No Result
View All Result
୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଣପୁର :- ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ଓଡିଶା ପୂରୀ ଆନୁକୂଲ୍ୟରେ ବିଷ୍ଣୁଡ଼ିହ ପୂର୍ଣ୍ଣାନନ୍ଦ ସାରସ୍ୱତ ପାଠ ଗାର ପରିସରରେ ପଞ୍ଚସଖା ସାହିତ୍ୟ ରେ ଶ୍ରୀଜଗନ୍ନାଥ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଟ୍ରଷ୍ଟ ର ସମ୍ପାଦକ ଲଷ୍ମୀ ନାରାୟଣ ପଟ୍ଟନାୟକ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଆଲୋଚନା ଚକ୍ର ରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ମୁଖ୍ୟବକ୍ତା ଭାବେ ମୀନକେତନ ଦାସ ସନମାନିତ ଅତିଥିଭାବେ ଅଧ୍ୟାପକ ଡ଼ଃ ପ୍ରମୋଦ କୁମାର ଦଳାଇ,

ଐତିହାସିକ ମଦନ ମହାପାତ୍ର, ପାଠାଗାର ର ସଂଗ୍ରାହକ ଗବେଷକ ଗୋକୁଳାନନ୍ଦ ଦାସ, ପ୍ରାଧ୍ୟାପକ ସର୍ବେଶ୍ୱର ଷଡ଼ଙ୍ଗୀ ପ୍ରମୁଖ ମଂଚାସୀନ ଥିଲେ ପ୍ରାରମ୍ଭରେ ସର୍ବେଶ୍ୱର ଷଡ଼ଙ୍ଗୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ମଦନ ମୋହନ ମହାପାତ୍ର ଆଲୋଚନା ଚକ୍ର ର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ l ବକ୍ତାମାନେ କହିଥିଲେ ଷୋଡଶ ଶତାବ୍ଦୀ ପ୍ରାରମ୍ଭରେ ପଞ୍ଚଶାଖା ରୂପେ ପରିଚିତ ବଳରାମ, ଜଗନ୍ନାଥ, ଅଚୁତ, ଯଶବନ୍ତ, ଅନନ୍ତ ଙ୍କ ସାହିତ୍ୟ କୃତିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଜ୍ଞାନମିଶ୍ର ଭକ୍ତି ର ପ୍ରାଧ୍ୟାନ୍ୟ ପ୍ରକଟ ହୋଇଛି l
ତେଣୁ ଏହି ଆଧ୍ୟାତ୍ମିକ ସାହିତ୍ୟ କୃତିଟି ଜ୍ଞାନମିଶା ଭକ୍ତି ର ମାର୍ଗ ଅଟେ ସପ୍ତାଙ୍ଗ ଯୋଗାସାଧନା ସହ ଓଡ଼ିଆ ଭାଷାତତ୍ୱ ଓ ଧ୍ୱନିବିଦ୍ୟାର ମୌଳିକ ସ୍ୱରୂପ ଷଡଚକ୍ର ସାଧନା ପଦ୍ଧତିରେ ମୂଳଧାର ସ୍ୱାଧୀଷ୍ଠାନ ମଣିପୁର ହୃଦୟ କଣ୍ଠ ଓ ଆଜ୍ଞ୍ୟାଚକ୍ର ସହସ୍ର ର ଚକ୍ର ରେ ଆତ୍ମା ପରମାତ୍ମା ର ମିଳନକୁ ନିତ୍ୟ ରାସ କୁହାଯାଇଛି ଏହି ଅବସରରେ ଗୋକୁଳା ନନ୍ଦ ଦାସ ଙ୍କୁ ମହର୍ଷି ବାଲ୍ମୀକି ସାରସ୍ୱତ ସନମାନ ରେ ସନମାନିତ କରିଥିଲେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ମୀନକେତନ ଦାସ, ପ୍ରତିଭା ଦାଶ, ଡ଼ଃ ସସ୍ମିତା ମିଶ୍ର ଙ୍କୁ ଯଥାକ୍ରମେ ଆଦିକବି ସାରଳା ଦାସ ଓ କୁନ୍ତଳା କୁମାରୀ ସାରସ୍ୱତ ସନମାନ ପ୍ରଦାନ କରିଥିଲେ ଆଲୋଚନା ଚକ୍ର ରେ ଡ଼ଃ ସସ୍ମିତା ମିଶ୍ର, ପ୍ରତିଭା ଦାଶ ଲଷ୍ମୀଧର ପ୍ରଧାନ, ଗୋପୀନାଥ ଦାସ, ଭିକାରି ପ୍ରଧାନ, ସ୍ମୃତି ପଟ୍ଟନାୟକ, ଅଶୋକ ପାଇକରାୟ, ବିଶ୍ୱମ୍ବର ବିଶ୍ୱାଳ ଓ ରମେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ପରିଶେଷରେ ଗୋକୁଳାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l
No Result
View All Result