No Result
View All Result
୫ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା-ଜଟଣୀ :- ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ, ଖୋର୍ଦ୍ଧାରୋଡ଼ ଦ୍ୱାରା ଆୟୋଜିତ ପୁଲ୍-ଏର ଛଅଟି ରେଳ ଜୋନ୍ ମଧ୍ୟରେ ୧୫ ଟି ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ, ଖୋର୍ଦ୍ଧାରୋଡ଼ ଦ୍ୱାରା ଆୟୋଜିତ ୬୮ ତମ “ଅଲ ଇଣ୍ଡିଆ ରେଲୱେ ଟି-୨୦ ପୁରୁଷ କ୍ରିକେଟ୍ ଚାମ୍ପିୟନଶିପ (ଏଲିଟ୍ ପୁଲ୍-ଏ) ୨୦୨୪-୨୫ ରେଲୱେ ଷ୍ଟାଡିୟମରେ ଉଦ୍ଘାଟିତ ହୋଇଯାଇଛି। ଖୋର୍ଦ୍ଧା ରୋଡ଼ର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍ ଏସ ବାଜ୍ଵା,ଏହି ଟୁର୍ନାମେଣ୍ଟକୁ ଉଦ୍ଘାଟନ କରିଛନ୍ତି। ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି) ଶ୍ରୀ ପି.କେ. ବେହେରା,କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ, ଖୋର୍ଦ୍ଧାରୋଡ଼, ଶ୍ରୀ ହିମାଦ୍ରି ଭୂଷଣ ବିଶ୍ଵାଳ ଏବଂ ଅନ୍ୟ ଶାଖା ଅଧିକାରୀ ମାନେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ମୋଟ ଛଅଟି ରେଲୱେ ଜୋନ୍ ଯଥା ଉତ୍ତର ମଧ୍ୟ ରେଲୱେ,ପୂର୍ବ ରେଲୱେ, ମେଟ୍ରୋ ରେଲୱେ,ପଶ୍ଚିମ ମଧ୍ୟ ରେଲୱେ,ଦକ୍ଷିଣ ପୂର୍ବ ମଧ୍ୟ ରେଲୱେ ଏବଂ ପୂର୍ବ ତଟ ରେଲୱେ,ଏହି ଏଲିଟ୍ ପୁଲ୍-ଏ ଲିଗ୍ ମ୍ୟାଚ୍ ରେ ଅଂଶଗ୍ରହଣ କରୁଛନ୍ତି। ୦୪.୦୩.୨୦୨୫ ରୁ ୧୦.୦୩.୨୦୨୫ ପର୍ଯ୍ୟନ୍ତ ୬ ଟି ଜୋନ୍ ମଧ୍ୟରେ ମୋଟ ୧୫ ଟି ଲିଗ୍ ମ୍ୟାଚ୍ ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ଅବସରରେ ଯୋଗଦେଇ ଶ୍ରୀ ଏଚ୍ ଏସ ବାଜ୍ଵା, ସେମାନଙ୍କର ସୁସ୍ଥ ଅଂଶଗ୍ରହଣ ପାଇଁ ସମସ୍ତ ଦଳକୁ,ତାଙ୍କର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ପୁଲ୍-ଏ ଟୁର୍ନାମେଣ୍ଟ ଆୟୋଜନ କରିବା, ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ, ଖୋର୍ଦ୍ଧାରୋଡ଼ ପାଇଁ ଏକ ଗୌରବର ବିଷୟ। ଖେଳାଳିଙ୍କ ସୁବିଧା ପାଇଁ ଡିଭିଜନ ବିସ୍ତୃତ ବ୍ୟବସ୍ଥା କରିଛି।

ସ୍ଥାନୀୟ କ୍ରିକେଟ୍ ପ୍ରେମୀମାନେ ଏହି ଟୁର୍ନାମେଣ୍ଟର ଆନନ୍ଦ ନେଇ ପାରିବେ ବୋଲି ସେ କହିଛନ୍ତି। ଭାରତୀୟ ରେଳବାଇ, ବିଭିନ୍ନ ଜୋନର ୨୭ଟି ଦଳ ପାଇଁ ୪ଟି ବିଭିନ୍ନ ସ୍ଥାନରେ ଯଥା,ଖୋର୍ଦ୍ଧା ରୋଡ଼ରେ ପୁଲ୍-ଏ, କପୂରୁତାଲା ରେ ପୁଲ୍-ବି, ପଟିଆଲା ରେ ପୁଲ୍-ସି ଏବଂ ଗୌହାଟୀ ରେ ପୁଲ୍–ଡି ପାଇଁ, ବିଭିନ୍ନ ଲିଗ୍ ମ୍ୟାଚ୍ ଆୟୋଜନ କରୁଛି। ଆଜିର ପ୍ରଥମ ଲିଗ୍ ମ୍ୟାଚ୍ ପୂର୍ବ ତଟ ରେଲୱେ ଏବଂ ଉତ୍ତର ମଧ୍ୟ ରେଲୱେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ପୂର୍ବ ତଟ ରେଲୱେ ଏହି ମ୍ୟାଚକୁ ୬ ରନରେ ଜିତିଥିଲା। ଇଷ୍ଟକୋଷ୍ଟ ରେଳବାଇର ଶ୍ରୀ ଅଙ୍କିତ ଯାଦବ, ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି) ଶ୍ରୀ ପି.କେ. ବେହେରା,ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟ୍ରଫିକୁ ପ୍ରଦାନ କରିଥିଲେ। ଆଜିର ଦ୍ଵିତୀୟ ଲିଗ୍ ମ୍ୟାଚ୍,ପୂର୍ବ ରେଲୱେ ଏବଂ ଦକ୍ଷିଣ ପୂର୍ବ ମଧ୍ୟ ରେଲୱେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଦକ୍ଷିଣ ପୂର୍ବ ମଧ୍ୟ ରେଲୱେ ଏହି ମ୍ୟାଚକୁ ୭ ୱିକେଟରେ ଜିତିଥିଲା। ଦକ୍ଷିଣ ପୂର୍ବ ମଧ୍ୟ ରେଳବାଇର ଶ୍ରୀ ଅମିତ୍ ମିଶ୍ର, ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ। ଟୁର୍ନାମେଣ୍ଟର ସମସ୍ତ ମ୍ୟାଚ୍ କ୍ରୀଡା ସଚିବ ଏମ୍ ଡି ଜାକିରୁଦ୍ଦିନ ତଥା ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ ଆସୋସିଏସନର ସଦସ୍ୟ ମାନଙ୍କ ଦ୍ୱାରା ଅନୁଷ୍ଠିତ କରାଯାଉଛି।
No Result
View All Result