୧୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :- ଭାରତ ସରକାରଙ୍କ ୧୬ ତମ ଅର୍ଥକମିଶନରଙ୍କ ବୈଠକ ଆଇଟିସି ୱେଲକମ ହୋଟେଲ ଭୁବନେଶ୍ୱରରେ ଗତ ୬ ଫେବୃଆରୀରେ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ଗ୍ରାମ୍ୟ ଉର୍ନ୍ନୟନ ଓ ପଞ୍ଚାୟତ ରାଜ ପ୍ରତିଷ୍ଠାନ ଆବାହକତ୍ବରେ ଏହି ବୈଠକରେ ଓଡିଶାର ସମ୍ବଲପୁର, ଯାଜପୁର,ଖୋର୍ଦ୍ଧା,ଢେଙ୍କାନାଳ, ସୁନ୍ଦରଗଡ଼,ରାୟଗଡା କୋରାପୁଟ, ଗଞ୍ଜାମ ଆଦି ବିଭିନ୍ନ ଜିଲ୍ଲାରୁ ୪ ଜଣ ସରପଞ୍ଚ, ୨ ଜଣ ଜିଲ୍ଲା ପରିଷଦ, ୨ ଜଣ ଚେୟାରମ୍ୟାନ ଙ୍କୁ ମନୋନୀତ କରିଥିଲେ l ଏହି ବୈଠକରେ ସମସ୍ତ ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ, ଚେୟାରମ୍ୟାନ ଉପସ୍ଥିତ ରହିଥିବାବେଳେ ବୋଲଗଡ ବ୍ଲକର ୧ ନମ୍ବର ଆଦର୍ଶ ସରପଞ୍ଚ ଭାବେ ଗୋପାଳପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର ବାରିକ ଉପସ୍ଥିତ ରହି ଏହି ବୈଠକରେ ଦଶ ଦଫା ଦାବୀ ଗୁଡିକୁ ଉପସ୍ଥାପନା କରିଥିଲେ l
ପ୍ରଥମ ଦାବୀ ବର୍ତମାନ ଲୋକ ସଂଖ୍ୟା ଅନୁସାରେ ସିଏଫସି ଫଣ୍ଡ ପ୍ରଦାନ କରାଯାଉ, ୨୦୧୧ ଜନଗଣନା ଅନୁସାରେ ସିଏଫସି ଫଣ୍ଡ ବନ୍ଦ କରାଯାଉ ,ଦ୍ୱିତୀୟରେ ୫୦ ପ୍ରତିଶତ ଲୋକ ସଂଖ୍ୟା ଭିତିରେ, ୩୦% ପ୍ରତିଶତ ଭୌଗୋଳିକ ଅଞ୍ଚଳ ଅନୁସାରେ ୨୦% ପ୍ରତିଶତ ହରିଜନ ଆଦିବାସୀ ମାନଙ୍କର ଅବସ୍ଥିତି ଅନୁସାରେ ପଞ୍ଚାୟତର ପାଣ୍ଠି ବୃଦ୍ଧି କରାଯାଉ l ତୃତୀୟ ଦାବୀରେ ଟ୍ରାଇବାଲ ଏରିଆରେ ଆଦିବାସୀମାନେ ପଞ୍ଚାୟତରୁ ଯେଉଁ ସୁବିଧା ପାଉଛନ୍ତି, ଗ୍ରାମାଞ୍ଚଳ ଏରିଆରେ ଆଦିବାସୀମାନେ ପଞ୍ଚାୟତରୁ ସେହି ସୁବିଧା ଯେମିତି ପାଇପାରିବେ,

ଚତୁର୍ଥ ଦାବୀରେ ପଞ୍ଚାୟତ ସିଏଫସି ଫଣ୍ଡ ଗୁଡିକୁ ବୃଦ୍ଧି କରାଯିବା ସହିତ ଆବଦ୍ଧରେ ଓ ଅନାବଦ୍ଧରେ ୬୦ଓ ୪୦ ପ୍ରତିଶତ କରାଯାଉ l ପଞ୍ଚମ ଦଫା ଦାବିରେ ବିପର୍ଯ୍ୟସ୍ତ ପରିଚାଳନା ପାଇଁ ପାଣ୍ଠି ପ୍ରଦାନ କରାଯାଉ ଯାହାକି ପଞ୍ଚାୟତର ବିଭିନ୍ନ ସମୟରେ କାହାର ଘର ପୋଡି ଯାଇଥିଲେ, ବନ୍ୟା, ବାତ୍ୟା ସମୟରେ ସରପଞ୍ଚମାନେ ଲୋକମାନଙ୍କୁ ସାହାର୍ଯ୍ୟ କରିପାରିବେ, ଷଷ୍ଠ ଦଫା ଦାବିରେ ଗ୍ରାମପଞ୍ଚାୟତକୁ ଏକ କାଳୀନ ୫୦ ଲକ୍ଷ ଟଙ୍କା ପାଣ୍ଠି ଦିଆଯାଉ ଯାହାକି ଗ୍ରାମପଞ୍ଚାୟତର ଦୀର୍ଘଦିନ ପର୍ଯ୍ୟନ୍ତ ନିଜସ୍ୱ ଆୟ ବୃଦ୍ଧି ହୋଇପାରିବ ଯେମିତି କଲ୍ୟାଣୀ ମଣ୍ଡପ,

ଟୁରିଯିମ, ଜିମ ସେଣ୍ଟର, ଗ୍ରାମାଞ୍ଚଳ ପାର୍କ ଭଳି ବିଭିନ୍ନ ଉର୍ନତି ମୂଳକ କାର୍ଯ୍ୟ ହୋଇପାରିବ l ସପ୍ତମ ଦଫାଦାବିରେ ଗ୍ରାମପଞ୍ଚାୟତ ଗୁଡ଼ିକୁ ବିଭିନ୍ନ ବିଭାଗଯଥା ସ୍କୁଲ, ଅଙ୍ଗନବାଡି, ମେଡିକାଲ, ପାଠାଗାର ଆଦି ପାଇଁ ରକ୍ଷଣା ବେକ୍ଷଣା ପାଇଁ ଖର୍ଚ୍ଚ ହେଉଥିବା ପଞ୍ଚାୟତ ସିଏଫସି ଫଣ୍ଡ ରୁ ଖର୍ଚ୍ଚ ନହୋଇ ସେଥିପାଇଁ ସ୍ୱତନ୍ତ୍ର ପାଣ୍ଠି ପ୍ରଦାନ କରାଯାଉ, ଅଷ୍ଟମ ଦଫା ଦାବିରେ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପ ଡେସ୍କ ଦିଆଯାଉ ଯେଉଁଥିରେ ପଞ୍ଚାୟତର ଯେ କୌଣସି ମହିଳା ସ୍ୱାବଲମ୍ବୀ ହେଇପାରିବା ପାଇଁ ଚେଷ୍ଟା କରିପାରିବ,















