No Result
View All Result
୦୯ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା :- ଭୁବନେଶ୍ବର ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ଆମଣ।କୁଦ ପଞ୍ଚାୟତର କୁଦପାଟଣା ସ୍ଥିତ ଶ୍ରୀ ସନିଶ୍ଚର ଦେବଙ୍କ ଗ୍ରହ ଯୋଗ ୨ୟ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ ଜଳଯାତ୍ରା, ଘଟ ଆୟନ୍, ଓ ମଣ୍ଡଳକରନ, ଆଦି ସମାପନ ପରେ ସନ୍ଧ୍ୟାରେ ଲକ୍ଷ୍ମୀଧର ବେହେରାଙ୍କ ଦ୍ୱାରା ଘୋଡ଼ା ନାଚ ପରିବେଷଣ କରାଯାଇଥିବାବେଳେ ଦ୍ୱିତୀୟ ଦିନରେ ଓଡ଼ିଆ ସିନେମାର କଳାକାର ମିଟୁ ମିଥୁନ, ସନି ଦେବଙ୍କ ପ୍ରଚାରକ ଭାବେ ଯୋଗ ଦେଇ କଳା ପ୍ରଦର୍ଶନ କରିଥିଲେ। ଆଉ ମଧ୍ୟ ବିଶିଷ୍ଟ କଳାକାରଙ୍କ ଦ୍ଵାରା ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି ।
ପ୍ରାପ୍ତହରେ ସୂର୍ଯ୍ୟ ପୂଜା ପରେ ଅଗ୍ନିସ୍ଥାପନ କରାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ପରେ ଗ୍ରହଯୋଗ ସମାପନ ହୋଇଥିଲା। ସନ୍ଧ୍ୟାର ଆଳତି ପରେ ପୂର୍ଣାହୁତି ଦିଆଯାଇଥିଲା , ପଣ୍ଡିତ ପ୍ରସନ୍ନ ମିଶ୍ରଙ୍କ ନେତୃତୋରେ ୯ ଜଣ ପଣ୍ଡିତ ଯୋଗ ଦେଇ ଯଜ୍ଞ କାର୍ଯ୍ୟ ସମାପନ କରିଥିଲେ । ଏହି ଯଜ୍ଞର ପୁରୋଧା ଭାବେ ଶଶାଙ୍କ ଶେଖର ନାୟକ, ବିରେନ୍ଦ୍ର ସାହୁ, ଅନ୍ତର୍ଯ୍ୟାମୀ ସାହୁ, ବିଶ୍ବରଂଜନ ମହାରଣା ରହିଥିବାବେଳେ ନିରାକାର ସାହୁ,
ବିଭୂତି ଭୂଷଣ ମହାପାତ୍ର, ଅଜୟ କୁମାର ସାହୁ, ସନାତନ ବେହେରା, କୈଳାସ ଚନ୍ଦ୍ର ବେହେରା, ଅକ୍ଷୟ କୁମାର ସାହୁ, ବିଳାସ ଚନ୍ଦ୍ର ବେହେରା ସମେତ କୁଦପାଟଣା ଗ୍ରାମର ସମସ୍ତ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ । ଏହି ଯଜ୍ଞରେ ସହ ସହ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦେଇ ପ୍ରଭୁ କୃପା ଲାଭ କରିଥିଲେ ଏବଂ ପ୍ରସାଦ ସେବନ କରିଥିଲେ । ଏ ଅଞ୍ଚଳରେ ଏକ ମାତ୍ର ଗ୍ରହରାଜ୍ ଶନିରାଜଙ୍କ ମନ୍ଦିର ରହିଥିବାରୁ ସ୍ଥାନୀୟ ଲୋକମାନେ ଦର୍ଶନ କରି ଆନନ୍ଦିତ ହୋଇଥିଲେ।

No Result
View All Result