No Result
View All Result
୧୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଯୁବ ଗ୍ରାମ ପଞ୍ଚାୟତର ପେଙ୍ଗମ ଗ୍ରାମରେ ଥିବା ପାହାଢିଆ ଜମିରେ 35ଏକର ବେଆଇନ ଜମିରେ ଚାଷ ହୋଇଥିବା ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରିଛନ୍ତି ମୋହନା ପୋଲିସ ସହ ଅବକାରୀ ବିଭାଗ ଓ ବନ ବିଭାଗ । ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜତିନ୍ଦ୍ର ନାଥ ପଣ୍ଡାଙ୍କ ନିର୍ଦ୍ଦେଶ କର୍ମେ ଓ ଆର. ଉଦୟଗିରି ଉପ ଆରକ୍ଷୀ ଅଧକ୍ଷଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ 7କୋଟି ଟଙ୍କାର ଗଞ୍ଜେଇ ଚାଷକୁ ନଷ୍ଟ କରିଥିବା ସୂଚନା ମିଳିଛି ।
ଗତ କିଛି ଦିନ ଧରି ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ବେଆଇନ କୋଟି କୋଟି ଟଙ୍କାର ଗଞ୍ଜେଇ ଚାଷକୁ ନଷ୍ଟ କରିଥିବା ଜଣାପଡିଛି। ସେହିପରି ଆଗାମୀ ଦିନରେ ମଧ୍ୟ ଗଞ୍ଜେଇ ଚାଷ ବ୍ୟାପକ ଭାବେ ନଷ୍ଟ କରାଯିବ ବୋଲି ମୋହନା ଥାନ ପକ୍ଷରୁ ସୂଚନା ମିଳିଛି ।
No Result
View All Result