No Result
View All Result
୩ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା-ଜଟଣୀ :- ଚଳିତ ଫେବୃଆରୀ ମାସରେ ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ପ୍ରତିଦିନ ହାରାହାରି ୧୩୦.୫ ରେକ୍ ମାଲ ପରିବହନ କରି ରେକର୍ଡ ହାସିଲ କରିବା ସହିତ ଏକ ଉଲ୍ଲେଖନୀୟ ପ୍ରଦର୍ଶନ ପଞ୍ଜିକରଣ କରିଛି । ମଣ୍ଡଳ ଗତ ମାର୍ଚ୍ଚ ୨୦୨୪ ରେ କରିଥିବା ତାର ନିଯର ରେକର୍ଡ ଅତିକ୍ରମ କରିଛି, ଯାହା ପ୍ରତିଦିନ ହାରାହାରି ୧୨୮.୧ ରକ୍ ଥିଲା । ୨୦୨୫ ଫେବୃଆରୀ ମାସରେ,ଯଥା ୧ ଫେବୃଆରୀରୁ ୨୮ ଫେବୃଆରୀ ମଧ୍ୟରେ, ଡିଭିଜନ୍,ବିଭିନ୍ନ ଲୋଡିଂ ପଏଣ୍ଟରୁ ସମୁଦାୟ ୩୬୫୫ ରେକ୍ ଲୋଡିଙ୍ଗ୍ କରିଛି ।
ଫେବୃଆରୀ ୨୦୨୫ ମାସରେ, ପାରାଦୀପ ଲୋଡିଂ ପଏଣ୍ଟ, ପ୍ରତିଦିନ ହାରାହାରି ୨୯.୧ ରେକ୍ ମାଲ ପରିବହନ କରି, ସର୍ବଶ୍ରେଷ୍ଠ ଲୋଡିଙ୍ଗ୍ ରେକର୍ଡ ହାସିଲ କରିଛି। ଏହି ମାଲ ପରିବହନ ମାଇଲ ଖୁଣ୍ଟରେ ମୁଖ୍ୟ ଯୋଗଦାନ କାରୀମାନେ ଖୋର୍ଦ୍ଧାରୋଡ ମଣ୍ଡଳ ଅଧୀନରେ ଥିବା ପ୍ରମୁଖ ଲୋଡିଂ ପଏଣ୍ଟ ଯଥା ତାଳଚେର, ଧାମରା, ମେରାମଣ୍ଡଳି, ଯଖପୁରା, ସୁକିନ୍ଦା, କେରଜଙ୍ଗ, ନୟାଗଡ଼ ଇତ୍ୟାଦି ।
ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ସମସ୍ତ ଲୋଡିଂ ପଏଣ୍ଟରେ ସରକାରୀ କ୍ଷେତ୍ର ଏବଂ ଶିଳ୍ପ ସହିତ ସଠିକ୍ ଯୋଜନା ଏବଂ ସମନ୍ୱୟ ଏହି ଲକ୍ଷ୍ୟ ହାସଲ କରିବାରେ ବହୁ ସହାୟକ ହୋଇଛି । ମାଲ ପରିବହନରେ ଏହି ସଫଳତା ପାଇଁ,ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ଏଚ୍.ଏସ୍. ବାଜୱା,ସମସ୍ତଙ୍କୁ ପ୍ରଶଂସା କରିଛନ୍ତି । ସମଗ୍ର ଦେଶରେ ବିଭିନ୍ନ ପାୱାର ହାଉସ୍, ଉତ୍ପାଦନକାରୀ କମ୍ପାନୀ, ଉତ୍ପାଦନ ୟୁନିଟ୍ ଏବଂ ଶିଳ୍ପ ଗୁଡିକର ଚାହିଦା ପୂରଣ କରିବା ପାଇଁ ସମସ୍ତଙ୍କୁ ସମାନ ସମର୍ପଣ ଭାବନା ସହିତ କାମ କରିବାକୁ ପରାମର୍ଶ ଦେଇଛନ୍ତି ।
No Result
View All Result