No Result
View All Result
୦୨ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ମହେନ୍ଦ୍ରଗଡ଼ ହାଇସ୍କୁଲ ପରିସରରେ ରେଡ ରିବନ କ୍ଳବ ତରଫରୁ ଏଡ଼ସ ସମ୍ବନ୍ଧୀୟ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି | ଏ ଅବସରରେ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ଶ୍ରୀ ଏସ ରାମାରାଓ HIV ଜନିତ ରୋଗ କଣ ? ଓ ତାହାର ନିରାକରଣ ସମ୍ବନ୍ଧରେ
ଓ କିଭଳି ନିଜ ନିଜ ପରିବାରରେ, ସାହିରେ ଓ ଗ୍ରାମରେ ସଚେତନତା କରାଯାଇପାରିବ ଯେଭଳି ଏଡ଼ସର ଭୟବହତା ନ ରହିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ | ଶିକ୍ଷକ ଶ୍ରୀ ରାଧାକୃଷ୍ଣ ପଣ୍ଡା ଛାତ୍ର ଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ | ଏହି କାର୍ଯ୍ୟକ୍ରମକୁ ରାଜ୍ୟ ପୁରସ୍କୃତ ଶିକ୍ଷକ ତଥା ଜୁନିଅର ରେଡ କ୍ରସର ଜିଲ୍ଲା ସମ୍ବଳ ସାଧନ କର୍ମୀ ଶ୍ରୀ ସୁବାସ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ |

No Result
View All Result