No Result
View All Result
୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବୋଲଗଡ଼ :- ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ 28 ଟି ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପଞ୍ଚଦଶ ମାସିକ ସମ୍ମିଳନୀ ଶନିବାର ଦିନ କାହ୍ନୁଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ, କଳାଙ୍ଗଠାରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ସମ୍ମିଳନୀ ଗୋଷ୍ଠୀ ଶିକ୍ଷାଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟଙ୍କ ପୌରୋହିତ୍ୟ ଓ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୋଚିନ୍ଦ୍ର ଦାସଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ନିକଟ ଅତୀତରେ ଇହଲୀଲା ସମ୍ବରଣ କରିଥିବା ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୀତାରାଣୀ ସ୍ବାଇଁଙ୍କ ଆତ୍ମାର ସଦଗତି ନିମିତ୍ତ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।
.ନୂତନ କରି ସରକାରୀ ଉଚ୍ଚ ବିଦ୍ୟାଳୟ, ଗେଡିଆପଲ୍ଲୀରେ ଯୋଗ ଦେଇଥିବା ଯୋଗେଶ ଚନ୍ଦ୍ର ସାମନ୍ତ ସାମନ୍ତସିଂହାରଙ୍କୁ ସ୍ୱାଗତ କରି ସମ୍ବର୍ଦ୍ଧନା ଦିଆଯାଇଥିଲା । ତାହାପରେ ସହଗୋଷ୍ଠୀ ଶିକ୍ଷାଧିକାରିଣୀ ଅମିତା ମିଶ୍ର ଗତ ବୈଠକର ବିବରଣୀ ପଠନ କରିଥିଲେ । ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ବଳବନ୍ତରାୟ ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ନାଥ ସ୍ୱାଇଁ କାର୍ଯ୍ୟସୂଚୀ ଅନ୍ତର୍ଗତ ସମସ୍ତ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ପ୍ରଧାନ ଶିକ୍ଷକ ବଦ୍ରୁଲ ହାସନ ଖାଁ ଶିଶୁବାଟିକାରେ ନାମ ଲିଖନ ଓ ଶିକ୍ଷାଦାନ, ପୀତବାସ ଲେଙ୍କା ରାଷ୍ଟ୍ରିୟ ଆବିଷ୍କାର ଅଭିଯାନ ଆନୁକୂଲ୍ୟରେ ସରକାରୀ ଅର୍ଥ ସହାୟତାରେ ହେବାକୁ ଥିବା ଏକ୍ସପୋଜର ଭିଜିଟ, ଅମର କୁମାର ବେହେରା ଓ ରବୀନ୍ଦ୍ର କୁମାର ବେହେରା ଆଲୁମିନି କମିଟି ଗଠନ, କ୍ଷେତ୍ର ମୋହନ ରଣା, ବନମାଳି ସାହୁ ଉକ୍ତ କମିଟିର କାର୍ଯ୍ୟ, ଧ୍ରୁବ ଚରଣ ତ୍ରିପାଠୀ ଓ ଧ୍ରୁବାନନ୍ଦ ନାୟକ ଆଲୁମିନି କମିଟି ଦ୍ୱାରା ପ୍ରଦତ୍ତ ଅର୍ଥ,
ଶ୍ରମ ଏବଂ ଜିନିଷକୁ କଣ୍ଟ୍ରିବ୍ୟୁସନ ରେଜିଷ୍ଟରରେ ଉଲ୍ଲେଖ କରିବା ପଦ୍ଧତି,ଯୋଗେଶ ଚନ୍ଦ୍ର ସାମନ୍ତସିଂହାର,ପ୍ରମୋଦ କୁମାର ସାହୁ ବିଜ୍ଞାନାଗାରର ବ୍ୟବହାର, ବିଦ୍ୟାଧର ମହାରଣା ଏବଂ ଶ୍ରୀଧର ସାହୁ ଇ -ପାଠଗାର ଦ୍ୱାରା ବିଦ୍ୟାର୍ଥୀ ମାନଙ୍କୁ ପୁସ୍ତକ ବଣ୍ଟନ ଓ ସମ୍ପୃକ୍ତ ରେଜିଷ୍ଟରରେ ଲିଖନ ପଦ୍ଧତି ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ କହିଥିଲେ ଯେ ଓଡିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ 2023 ମସିହା ସେପ୍ଟେମ୍ବର 22ତାରିଖର ପତ୍ରାଙ୍କ 24175 ରେ ମାସିକ ପ୍ରଧାନ ଶିକ୍ଷକ ସମ୍ମିଳନୀରେ ସଂପୃକ୍ତ ଉଚ୍ଚ ବିଦ୍ୟାଳୟ ବ୍ୟୟ କରୁଥିବା ଅର୍ଥରାଶି ମୋ ସ୍କୁଲ ଏକାଡେମିକ ଏନରିଚମେଣ୍ଟ /ସମଗ୍ର ଶିକ୍ଷାର କମ୍ପୋଜିଟ ଗ୍ରାଣ୍ଟରୁ ଭରଣା କରିବାକୁ ଉଲ୍ଲେଖ କରାଯାଇଥିଲେ ହେଁ କେଉଁ ବାବଦରେ କେତେ ଅର୍ଥ ଖର୍ଚ୍ଚ ହେବ ସ୍ପଷ୍ଟ କରାଯାଇନାହିଁ ।
ପୁରୀ ଜିଲ୍ଲା ଶିକ୍ଷାଧିକାରୀଙ୍କ ତା30.12.2023 ରିଖର ପତ୍ରାଙ୍କ 14800ରେ କେଉଁ ବାବଦରେ କେତେ ଖର୍ଚ୍ଚ କରାଯିବ ପୁରୀ ଜିଲ୍ଲା ପ୍ରଧାନ ଶିକ୍ଷକ ସମ୍ମିଳନୀ ପାଇଁ ଅବଗତ କରାଯାଇଛି ।ବୋଲଗଡ଼ ବ୍ଲକ ଏହାକୁ କାର୍ଯ୍ୟକାରୀ କରିପାରିବ କି ବୋଲି ଶ୍ରୀ ସ୍ବାଇଁ ପ୍ରଶ୍ନ କରିବାରେ ଉପସ୍ଥିତ ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଉକ୍ତ ଖର୍ଚ୍ଚ ପାଇଁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରିଣୀଙ୍କଠରୁ ଅନୁମତି ଲୋଡିବାକୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ନିବେଦନ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ସାହୁ, ସୁକାନ୍ତି ଦେଇ ଆସନ୍ତା ପ୍ରବେଶ ଉତ୍ସବ, ସ୍ନିଗ୍ଧା ମହାପାତ୍ର ଓ ପ୍ରଣତି ସିଂହ ସ୍ମାର୍ଟ ବୋର୍ଡ ଦ୍ୱାରା ଶିକ୍ଷାଦାନ ସଂବନ୍ଧରେ ମତ ବ୍ୟକ୍ତ କରିଥିଲେ। କାହ୍ନୁଚରଣ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ପରିଶେଷରେ ପ୍ରମୋଦ କୁମାର ସ୍ୱାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

No Result
View All Result