No Result
View All Result
୫ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା-ଜଟଣୀ :- ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ୍ ଆନୁକୁଲ୍ୟରେ ଆୟୋଜିତ ପୁରୁଷ ଟି୨୦ର ଆଜି ୨ୟ ଦିନର ପ୍ରଥମ ଲିଗ୍ ମ୍ୟାଚ୍ ମେଟ୍ରୋ ରେଲୱେ ଏବଂ ପଶ୍ଚିମ ମଧ୍ୟ ରେଲୱେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମେଟ୍ରୋ ରେଲୱେ ଏହି ମ୍ୟାଚକୁ ୫ ୱିକେଟ୍ ରେ ଜିତିଥିଲା। ମେଟ୍ରୋ ରେଲୱେର, ଅଭିଜିତ ସିଂ, ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ। ପଶ୍ଚିମ ମଧ୍ୟ ରେଲୱେ ୨୦ ଓଭର ୯ ୱିକେଟ୍ ବିନିମୟରେ ୧୧୫ ରନ୍ ସଂଗ୍ରହ କରିଥିବା ବେଳେ ମେଟ୍ରୋ ରେଲୱେ ପାଞ୍ଚ ୱିକେଟ୍ ୧୯ ଓଭର ୨ ବଲରେ ୧୧୮ ରନ୍ ସଂଗ୍ରହ କରି ବିଜୟୀ ହୋଇଛି ।

ସେହିପରି ଦ୍ଵିତୀୟ ଲିଗ୍ ମ୍ୟାଚ୍ ଦକ୍ଷିଣ ପୂର୍ବ ମଧ୍ୟ ରେଲୱେ ଏବଂ ଉତ୍ତର ମଧ୍ୟ ରେଲୱେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏହି ମ୍ୟାଚକୁ ଦକ୍ଷିଣ ପୂର୍ବ ମଧ୍ୟ ରେଲୱେ ୪ ୱିକେଟରେ ଜିତିଥିଲା।ଦକ୍ଷିଣ ପୂର୍ବ ମଧ୍ୟ ରେଲୱେର ଶିଭମ୍ ଚୌଧୁରୀ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ। ଶ୍ରୀ ସତ୍ୟ କୁମାର ଉପାଧ୍ୟାୟ, ଖୋର୍ଦ୍ଧାରୋଡ଼ ମଣ୍ଡଳ ବିତ୍ତ ପ୍ରବନ୍ଧକ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟ୍ରଫି ପ୍ରଦାନ କରିଥିଲେ। ଦ୍ୱିତୀୟାର୍ଦ୍ଧ ଖେଳରେ ଉତ୍ତର ମଧ୍ୟ ରେଲୱେ- ୨୦ ଓଭର ୯ ୱିକେଟରେ ୧୧୧ରନ୍ କରିଥିଲା। ଜବାବରେ ଦକ୍ଷିଣ ପୂର୍ବ ମଧ୍ୟ ରେଲୱେ ୧୮ ଓଭର ୫ ବଲ ୬ ୱିକେଟରେ ୧୧୨ ରନ୍ କରି ବିଜୟୀ ହୋଇଥିଲା। କ୍ରୀଡା ଅଧିକାରୀ ଏମ୍ ଡି ଜାକିରୁଦିନ ମ୍ୟାଚ୍ ପରିଚାଳନା କରିଥିଲେ।
No Result
View All Result