No Result
View All Result
୨୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଚାନ୍ଦପୁର – 16 ନମ୍ବର ଜାତୀୟ ରାଜପଥ ଚଣ୍ଡେଶ୍ୱର ନିକଟରେ ବାଇକ ଦୁର୍ଘଟଣା। ବାଇକ ଦୁର୍ଘଟଣାରେ ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର। ମୃତକଙ୍କ ନାମ କାଳିଆ ପ୍ରଧାନ( ୨୩) ବର୍ଷ ଓ ଗୁରୁତର ଙ୍କ ନାମ ଓମ ପ୍ରକାଶ ଶତ୍ରୁ୍ସଲ୍ୟ (୧୯) ବର୍ଷ ଉଭୟ ଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୁହୁଡି ଗ୍ରାମରେ ବୋଲି ଜଣା ପଡିଛି।
ଖବର ପାଇ ଟାଙ୍ଗୀ ପୋଲିସ ଶବ ଜବତ କରି ତଦନ୍ତ କରୁଛି।ଘଟଣା ହେଉଛି କାଳିଆ ଓ ଓମ ପ୍ରକାଶ ଗୋଟିଏ ବାଇକ ରେ କୁହୁଡିରୁ ଟାଙ୍ଗୀ ଅଭିମୁଖେ ଆସୁଥିଲେ. ଦ୍ରୁତ ଗତିରେ ଆସିବା ଯୋଗୁଁ ବାଇକ ଭାରସାମ୍ୟ ହରାଇ ଚଣ୍ଡେଶ୍ୱର ନିକଟରେ ଦିଭାଇଡ଼ରରେ ପିଟି ହୋଇଥିଲା. ଫଳରେ ଉଭୟ ଗୁରୁତର ହୋଇ ପଡ଼ିଥିଲେ ।
ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସରେ ଭର୍ତ୍ତି କରିଥିଲେ।ସେଠାରେ କାଳିଆ ପ୍ରଧାନ ର ମୃତ୍ୟୁ ହୋଇ ଯାଇଥିବା ବେଳେ ଓମ ପ୍ରକାଶ କୁ ଭୁବନେଶ୍ୱର କୁ ସ୍ଥାନାନ୍ତର କରା ଯାଇଛି । ଖବର ପାଇ ଟାଙ୍ଗୀ ପୋଲିସ ଶବ ଜବତ କରି ତଦନ୍ତ କରୁଛି ।

No Result
View All Result