୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଟାଙ୍ଗୀ :- ଟାଙ୍ଗୀ ଖୋର୍ଦ୍ଧା ଆଜି ଚାନ୍ଦପୁର ନିକଟସ୍ଥ ତାଳବେରଣା ଠାରେ ଟାଙ୍ଗୀ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଦ୍ୱାରା ତ୍ରିମୁର୍ତ୍ତୀ ଶିବ ଜୟନ୍ତୀ ଉତ୍ସବ ପାଳନ କରାଯାଇଥିଲା. ଉକ୍ତ ଉତ୍ସବ ରେ ଭୁବନେଶ୍ୱର ସବଡ଼ିଭି ଜନ ର ରାଜଯୋଗିନୀ ଲୀନା ଭଉଣୀଙ୍କ ଦ୍ୱାରା ପତାକା ଉତୋଳନ କରାଯାଇଥିଲା.

ଶକ୍ତି ଓ ଖୁସିର ପ୍ରତୀକ ପତାକା ଉତ୍ତୋଳନ ପରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସଭା ଉଦଘାଟନ କରାଯାଇଥିଲା. ଉକ୍ତ ସଭାରେ ବି. କେ. ରାଜଯୋଗିନୀ ସୁଧାଂଶୁବାଳା ସଭାପତିତ୍ୱ କରିଥିଲେ. ଅତିଥି ଭାବରେ ସମାଜସେବୀ ପ୍ରାକ୍ତନ ସହ ଗୋଷ୍ଠୀ ଶିକ୍ଷାଧିକାରୀ ରବୀନ୍ଦ୍ର କୁମାର ନାୟକ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ଉପ ସଭାପତି ସୁରେନ୍ଦ୍ର ରାଉତ ,

ସ୍ଥାନୀୟ ରବୀନ୍ଦ୍ର କୁମାର ଜେନା, ଯୋଗ ଦେଇଥିଲେ., ମୁଖ୍ୟଅତିଥି ଲୀନା ଭଉଣୀ ଶାନ୍ତିର ବାର୍ତା ପ୍ରଦାନ କରିବା ସହିତ ମହାଶୀବରାତ୍ରି ଓ ଆତ୍ମା ପରମାତ୍ମା ର ସଂଯୋଗ ସମ୍ପର୍କରେ ସୂଚନା ଦେଇଥିଲେ।ଶତାଧିକ ଭାଇ ଭଉଣୀ ଙ୍କ ଉପସ୍ଥିତିରେ ଶିଶୁମାନଙ୍କ ଦ୍ୱାରା ନୃତ୍ୟ ଆନନ୍ଦଦାୟକ ହୋଇଥିଲା. ସମସ୍ତଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ।
















