• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସରକାରୀ କର୍ମଚାରୀଙ୍କ ସହଯୋଗରେ ପ୍ରଧାନମନ୍ତୀ ଆବାସଗୃହ ହରିଲୁଟୁ ?

Proprietor Abhimanyu Maharana by Proprietor Abhimanyu Maharana
December 4, 2024
in ଓଡ଼ିଶା, ଗଜପତି, ହୋମ୍
0
ସରକାରୀ କର୍ମଚାରୀଙ୍କ ସହଯୋଗରେ ପ୍ରଧାନମନ୍ତୀ ଆବାସଗୃହ ହରିଲୁଟୁ ?
Share on FacebookShare on TwitterWhatsapp

୦୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଆର,ଉଦୟଗିରି  :-> ତୃଣମୂଳ ସ୍ତରରେ ନିରୀହ ସରଳ ଲୋକଙ୍କ ସାହା ଭରସା ହେଉଛନ୍ତି ପଂଚାୟତ ସ୍ତରୀୟ ନିର୍ବାଚିତ ଜନ ପ୍ରତିନିଧି, କାରଣ ଲୋକ ତାଙ୍କୁ ଭୋଟ ଦେଇ ନିର୍ବାଚିତ କରନ୍ତି ଯେ ସେମାନେ ସରକାରଙ୍କ ସମସ୍ତ ଯୋଜନା ଯୋଗ୍ୟ ଲୋକଙ୍କୁ ଚୟନ କରି ସରକାରୀ ସହାୟତା ପ୍ରଦାନ କରିବାରେ ସହାୟତା କରିବେ କିନ୍ତୁ ଏହି ବିଶ୍ୱାସ ଓ ଭରସାରେ ଯେ ବିଷ ଓ ଲୁଟତରାଜ ରହିଛି ତାହା ଜୟନ୍ତୀ ରଇତ ଙ୍କ କାହାଣୀ ଶୁଣିଲେ ଆଶ୍ଚଯ୍ୟ ହେବେ । ଗଜପତି ଜିଲ୍ଲାର , ଆର .ଉଦୟଗିରି ବ୍ଲକ ଅଧିନସ୍ଥ ଵସ୍ତ୍ରୀଗୁଡା ଗ୍ରାମପଂଚାୟତ ସୁରେଇଖମାର(ସାରଡାସାହି) ଗ୍ରାମର ଜୟନ୍ତୀ ରଇତ ସ୍ୱାମୀ ଆୟୁବ ରଇତ । ତଥ୍ୟ ଅନୁସନ୍ଧାନ ଅନୁସାରେ ଜୟନ୍ତୀ ରଇତ ବହୁବାର ପ୍ରଧାନ ମନ୍ତ୍ରୀ ଆବାସ ପାଇବାପାଇଁ ଆବେଦନ କରିଥିଲେ ମଧ୍ୟ ନିରାଶ ହୋଇଥିଲେ ଓ ଭାବିନେଇଥିଲେ ସେ ଆଉ ପାଇବେ ନାହିଁ ବୋଲି ,ଝଡ ତଫାନ ଦାଉରୁ ରକ୍ଷା ପାଇବାପାଇଁ ଛାତ ଘର ଟିଏ ନାହିଁ ବର୍ଷା ପବନ ହେଲେ ଛାତି ଥରୁଥାଏ କାଳେ ଘର ଛପର ଉଡିଯିବ ।

ଏପଟେ ଗ୍ରାମରେ କାମଧନ୍ଦା ନାହିଁ ୪ ପିଲା ମାନେ ପାଠ ପଢୁଛନ୍ତି ତେଣୁ ବାଧ୍ୟହୋଇ ଅନ୍ୟ ଉପାୟ ନପାଇ ତାମିଲନାଡୁ ଯାଇ ସେଠାରେ ସ୍ୱାମୀ ସ୍ତ୍ରୀ ମୂଲ ଲାଗୁଥିଲେ ଓ କିଛି ମାସ ରହି ଗ୍ରାମ କୁ ଫେରୁଥିଲେ । ଦିନେ ଜୟନ୍ତୀ ଗ୍ରାମରେ ଥିବା ସମୟରେ ସରପଞ୍ଚ ରିତାନୀ ମଣ୍ଡଳ ଜୟନ୍ତୀ ରଇତ ଙ୍କ ପାଖକୁଆସି କହିଥିଲେ ଯେ ଯେ ୧୦ ହଜାର ଟଙ୍କା ଦେଲେ ପ୍ରଧାନ ମନ୍ତ୍ରୀ ଆବାସ ମିଳିବ ଯଦି ରାଜି ହେବ ନାହିଁ ଅନ୍ୟ କାହାକୁ ଦିଆଯିଆବ । ଜୟନ୍ତୀ ରଇତଙ୍କ ହାତରେ ୧୦ ହଜାର ଟଙ୍କା ନଥିଲା ତେଣୁ ସେ ଦେଇପାରିଲା ନାହିଁ ଓ କିଛି ଦିନ ପରେ ସେ ତାମିଲନାଡୁ ଦାଦନ ଖଟିବା କୁ ଚାଲିଯାଇଥିଲେ । ଜୟନ୍ତି ରଇତ ତାମିଲନାଡୁ ରେ ଥିବା ସମୟରେ ତାଙ୍କ ନାମରେ ପ୍ରଧାନ ମନ୍ତ୍ରୀ ଆବାସ ନିର୍ମାଣ ନିମନ୍ତେ ତା . ୧୯ .୦୬. ୨୦୨୩ ରିଖରେ କାର୍ଯ୍ୟଆଦେଶ ସଂଖ୍ୟା OD/24/007/9025/ 2021- 2022 କାର୍ଯ୍ୟଆଦେଶ ହୋଇଯାଇଛି କିନ୍ତୁ ଏହା ଜୟନ୍ତି ଙ୍କୁ ଜଣାଇଦିଆଯାଇ ନଥିଲା ।

