No Result
View All Result
୫ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ଖୋର୍ଦ୍ଧା-ଜଟଣୀ :- ଦୈନିକ ଯାତ୍ରୀମାନଙ୍କ ପାଇଁ ଅଣସଂରକ୍ଷିତ ଏବଂ ସିଜିନ୍ ଟିକେଟ ବୁକିଂର ଏକ ସରଳ ଏବଂ ସୁରକ୍ଷିତ ଡିଜିଟାଲ୍ ପଦ୍ଧତି।ଆର୍-ୱାଲେଟ୍ ରିଚାର୍ଜ କରିବା ସମୟରେ ରିଚାର୍ଜ ମୂଲ୍ୟର ୩% ବୋନସ୍।ୟୁଟିଏସ ମୋବାଇଲ ଆପ୍ରେ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ଦୈନିକ ଯାତ୍ରୀମାନଙ୍କୁ ମୋବାଇଲ୍ ଟିକେଟ୍ ଚୟନ କରିବାକୁ ଉତ୍ସାହିତ କରିବା ପାଇଁ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଦ୍ୱାରା ଏକ ସ୍ୱତନ୍ତ୍ର ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଅଣସଂରକ୍ଷିତ ଟିକେଟ୍ ସିଷ୍ଟମ୍ (ୟୁ ଟି ଏସ୍) ମୋବାଇଲ୍ ଆପ୍,ହେଉଛି ଭାରତୀୟ ରେଳବାଇର ଏକ ସରକାରୀ ମୋବାଇଲ୍ ଟିକେଟ୍ ଆପ୍ଲିକେସନ୍, ଯାହା ଯାତ୍ରୀମାନଙ୍କୁ ସେମାନଙ୍କ ସ୍ମାର୍ଟଫୋନ୍ ବ୍ୟବହାର କରି ଟ୍ରେନ୍ ମାଧ୍ୟମରେ ଯାତ୍ରା କରିବା ପାଇଁ ଅଣସଂରକ୍ଷିତ ଟିକେଟ୍ ବୁକ୍ କରିବାକୁ ଅନୁମତି ଦିଏ।
ଟିକେଟ କିଣିବା ପାଇଁ ଲମ୍ବା ଧାଡ଼ିରେ ଠିଆ ହେବା ପରିବର୍ତ୍ତେ, ଯାତ୍ରୀମାନେ ୟୁଟିଏସ ମୋବାଇଲ୍ ଆପ୍ ମାଧ୍ୟମରେ କାଗଜବିହୀନ ଯାତ୍ରା ଟିକେଟ୍, ସିଜିନ୍ ଟିକେଟ୍ ଏବଂ ପ୍ଲାଟଫର୍ମ ଟିକେଟ୍ ବୁକ୍ କରିପାରିବେ ଏବଂ ଟିକେଟ୍ ମୋବାଇଲ୍ ଆପ୍ଲିକେସନ୍ରେ ହିଁ ବିତରଣ କରାଯିବ । ଯାତ୍ରୀ ଟିକେଟର ହାର୍ଡକପି ନ’ନେଇ ଯାତ୍ରା କରିପାରିବେ। ଟିକେଟ୍ ପାଇଁ ଡିଜିଟାଲ୍ ଦେୟ ନେଟ୍-ବ୍ୟାଙ୍କିଂ /ଡେବିଟ୍ କାର୍ଡ/କ୍ରେଡିଟ୍ କାର୍ଡ/ ୟୁପିଆଇ/ୱାଲେଟ୍ ଇତ୍ୟାଦି ମାଧ୍ୟମରେ ହେବ। ୟୁଟିଏସ ମୋବାଇଲ୍ ଆପ୍ ବ୍ୟବହାରକୁ ଉତ୍ସାହିତ କରିବା ପାଇଁ,ରେଳ ମନ୍ତ୍ରଣାଳୟ ଏହାର ଲୋକପ୍ରିୟ ଯୋଜନାକୁ ବିସ୍ତାର କରିଛି, ୟୁଟିଏସ ମୋବାଇଲ୍ ଆପ୍ ମାଧ୍ୟମରେ ଅଣସଂରକ୍ଷିତ ଟିକେଟ୍ ବୁକିଂ ପାଇଁ ଆର୍ -ୱାଲେଟ୍ ରିଚାର୍ଜ ଉପରେ ୩% ବୋନସ୍ ପ୍ରଦାନ କରୁଛି।ଏହି ବୋନସ୍ ତୁରନ୍ତ ଆର୍-ୱାଲେଟ୍ ବ୍ୟବହାରକାରୀଙ୍କ ନିକଟକୁ ଜମା ହେଇଯିବ ଏବଂ ଏହାକୁ ଭବିଷ୍ୟତରେ ବୁକିଂ ପାଇଁ ବ୍ୟବହାର କରାଯାଇପାରି।
