୨୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଟାଙ୍ଗି :- ଥାନା ୧୬ ନଂ ଜାତୀୟ ରାଜପଥ ସରନଈ ଓଭର ବ୍ରିଜ ନିକଟରେ ଗତକାଲି ବିଳମ୍ବିତ ରାତିରେ ସ୍କର୍ପିଓ ପଛପଟୁ ପିଟିଲା ବସ | ବସ ଯାଇ ଚଢିଲା ଡିଭାଇଡ଼ର ଉପରେ | ବସ ଡ୍ରାଇଭର ଥାନାରେ ଅଟକ | ଏଥିରେ କେହି ଆହତ ହୋଇନଥିବା ସୂଚନା ଦେଇଛି ବାଣପୁର ପୋଲିସ | ଗତକାଲି ବିଳମ୍ବିତ ରାତିରେ ଏକ ଭଲଭୋ ବସ ୪୦ ଜଣ ଯାତ୍ରୀଙ୍କୁ ନେଇ କୁମ୍ଭମେଳା ସାରି ବିଜୟୱାଡା ଅଭିମୁଖେ ଯାଉଥିଲା |
















