0୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ସାରା ଦେଶରେ ବର୍ତମାନ ଜାତୀୟ ଶିକ୍ଷା ନୀତି 2020 ଲାଗୁ ହୋଇଯାଇଥିବା ବେଳେ ଆଜି ଗଜପତି ଜିଲ୍ଲା ଆର -ଉଦୟଗିରି ବ୍ଲକ ଛେଲାଗଡ ପଞ୍ଚାୟତ ଛେଲାଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଳଷ୍ଟୋର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ସି ଆର ସି ସି ପଦ୍ମଲୋଚନ ବଡନାୟକଙ୍କ ଅଧକ୍ଷତାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛେଲାଗଡ ସରପଞ୍ଚ ଡାଳିମ୍ବ ଗମାଙ୍ଗ, ସମିତି ସଭ୍ୟା ଶିବାନୀ ବେହେରଦଳାଇ ସି ଆର ସି ସି ପଦ୍ମଲୋଚନ ବଡ଼ ନାୟକ ,ସ୍ଥାନୀୟ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପାତ୍ର, ଏସ ଏମ ସି ଚ୍ୟାରପର୍ସନ ପ୍ରଦିପ ଲିମା କ୍ଳଷ୍ଟର ର ସମସ୍ତ ପ୍ରଧାନ ଶିକ୍ଷକ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଧ୍ୟେଶ ହେଲା ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ର ଛାତ୍ରୀଙ୍କୁ କିଭଳି ଭାବେ ମୌଳିକ ସାକ୍ଷରତା, ଭାଷାଜ୍ଞାନ ଓ ସଂଖ୍ୟା ଜ୍ଞାନର ବୃଦ୍ଧି କରାଇବା l















