No Result
View All Result
୨୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କଣ୍ଟାପଡ଼ା :- କଟକ ଜିଲ୍ଲା ଅନ୍ତର୍ଗତ କଣ୍ଟାପଡ଼ା ବ୍ଲକର ନୋଦା ସରକାରୀ ପ୍ରାଥମିକ ବିଦ୍ୟାଳୟର ପାଚେରୀ କାନ୍ଥ ପଡି ଜଣେ ଦଳିତ ଶ୍ରେଣୀର ୫ମ ଶ୍ରେଣୀରେ ପଢୁଥିବା ଛାତ୍ର ସାଇ ସ୍ୱରୁପଙ୍କର ମୃତ୍ୟୁ ଘଟିଛି। ସେଥିନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଅଭିଭାବକ ଓ ନୋଦା ଗ୍ରାମର ଗ୍ରାମବାସୀମାନେ ବିଦ୍ୟାଳୟ ନିକଟରେ ରୁଣ୍ଡ ହୋଇ ଶିକ୍ଷକ ଓ ପାଚେରୀ ନିର୍ମାଣ କରିଥିବା ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ମୃତ୍ୟୁ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ପରିବାର ଜଣଙ୍କୁ ଚାକିରି ଦେବା ଦାବୀରେ ରାସ୍ତାରେ ନିଆଁ ଜାଳି ରାସ୍ତାରୋକ କରିଥିଲେ ।
ଖବର ପାଇ କଣ୍ଟାପଡ଼ା ଅତିରିକ୍ତ ତହସିଲଦାର,ସଦର ଉପଖଣ୍ଡ ପୋଲିସ୍ ଅଧିକାରୀ କିରଣ ହେମ୍ବ୍ରମ, ଡିମିରି ଫାଣ୍ଡି ଅଧିକାରୀ ଦୁର୍ଯୋଧନ ସେଠୀ, ଗୋବିନ୍ଦପୁର ଥାନା ଆଇ ଆଇ ସି , ଓ କଣ୍ଟାପଡ଼ା ବିଡ଼ିଓ, ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ଯ ଏହି ଆନ୍ଦୋଳନ ଜାରି ରହିଥିଲା ।
କ୍ଷତି ପୂରଣ ଏବଂ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ବ୍ୟାପକ ହେବ ବୋଲି ବହୁ ସାମାଜିକ ଅନୁଷ୍ଠାନ, ସମେତ ଅଞ୍ଚଳବାସି କହିଛନ୍ତି। ଏହି ଛାତ୍ରଙ୍କର ଅକାଳରେ ମୃତ୍ୟୁ ଘଟିବା ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖା ଦେବା ସହ ଶୋକର ଛାୟା ଖେଳି ଯାଇଛି।
ନୋଦା ଗ୍ରାମର ଶିଶିର କୁମାର ଭୋଇଙ୍କର ଏକ ମାତ୍ର ପୁତ୍ର ଥିଲା ସାଇ ସ୍ୱରୂପ ଭୋଇ । ବିଦ୍ୟାଳୟ ପକ୍ଷରୁ ପିଲାମାନଙ୍କୁ ପାଚେରୀ ନିକଟକୁ ନ ଯିବା ପାଇଁ ବାରଣ କରା ଯାଇ ନ ଥିଲାବେଳେ,ବିଦ୍ୟାଳୟର ପାଚେରୀ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ଏହାକୁ ବିଭାଗୀୟ ଅଧିକାରୀଙ୍କ ଦ୍ବାରା ତଦନ୍ତ କରାଯାଇ ନ ଥିଲା ।
ସେଥି ଯୋଗୁଁ ଏପରି ସ୍କୁଲର ପାଚେରୀ କାନ୍ଥ ପଡି ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ଗ୍ରାମବାସୀ ତଥା ଅଞ୍ଚଳବାସୀଙ୍କ ପକ୍ଷରୁ କୁହାଯାଇଛି। ଏଣୁ ରାଜ୍ୟ ସରକାର ତଥା ଜିଲାପାଳ ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେଇ ସମ୍ପୃକ୍ତ ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବହୁ ସାମାଜିକ ଅନୁଷ୍ଠାନ ସମେତ ବିଭିନ୍ନ ମହଲରେ ଦାବୀ କରାଯାଇଅଛି ।

No Result
View All Result