No Result
View All Result
୨୭ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଣପୁର :- ବାଣପୁର ବ୍ଲକ ଅନ୍ତର୍ଗତ ଦୀନବନ୍ଧୁ ପୁର କ୍ଲଷ୍ଟର ଅଧୀନ କହ୍ନେଇ ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ନିରାପତ୍ତା ଓ ପ୍ରଶିକ୍ଷଣ ଶିବିର ଶୀର୍ଷକ କାର୍ଯ୍ୟକ୍ରମ ଉଦ୍ ଯାପିତ ହୋଇ ଯାଇଛି।ରାଜ୍ୟ ଓସେପା ନିର୍ଦ୍ଦେଶାବଳୀ ଉପରେ ଆଧାରିତ ଏହି ପ୍ରଶିକ୍ଷଣ ଶିବିର ର ଅନ୍ତିମ ଦିବସରେ ଆୟୋଜିତ ସଭା ପ୍ରଧାନ ଶିକ୍ଷକ ବାସୁଦେବ ବାରିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା।
ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ର ଭୈ।ତିକ ପରିବେଶ ରେ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଇଛାକ୍ରୃତ ଓ ଅନିଚ୍ଛାକୃତ ତଥା ଆକସ୍ମିକ ବିପଦ ଆପଦ ର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ ଦୁର୍ଯୋଧନ ମୁଦୁଲି , ଆଲୋକ କୁମାର ବରାଳ,
ଦୁର୍ଗା ଚରଣ ମହାପାତ୍ର ପ୍ରମୁଖ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ମାନଙ୍କ ର ସୁରକ୍ଷା ଓ ନିରାପତ୍ତା ର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଉକ୍ତ ବିଦ୍ୟାଳୟର ସୁରକ୍ଷା ଓ ନିରପେକ୍ଷ ବ୍ୟବସ୍ଥାର ଭୂୟସୀ ପ୍ରଶଂସା କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି, ସଭ୍ୟ ସଭ୍ୟା ଵ୍ରୃନ୍ଦ,ପିତ୍ରୃମାତ୍ରୃ କମିଟି ର ସଦସ୍ୟ ଵ୍ରୃନ୍ଦ ମଧ୍ୟ ଆଲୋଚନା ରେ ଅଂଶ ଗ୍ରହଣ କରି ଥିଲେ। କାର୍ଯ୍ୟକ୍ରମ ରେ ଵିଦ୍ୟା ଳୟର ସହକାରୀ ଶିକ୍ଷୟିତ୍ରୀ ଟିକିନା କୁମାରୀ ଭାରି ମଲ୍ଲ, ସୁନିତା ମହାପାତ୍ର ପ୍ରମୁଖ ସକ୍ରିୟ ସହାୟତା ପ୍ରଦାନ କରିଥିଲେ।

No Result
View All Result