ଯେତେବେଳେ ଯୋଗାଣହାୟକ ସରପଞ୍ଚଙ୍କ ନିର୍ଦେଶ ପ୍ରକାରେ ତା .୨୫ .୦୯ . ୨୦୨୩ ରିଖ ରେ ଜୟନ୍ତୀ ଙ୍କୁ ଫୋନକରି କହିଥିଲେ ତୁମର ଖାତାକୁ କାମ ବାବଦରେ ୪୦ ହଜାର ଟଙ୍କା ଯାଇଛି । ତୁମେ ଶ୍ରୀଘ୍ର ଆସି ଟଙ୍କା ଉଠାଇଦିଅ ନଚେତ ଚାଉଳ ଦିଆଯିବ ନାହିଁ । ଏହାସୁଣି ଜୟନ୍ତୀ ଭୟରେ ଚେନାଇରୁ ଗ୍ରାମ ଆସି ୦୩ .୧୦ .୨୦୨୩ ରା,ଉଦୟଗିରି ଷ୍ଟେଟ ବ୍ୟାଙ୍କ ରୁ ୪୦ ହଜାର ଟଙ୍କା ଉଠାଇ ସ୍ଥାନୀୟ ଓ୍ବାର୍ଡ ମେମ୍ବର ସହ ସରପଞ୍ଚ ଙ୍କୁ ଦେଇଥିଲେ ଓ ଚେନାଇଁ ଦାଦନ ଖଟିବାକୁ ଯାଇଥିଲେ । ସରପଞ୍ଚ ପୁଣି ଥରେ ୧୨ .୦୯ .୨୦୨୪ ତାରିଖରେ ଜୟନ୍ତୀ ଙ୍କୁ ଫୋନକରି ଖାତାକୁ କାମ ବାବଦେରେ ୬୫ ହଜାର ଟଙ୍କା ଯାଇଛି ଓ ଯଥା ଶୀଘ୍ର ଆସି ଟଙ୍କା ଦେବାକୁ କହିଲେ । ଏହା ଶୁଣି ଜୟନ୍ତୀ କହିଲେ ଯେ ମୋର ଖାତାକୁ ଆସିବା ଟଙ୍କା ମୁଁ କାହିଁକି ଦେବି କହି ମନା କରିଦେଲେ ,ଏହା ଶୁଣି ସରପଞ୍ଚ ଜୟନ୍ତୀ ନାମରେ ଥାନାରେ କେସ୍ କରିବାକୁ ଧମାକାଇ ଥିଲେ ।.

ଥାନାରେ କେସ୍ କଥା ଶୁଣି ଜୟନ୍ତୀ ଚେନାଇଁ ରୁ କାମ ଛାଡି ଗ୍ରାମକୁ ଆସି ୨୦ . ୦୯ .୨୦୨୪ ତାରିଖରେ ବ୍ୟାଙ୍କ ଯାଇ ୬୫ ହଜାର ଉଠାଇ ସରପଞ୍ଚଙ୍କୁ ଦେଇଥିଲେ । କିଛି ଦିନ ଗଲା ପରେ ସରପଞ୍ଚ ଆସି ଜୟନ୍ତୀଙ୍କୁ ଆଧାରକାର୍ଡ ମାଗି ପ୍ରଧାନ ମନ୍ତୀ ଆବାସ କାର୍ଯ୍ୟଆଦେଶ ବାହାର କରାଯିବ ବଲି କହିଥିଲେ କିନ୍ତୁ ଜୟନ୍ତୀ ସରପଂଚ ଙ୍କୁ ନଦେଇ ନିଜେ ଯାଇ ଜନସେବା କେନ୍ଦ୍ରରୁ କାର୍ଯ୍ୟଆଦେଶ ବାହାର କରିଦେଖିଲେ ଯେ ପ୍ରକୃତରେ ୪୦ ହଜାର ଓ ୬୫ ହଜାର ଟଙ୍କା ତାଙ୍କ ନାମରେ ଆସିଛି । ଏହା ଜାଣିବା ପରେ ମୁଣ୍ଡରେ ହାତଦେଇ ବସି ଚିନ୍ତାକରି ଆମ ପ୍ରତିନିଧି ନିକଟକୁ ଆସି ସମସ୍ତ ବିଷୟ କହିଥିଲେ । ଆମ ପ୍ରତିନିଧି ଏହି ବିଡିଓଙ୍କୁ ଜଣାଇବାକୁ କହିଥିଲେ। କହିବା ପ୍ରକାରେ ହିତାଧିକାରୀ ଏହି ବିଷୟ ନେଇ ସ୍ଥାନୀୟ ବିଡିଓ ଜଣାଇଥିଲେ । କିନ୍ତୁ ବିଡ଼ିଓ ନିଜକୁ ଅସହାୟ ମନେକରି ପୋଲିସ ଥାନାରେ ସରପଞ୍ଚ ନାମରେ କେସ ଦେବାକୁ କହିପରେ ତେଣୁ ଜୟନ୍ତୀ ବାଧ୍ୟହୋଇ ଆର,ଉଦୟଗିରି ଥାନାର ଦ୍ୱାରସ୍ତ ହୋଇଛନ୍ତି ।

