛି ଆମର ମାତୃଭାଷା ଓ ଏହି ଭାଷାର ପ୍ରଚାର ପ୍ରସାର ପାଇଁ ବିଭାଗର ଛାତ୍ରଛାତ୍ରୀମାନେ ଉଦ୍ୟମ କରିବା ଆବଶ୍ୟକ ବୋଲି କହିଥିଲେ ।
ସମ୍ମାନୀତ ଅତିଥି ଭାବେ ଡକ୍ଟର ସସ୍ମିତା ଦାସ, ଅଧ୍ୟାପିକା ସରସ୍ୱତୀ ଦେଉରୀ, ଅଧ୍ୟାପକ ନିରଞ୍ଜନ ଉପାଧ୍ୟାୟ, ଅଧ୍ୟାପକ ମହାଦେବ ପ୍ରଧାନ, ଅଧ୍ୟାପକ ପ୍ରକାଶ ଚନ୍ଦ୍ର ପ୍ରଧାନ ଓ ଅଧ୍ୟାପକ ଅନୀଲ୍ ପ୍ରଧାନ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀମାନେ ଭଲ ପାଠ ପଢ଼ି ବିଭାଗର ସୁନାମ ରକ୍ଷା ପାଇଁ ପରାମର୍ଶ ଦେଇଥିଲେ । ଅର୍ଜୁନ କୁମାର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବନ୍ଦିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result