No Result
View All Result
୧୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା ତଥା ବିଧାୟକ ପ୍ରାର୍ଥୀ ସୁବଳ ବେହେରା ପିପିଲି ଗୁଡିଆ ପୋଖରୀ ଛକ ଠାରେ ସଡକ ଦୁର୍ଘଟାରେ ଆହତ ହୋଇ ଡାହାଣ ଗୋଡଟି ଭାଙ୍ଗି ଯାଇଥିବା ବେଳେ ଆହତ ହୋଇଥିଲେ । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସା କରାଯିବା ପରେ ଭୁବନେଶ୍ୱର ଶିଶୁପାଳ ସ୍ଥିତ ନିଜସ୍ୱ ଘରେ ରହିଛନ୍ତି ।
ବିଭିନ୍ନ ସଂଗଠନ ଓ ଦଳୀୟ ନେତୃବୃନ୍ଦମାନେ ତାଙ୍କର ଆଶୁ ଆରୋଗ୍ୟ କାମନା ପାଇଁ ମା’ଚର୍ଚ୍ଚିକାଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରିଛନ୍ତି । ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ବାଙ୍କୀର ବରିଷ୍ଠ ବିଜେପି ନେତା ଶୁଭ୍ରାଂଶୁ ମୋନହ ପାଢୀ, ରାଜ୍ୟବିଜେପି ନେତା ଇଂ.ଜଗନ୍ନାଥ ପ୍ରଧାନ ଏବଂ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ତାଙ୍କ ବାସଭବନକୁ ଯାଇ ଆଶୁଆରୋଗ୍ୟ କାମନା କରିଛନ୍ତି ।
No Result
View All Result