ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଡ.ସୁଶାନ୍ତ କୁମାର ଦାସ ଉପସ୍ଥିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ଭାରତୀୟ ସମ୍ବିଧାନର ୭୫ ବର୍ଷ ରେ ପ୍ରସଙ୍ଗ ଓ ଆମ ସମ୍ମୁଖରେ ସମସ୍ୟା ସହ ସମ୍ବିଧାନ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ରାଜନୀତି ବିଜ୍ଞାନ ବିଭାଗ ଛାତ୍ର ତରୁଣ କୁମାର ମଲ୍ଲିକ,ବିକ୍ରମ ମଲ୍ଲିକ ,ଶ୍ରୀଧର ସିଓ ,ସୁଶ୍ରୀ ଅନ୍ନପୂର୍ଣ୍ଣା ପାଢ଼ୀ ,ଏକ ରାଷ୍ଟ୍ର ଏକ ନିର୍ବାଚନ, ସବକା ସାଥ ସବକା ବିକାଶ, ଆତ୍ମନିର୍ଭର ଭାରତ, ଏକ ଭାରତ, ଶ୍ରେଷ୍ଠ ଭାରତ ପାଠ ଚକ୍ର ଉପସ୍ଥାପନ କରିଥିଲେ। ଉପସ୍ଥିତ ଅତିଥି ଏ ବିଷୟରେ ନିଜ ନିଜ ମତ ପ୍ରଦାନ କରିଥିଲେ। ପ୍ରଥମେ ସମସ୍ତ ଅତିଥି ଓ ଛାତ୍ର ଛାତ୍ରୀ ସମ୍ବିଧାନର ମୁଖବନ୍ଧ କୁ ପାଠ କରିଥିଲେ।
ଏ ଅବସରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇ ଥିଲା। ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଭାରତୀୟ ସଂସ୍କୃତି ରେ ବିଭିନ୍ନତା ମଧ୍ୟରେ ଏକତା କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଧ୍ୟାପକ ହିମାଂଶୁ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା ରେ ଅରୁନ୍ଧତୀ ପ୍ରଧାନ, ଡ.ସଂଯୁକ୍ତା ନାୟକ,ଦଣ୍ଡପାଣି ଭୂୟାଁ, ହେମନ୍ କୁମାର ଦିବକା, ଆଲିପାମା ସାହୁ, ସୁକୁମାରୀ ପ୍ରଧାନ ପ୍ରମୁଖ ଅଧ୍ୟାପକ ,ଅଧ୍ୟାପିକା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ।
© 2023 Odisha Taza News.