No Result
View All Result
୬ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଣପୁର :- ବାଣପୁର ବ୍ଲକ ଅନ୍ତର୍ଗତ କହ୍ନେଇ ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୟୁଥ୍ ଓ ଇକୋ କ୍ଲବ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ବର୍ଷର ବିଭିନ୍ନ ସମୟରେ ସମ୍ପୃକ୍ତ ଦିବସ ଗୁଡିକ ସୁଚାରୁ ରୂପେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପାଳିତ ହେବା ପରେ ଚଳିତ ଆର୍ଥିକ ବର୍ଷରେ ଏହା ଥିଲା ସମୀକ୍ଷା ର ଦିବସ। ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବାସୁଦେବ ବାରିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ମୁଖ୍ୟ ଅତିଥି ଭାବେ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ଯୋଗଦେଇ ପରିବେଶ ସୁରକ୍ଷା ର ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରି ପୁନଶ୍ଚ ପ୍ରୃଥିବୀ ର ଆହ୍ୱାନ ଦେଇଥିଲେ।
ଇକୋ କ୍ଲବ ର ପରିଚାଳନା ଦାୟିତ୍ଵ ରେ ଥିବା ବିଜ୍ଞାନ ଶିକ୍ଷକ ଆଲୋକ କୁମାର ବରାଳ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ପଠନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଦୁର୍ଗା ଚରଣ ମହାପାତ୍ର,ସରୋଜ କୁମାର ସ୍ବାଇଁ, ଶିକ୍ଷୟିତ୍ରୀ ଟିକିନା କୁମାରୀ ଭାରି ମଲ୍ଲ, ଵିଦ୍ୟା ଳୟ ପରିଚାଳନା କମିଟିର ସଭାପତି ସୁରେଶ କୁମାର ସେଠୀ ପରିବେଶ ସୁରକ୍ଷା ଉପରେ ବକ୍ତବ୍ୟ ପ୍ରଦାନ କରି ଉକ୍ତ ବିଦ୍ୟାଳୟର ଭୂମିକା ଉପରେ ଆଲୋଚନା ରଖିଥିଲେ। ବର୍ଷର ବିଭିନ୍ନ ସମୟରେ ବିଭିନ୍ନ ଦିବସରେ ଏହି କାର୍ଯ୍ୟକ୍ରମରେ ସଫଳତା ର ସହ ଅଂଶ ଗ୍ରହଣ କରି କ୍ରୃତୀତ୍ଵ ହାସଲ କରି ଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇ ଥିଲା। ଶିକ୍ଷକ ଦୁର୍ଗା ଚରଣ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।
No Result
View All Result