ଏହି ରେଳ ଟିକେଟ୍ ୱାଲେଟ୍ ୟୁଟିଏସ ମୋବାଇଲ୍ ଆପ୍ ମଧ୍ୟରେ ଉପଲବ୍ଧ,ଯାହା ଡିଜିଟାଲ୍ ପେମେଣ୍ଟକୁ ଆହୁରି ପ୍ରୋତ୍ସାହିତ କରୁଛି । ଶ୍ରୀ ଅନିଲ କୁମାର ଏସ୍ ବରିଷ୍ଠ ମଣ୍ଡଳ ବାଣିଜ୍ୟି ପ୍ରବନ୍ଧକଙ୍କ ମାର୍ଗଦର୍ଶନରେ, ଖୋର୍ଦ୍ଧାରୋଡ଼ ଡିଭିଜନ୍ ୟୁଟିଏସ ମୋବାଇଲ୍ ଆପ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ଭୁବନେଶ୍ୱର ରେଳ ଷ୍ଟେସନରେ ଯାତ୍ରୀମାନଙ୍କୁ ୟୁଟିଏସ ମୋବାଇଲ୍ ଆପ୍ର ନିର୍ଦ୍ଦେଶାବଳୀ ସମ୍ବଳିତ ଲିଫଲେଟ୍ ବଣ୍ଟନ କରାଯାଉଛି। ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ୍ ଗୁଡ଼ିକରେ ଟିକେଟ୍ ବୁକିଂ ଏବଂ ଟିକେଟ୍ ଯାଞ୍ଚ କର୍ମଚାରୀ ମାନଙ୍କୁ ନେଇ ହେଲ୍ପ ଡେସ୍କ ସ୍ଥାପନ କରାଯାଉଛି,
ଯାହା ଦ୍ଵାରା ଯାତ୍ରୀମାନଙ୍କୁ ୟୁଟିଏସ ମୋବାଇଲ୍ ଆପ୍ ମାଧ୍ୟମରେ ଅଣସଂରକ୍ଷିତ ଟିକେଟ୍ ବୁକ୍ କରିବା ସମୟରେ ମାର୍ଗଦର୍ଶନ କରାଯାଇପାରିବ ଏବଂ ମୋବାଇଲ୍ ଟିକେଟିଂର ବିଭିନ୍ନ ଅଦ୍ୟତନ ବୈଶିଷ୍ଟ୍ୟ ଗୁଡ଼ିକ ବିଷୟରେ ସଚେତନ କରାଯାଇ ପାରିବ। ଭାରତରେ ଡିଜିଟାଲ୍ ପେମେଣ୍ଟ୍ ଏକ ବଡ ପରିବର୍ତ୍ତନ ହୋଉଛି ଟିକେଟ କାଉଣ୍ଟରରେ ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର, ସମସ୍ତ ୧୧୩ଟି ରେଳ ଷ୍ଟେସନରେ କ୍ୟୁଆର୍ କୋଡ୍ ଡିଭାଇସ୍ ସ୍ଥାପନ କରିଛି। ରେଳ ବ୍ୟବହାରକାରୀଙ୍କ ପାଇଁ ଏକ ସୁରକ୍ଷିତ ଏବଂ ଆରାମ ଦାୟକ ଅଭିଜ୍ଞତା ନିଶ୍ଚିତ କରିବା ପାଇଁ, ମଣ୍ଡଳ ଦ୍ୱାରା ପ୍ରତ୍ୟେକ ଆଧୁନିକ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରାଯାଉଛି ।

No Result
View All Result