ଏହି ବିଷୟରେ ନେଇ ସରପଞ୍ଚ ରିତାନୀ ମଣ୍ଡଳ ଯୋଗାଯୋଗ ସରପଞ୍ଚ କହିଛନ୍ତି ମୁଁ ଜୟନ୍ତୀ ରଇତ ମୁଁ କୌଣସି ଆବାସଗୃହ ଟଙ୍କା ନେଇନି ବୋଲି କହିଛନ୍ତି । ପରେ ଆର,ଉଦୟଗିରି ଥାନା ଅଧିକାରୀ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ସରପଞ୍ଚ ଙ୍କୁ ଡାକାଯାଇଛି ଆସିଲେ ଜଣାପଡିବ ବୋଲି କହିଥିଲେ । ଏହି ବିଷୟ ନେଇ ଦାୟତ୍ବରେ ଥିବା ପିଇଓ ମୌସୁମି ତ୍ରିପାଠି ଙ୍କୁ ଯୋଗାଯୋଗ କରିବାକୁ ମୁଁ ନୂତନଭାବେ ଦାଇତ୍ବ ନେଇଛି ପୂର୍ବତନ ପିଇଓ ଓ ସରପଞ୍ଚ ରିତାନି ମଣ୍ଡଳ ନିର୍ଦେଶ ପ୍ରକାରେ ଦୁତୀୟ କିସ୍ତି ପାଇଁ ଆବାସଗୃହକୁ ବ୍ୟକ୍ତିଙ୍କ ଘରକୁ ଜିଓଟେକ କରି ପାଠାଇଥିଲି । ଏହି ବିଷୟ ନେଇ ବିଡିଓ ଲରିମନ ଖର୍ସେଲ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ବ୍ଳକ ପ୍ରଶାସନ ପ୍ରକୃତ ହିତାଧିକାରୀଙ୍କୁ ଖାତାକୁ ଟଙ୍କା ପଠାଯାଇଛି । ଯଦି ହିତାଧିକାରୀ ଠାରୁ ଆବାସଗୃହ ଟଙ୍କା ସରପଞ୍ଚ ମାଗିନେଇଥିଲେ ଆମ କଣ କରିବୁ । ଆବାସଗୃହ ପାଇଥିବା ମହିଳାଙ୍କୁ ସରପଞ୍ଚ ନାମରେ ଥାନା କେସ କରିବାକୁ କୁହାଯାଉଛି ବୋଲି କହିଥିଲେ । ଏହି ନେଇ ଜୟନ୍ତୀ ରଇତ ମୁଖ୍ୟ ମନ୍ତ୍ରୀ, ଗଜପତି ଜିଲ୍ଲାପାଳ, ପିଡିଙ୍କୁ ଲେଖି ଆଜି ରେଜିଷ୍ଟିଏଡି କରିପଠାଥିବା ଜୟନ୍ତୀ ଜଣାଇଛନ୍ତି । ଦେଖିବାକି ରହିଲା ଖବର ପ୍ରକାଶ ହେବାପରେ ଜିଲା ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Odiapreneur 3.0 State-Level Hackathon Inaugurated at IIT Bhubaneswar

Odiapreneur 3.0 State-Level Hackathon Inaugurated at IIT Bhubaneswar

October 1, 2026
ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା

ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା

October 1, 2026
ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା

ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା

October 1, 2026
ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ

ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ

October 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Odiapreneur 3.0 State-Level Hackathon Inaugurated at IIT Bhubaneswar

Odiapreneur 3.0 State-Level Hackathon Inaugurated at IIT Bhubaneswar

October 1, 2026
ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା

ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା

October 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version