No Result
View All Result
୧୯ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :- ପୁରୀ ସହର ଉଠା ଦୋକାନୀମାନେ ନିଜର ବ୍ୟବସାୟିକ ସୁରକ୍ଷା ତଥା ଭେଣ୍ଡିଙ୍ଗ ଜୋନ ଆଇନ ଅନୁଯାୟୀ ନିଜର ଜୀବିକା ବଞ୍ଚାଇବା ପାଇଁ ବୁଧବାରେ ଗଠନ କରିଛନ୍ତି “ରାସ୍ତାପାର୍ଶ୍ୱ ଦୋକାନୀ ଅଧିକାର ସୁରକ୍ଷା ମଞ୍ଚ ” | ବଳଗଣ୍ଡିସ୍ଥିତ ହାତୀଆଖଡ଼ା ମଠ ପରିସରରେ ସହରର ଉଠା ଦୋକାନୀ ସଙ୍ଘମାନଙ୍କର କର୍ମକର୍ତ୍ତାବୃନ୍ଦ ଏକତ୍ରିତ ହୋଇ ଏକ ବୈଠକ କରିଥିଲେ l ପୁରୀର ବରିଷ୍ଠ ଓ ଅଭିଜ୍ଞ ସମାଜସେବୀ ସୂର୍ଯ୍ୟ ନାରାୟଣ ରଥ ଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ଶାନ୍ତିପୂର୍ଣ ଓ ପୂର୍ଣ୍ଣ ସହମତିରେ ସମ୍ପର୍ଣ୍ଣ ହୋଇଥିଲା |
ବୈଠକରେ ଭେଣ୍ଡିଙ୍ଗ ଜୋନ ଆଇନକୁ ସମସ୍ତେ ଗୁରୁତ୍ୱ ଦେଇଥିଲେ | ଉକ୍ତ ଆଇନକୁ ପ୍ରଶାସନ ଠିକ ଭାବରେ ଲୋକଙ୍କ ସ୍ୱାର୍ଥ ପାଇଁ ଓ ବ୍ୟବସାୟିଙ୍କ ସୁରକ୍ଷା ପାଇଁ କାର୍ଯ୍ୟକାରୀ କରୁନାହାନ୍ତି ବୋଲି ବୈଠକରେ ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ |ଉକ୍ତ ନବଗଠିତ ମଞ୍ଚକୁ କାର୍ଯ୍ୟକ୍ଷମ କରିବା ପାଇଁ ପଞ୍ଚାଅଶି ସଦସ୍ୟ ବିଶିଷ୍ଠ କାର୍ଯ୍ୟକାରୀ କମିଟି ଗଠିତ ହୋଇଥିଲା |କାର୍ଯ୍ୟକାରୀ କମିଟିର ଆଭିମୁଖ୍ୟକୁ ତଥା ନିଷ୍ପତିକୁ ପ୍ରଶାସନିକ ସ୍ଥରରେ ଉପସ୍ଥାପନ କରି କାର୍ଯ୍ୟରେ ପରିଣତ କରିବା ପାଇଁ ଏକ ଏଗାରଜଣିଆ “ପ୍ରଶାସନିକ ସଂଯୋଜକ କମିଟି ” ଗଠନ କରାଯାଇଥିଲା |
ପୁରୀର ଐତିହ୍ୟ ମଠବାଡି, ଲକ୍ଷ୍ମୀବଜାର, ବଣିଆପଟ୍ଟୀ , ଖଜାପଟ୍ଟୀ,ଲୁଗାପଟି, କଂସାରୀପଟି ଓ ଚୁଡାପଟି ଓ ରଘୁନନ୍ଦନ ଲାଇବ୍ରେରୀ ପ୍ରମୁଖ ଲୋପ ପାଇଯାଇଥିବା ଆଲୋଚନା ହୋଇଥିଲା | ଏହାର ପୁନଃଉଦ୍ଧାର ନିମିତ୍ତ ଓ ଭୁବନେଶ୍ୱର ଭଳି ଆକର୍ଷଣୀୟ ଭେଣ୍ଡିଙ୍ଗ ଜୋନ ନିର୍ମାଣ ପାଇଁ ସରକାରଙ୍କ ପାଖରେ ଦୃଢ ଦାବି ଉପସ୍ଥାପନ କରାଯିବ l ପୁରୀର ସ୍ୱାଭିମାନ ପାଇଁ, ପର୍ଯ୍ୟଟକଙ୍କ ସୁବିଧା ପାଇଁ, ଜୀବନ ଜୀବିକା ପାଇଁ ଓ ବ୍ୟବସାୟିକ ସୁରକ୍ଷା ପାଇଁ ଉକ୍ତ କମିଟି ପ୍ରଶାସନ ଓ ସରକାରଙ୍କ ସହିତ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରି ଏହାକୁ ସଫଳ କରିବା ପାଇଁ ବଦ୍ଧପରିକର ବୋଲି ମୁଖ୍ୟ ଆବାହକ ସୂର୍ଯ୍ୟନାରାୟଣ ରଥ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି |

No Result
View All Result