No Result
View All Result
୦୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ଜିଲ୍ଲାର ସର୍ବବୃହତ ସଂଗୀତ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼, ସିଜନ୍ ୫ ର ସେମିଫାଇନାଲ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଲୁକ୍କାୟିତ ଯୁବ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଦିଗରେ ନୟାଗଡ଼ କ୍ଳବ୍ ତରଫରୁ ବିଗତ ଚାରିବର୍ଷ ହେଲା ଅନୁଷ୍ଠିତ ହୋଇଆସୁଛି ଭଏସ୍ ଅଫ୍ ନୟାଗଡ଼। ଆଜିର କାର୍ଯ୍ୟକ୍ରମକୁ ନୟାଗଡ଼ ପୈାର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ଉଦ୍ଘାଟନ କରିଥିବା ବେଳେ ପ୍ରତିଯୋଗୀ ତଥା ଅତିଥିମାନଙ୍କୁ ସ୍ବାଗତ କରିଥିଲେ ଅବିନାଶ ସାହୁ।
ନୟାଗଡ଼ କ୍ଲବର ସଭାପତି ଅଶୋକ କୁମାର ନାୟକ , ସଂପାଦକ ଶ୍ରୀଧର ସାହୁ ,ସଦସ୍ୟ ଅରୁଣ କୁମାର ମହାନ୍ତି , ଧୀରେନ୍ଦ୍ର କୁମାର ପଟ୍ଟନାୟକ, ସନ୍ତୋଷ କୁମାର ନାୟକ, ମିହିର ରଂଜନ ନାୟକ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲାସ୍ତରୀୟ ସେମିଫାଇନାଲ ପ୍ରତିଯୋଗିତାରେ ୧୯ ଜଣ ପ୍ରତିଯୋଗୀ ଯୋଗଦେଇଥିଲେ। ପ୍ରତିଯୋଗୀମାନେ କ୍ଳାସିକାଲ, ସେମି କ୍ଳାସିକାଲ୍, ଲୋକଗୀତ, ଭଜନ, ଜଣାଣ, ସୁଗମ ସଂଗୀତ ଆଦି ଗାଇଥିବା ବେଳେ ଏଥିରେ ବିଚାରକ ଭାବେ ବରିଷ୍ଠ କଣ୍ଠଶିଳ୍ପୀ ଜଗଦୀଶ ପ୍ରସାଦ ରଥ,
ସୁରଗନ୍ଧର୍ବ ନବକିଶୋର ମିଶ୍ର, ସଂଗୀତ ନିର୍ଦ୍ଦେଶକ ପୀତବାସ ଖଟେଇ ଯୋଗଦେଇ ୧୯ ଜଣ ଯୁବ କଣ୍ଠଶିଳ୍ପୀଙ୍କ ମଧ୍ୟରୁ ବିଷ୍ଣୁପ୍ରିୟା ବେହେରା, ଅମ୍ରିତା ରଥ,ଜଗନ ବେହେରା,ଓମକାର ମହାପାତ୍ର, ଲକ୍ଷ୍ମୀପ୍ରିୟା ନାୟକ,ରୁଦ୍ରାଂଶୀ ଆଚାର୍ଯ୍ୟ, ଶୁଭଶ୍ରୀ ସ୍ଵାଇଁ, ଲିପ୍ସା ରାଣୀ ପଣ୍ଡା, ସ୍ନେହା ପ୍ରିୟଦର୍ଶିନୀ, ଆଦିତ୍ୟ ଗୁମାନ ସିଂ ୧୦ ଜଣଙ୍କୁ ଫାଇନାଲ ପର୍ଯ୍ୟାୟକୁ ଚୟନ କରିଥିଲେ। ଆସନ୍ତା ୨୨ ତାରିଖରେ ଫାଇନାଲ ପ୍ରତିଯୋଗିତା ମାଧ୍ୟମରେ ଶ୍ରେଷ୍ଠ ଯୁବ କଣ୍ଠଶିଳ୍ପୀ ଙ୍କୁ ” ଭଏସ୍ ଅଫ୍ ନୟାଗଡ଼” ଭାବେ ଚୟନ କରାଯିବା ସହ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯିବ ବୋଲି କାର୍ଯ୍ୟକ୍ରମ ସଂଯୋଜକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
No Result
View All Result