No Result
View All Result
୩୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ :-> ଓଡ଼ିଶା ହାସ୍ୟ ବ୍ୟଙ୍ଗ ସାହିତ୍ୟର ଧୂରୀଣ ବ୍ୟଙ୍ଗକାର ସ୍ବର୍ଗତ ସରୋଜ କୁମାର ମିଶ୍ର (ଶ୍ରୀ ଚିତାକଟା )ଙ୍କ ବିୟୋଗରେ ଗତକାଲି ନୟାଗଡ଼ ନୀଳମାଧବ କଲ୍ୟାଣ ମଣ୍ଡପର ଯଦୁମଣି ସଭାଗୃହରେ ବ୍ୟଙ୍ଗ କଲମର ସମ୍ପାଦକ ରବୀନ୍ଦ୍ର ରାଉତଙ୍କ ଆବାହକତ୍ୱରେ ନୟାଗଡ଼ର ଏଗାର ଗୋଟି ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ଯଥା ବ୍ୟଙ୍ଗ କଲମ,ଜିଲ୍ଲା ଲେଖକ ପରିଷଦ, ପରମ୍ପରା, ତଥାସ୍ତୁ, ସେତୁବନ୍ଧ, ଆର୍ଟ ପଏଣ୍ଟ, କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ, ମା’ ଫାଉଣ୍ଡେସନ, ନାଟ୍ୟଧାରା, ଶ୍ରୀ ସୃଜନ, ବଂଶୀଧର ଇଣ୍ଟର ନ୍ୟାସନାଲ ଫାଉଣ୍ଡେସନଙ୍କ ଆନୁକୂଲ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଅଛି। ସମାଜସେବୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସାମ୍ବାଦିକ ରାମକୃଷ୍ଣ ରଥ ସଭାକାର୍ଯ୍ୟ ପରିଚାଳନା କରିଥିଲେ।
ସମ୍ମାନୀତ ଅତିଥି ଭାବେ ନାଟ୍ୟକାର ବିଶ୍ୱନାଥ ମହାପାତ୍ର,ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ସାହିତ୍ୟିକା ବସରିନ ବିବି, ପ୍ରଧାନୀ ବୃନ୍ଦାବନ ମହାପାତ୍ର,ନାଟ୍ୟକାର ଶରତ ଚନ୍ଦ୍ର ଆଚାର୍ଯ୍ୟ,କୁଇଜ଼ ମାଷ୍ଟର ଚନ୍ଦ୍ର ବିଜୟୀ ମିଶ୍ର ଏବଂ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ ଦୁଇ ମିନିଟ ନିରବ ପ୍ରାଥନ୍ନା କରି ସ୍ବର୍ଗତ ଶ୍ରୀ ଚିତାକଟା ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ତାଙ୍କ ଦ୍ୱାରା ରଚିତ ହାସ୍ୟ ବ୍ୟଙ୍ଗ କବିତା ସଂକଳନ “ଅଖା ଧୋଉଥା” ଆଜିର ବ୍ୟତିକ୍ରମ ସମାଜକୁ ସୁଧାରିବାରେ ଏକ ମାଇଲ ଖୁଣ୍ଟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ସମୟ ଚକ୍ରରେ ଧର୍ମପତ୍ନୀ ଙ୍କ ବିୟୋଗ,ବଡ଼ ପୁଅ ଦୁର୍ଘଟଣା ଗ୍ରସ୍ତ ହୋଇ ଆଜି ଯାଏଁ କୋମାରେ ପଡ଼ି ରହିବା ଦ୍ୱାରା ଶ୍ରୀ ଚିତାକଟାଙ୍କ ଅବସର କାଳୀନ ଜୀବନ ଦୁର୍ବିସହ ହୋଇପଡ଼ିଥିଲା।

ଯାହାଦ୍ୱାରାକି ତାଙ୍କର ବ୍ୟଙ୍ଗ କବିତା ସଂକଳନ “ଗଣ୍ଡା ଚମଡ଼ା” ଏବେବି ଅପ୍ରକାଶ୍ୟ ହୋଇ ରହିଯାଇଛି। ଅନେକ ଘାତ ପ୍ରତିଘାତ ପରେ ମଧ୍ୟ ସେ ଜଣେ ସ୍ନେହୀ,ମେଳାପୀ ଓ ପରୋପକାରୀ ବନ୍ଧୁ ବତ୍ସଳ ମଣିଷ ଥିଲେ। ଶ୍ରୀ ଚିତାକଟା ଖୋର୍ଦ୍ଧା ଜିଲ୍ଲା ଦିବ୍ୟସିଂହ ପୁର ଶାସନରେ ତା ୨୦. ୧୦. ୧୯୬୨ ରିଖରେ ଜନ୍ମ ଗ୍ରହଣ କରିଥିବା ବେଳେ ବାଲ୍ୟଜୀବନ ଫୁଲବାଣୀରେ କଟାଇ ଥିଲେ। ପରବର୍ତୀ ସମୟରେ କର୍ମମୟ ଶିକ୍ଷକତା ଜୀବନକୁ ଦଶପଲ୍ଲାରେ କାଟିଥିଲେ। ଗତ ତା ୨୫. ୧୧. ୨୦୨୪ରିଖରେ ଫୁଲବାଣୀ ଠାରେ ୬୨ ବର୍ଷ ବୟସରେ ସେ ଇହଲୀଳା ସମ୍ବରଣ କରିଛନ୍ତି। ସେ ତାଙ୍କ ଜୀବିତ ଅବସ୍ଥାରେ ଓଡ଼ିଶାର ଅନେକ ମଞ୍ଚରେ ବ୍ୟଙ୍ଗ କବିତା ପାଠକରି ଶ୍ରୋତାଙ୍କର ପ୍ରିୟଭାଜନ ହୋଇଥିଲେ।
ଏଥିସହ ଓଡ଼ିଶାର ଅନେକ ସାହିତ୍ୟ ଅନୁଷ୍ଠାନ ସହିତ ସେ ଓତଃ ପ୍ରତଃ ଭାବେ ଜଡ଼ିତ ଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟ ମାନଙ୍କ ମଧ୍ୟ୍ୟରେ ଶେଖ ଅବଦୁଲ ଖାଲ୍ଲିକ,ରଶ୍ମି ରଞ୍ଜନ ଜେନା, ବିଜୟା ନନ୍ଦ ମହାପାତ୍ର,ମହମ୍ମଦ ଆଜାଦ, ସାମ୍ବାଦିକ ମୋହିଉଦ୍ଦିନ ଆଉରଙ୍ଗଜେବ,ଗୋପୀନାଥ ସେଠୀ ସମାଜସେବୀ ଦାମୋଦର ସାହୁ (ଦାମସାର),ଶ୍ରୀଧର ପ୍ରଧାନ,ଅଧ୍ୟାପିକା ନୀଳିମା ନନ୍ଦ,ସାମ୍ବାଦିକ ସୁରେନ୍ଦ୍ର ପ୍ରଧାନ, କୈଳାସ ଚନ୍ଦ୍ର ସାଥୁଆ,ଗୋକୁଳ ଚନ୍ଦ୍ର ଷଡ଼ଙ୍ଗୀ, କବି ସରୋଜ କୁମାର ସାହୁ, ବ୍ୟଙ୍ଗ କବି ପ୍ରତାପ ସାହୁ (ଘରବୁଡ଼ା), କଣ୍ଠଶିଳ୍ପୀ ରାଜନ ସିଂ ପ୍ରମୁଖ ଯୋଗ ଦେଇ ଶ୍ରୀ ଚିତାକଟା ଙ୍କ ସ୍ମୃତି ଚାରଣ କରିଥିଲେ। ପରିଶେଷରେ ରବୀନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result