• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟ ବିଜେପି ସରକାର ବାତ୍ୟା ଦାନାର ମୁକାବିଲା ଓ ପରିଚାଳନା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ : ବିଜେଡି

Proprietor Abhimanyu Maharana by Proprietor Abhimanyu Maharana
October 27, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ରାଜ୍ୟ ବିଜେପି ସରକାର ବାତ୍ୟା ଦାନାର ମୁକାବିଲା ଓ ପରିଚାଳନା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ : ବିଜେଡି
Share on FacebookShare on TwitterWhatsapp

 ରାଜ୍ୟ ସରକାରଙ୍କ ଫୋକସ ବାତ୍ୟା ମୁକାବିଲାରେ ନୁହେଁ, ପ୍ରଶଂସା ସାଉଁଟିବାରେ ଥିଲା

 ବାତ୍ୟାରେ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଶୂନ୍ୟ କାଜୁଆଲିଟି ଦାବି ହାସ୍ୟାସ୍ପଦ

 ନବୀନଙ୍କ ସମୟରେ ପ୍ରତିଷ୍ଠା ହୋଇଥିବା ସୁଦୃଢ଼ ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥା, ବୃହତ ବାତ୍ୟାକୁ ମୁକାବିଲା ପାଇଁ ସକ୍ଷମ

 ରାଜ୍ୟ ସରକାରଙ୍କ ପରିଚାଳନାଗତ ତ୍ରୁଟି ପାଇଁ ବାତ୍ୟା ମୁକାବିଲାରେ ବିଫଳ

୨୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବାତ୍ୟା ଦାନାର ମୁକାବିଲା ଓ ପରିଚାଳନା ନେଇ ରାଜ୍ୟ ସରକାର ନିଜର ସଫଳତା ଦାବି କରି ଡିଣ୍ଡିମ ପିଟି ଚାଲିଥିବା ବେଳେ ବିଜୁ ଜନତା ଦଳ ତରଫରୁ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସରକାର ବାତ୍ୟା ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଦାବି କରିଛି । ବିଜେଡି ମୁଖପାତ୍ର ଡଃ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ରାଜ୍ୟ ବିଜେପି ସରକାରଙ୍କ ଫୋକସ, ବାତ୍ୟା ଦାନାର ମୁକାବିଲା ଓ ପରିଚାଳନା ନୁହେଁ ବରଂ କେବଳ ପ୍ରଶଂସା ସାଉଁଟିବା ପାଇଁ ବ୍ୟଗ୍ର ଥିବା ପରି ମନେ ହେଉଥିଲା । ଅତିକମ୍‌ରେ ଚାରି ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ, ରାଜ୍ୟ ସରକାର ଶୂନ୍ୟ ମୃତ୍ୟୁ ଦାବି କରିବା ହାସ୍ୟାସ୍ପଦ । ରାଜନଗରରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରରେ ଜଣଙ୍କ ମୃତ୍ୟୁ ହୋଇଛି ।

ସେହିପରି, ପ୍ରାୟ ଛଅ ଲକ୍ଷ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ସରକାର ଦାବି କରୁଥିଲା ବେଳେ ଏହି ତଥ୍ୟର ସତ୍ୟତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାତ୍ୟାର ପୂର୍ବ ମୁହୂର୍ତ୍ତ, ଏପରିକି ବାତ୍ୟା ପରେ ମଧ୍ୟ କିଛି ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଉଥିବା ଦୃଶ୍ୟ ନଜରକୁ ଆସିଛି । ତାଛଡ଼ା ବାତ୍ୟା ଆଶ୍ରୟସ୍ଥଳକୁ ଅଣାଯାଇଥିବା ଲୋକ ମାନଙ୍କୁ ମଧ୍ୟ ଖାଦ୍ୟ ପାନୀୟ ଯୋଗାଇବା ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି, ଯାହା ଗଣମାଧ୍ୟମରେ ପ୍ରକାଶ ପାଇଛି । ବାତ୍ୟା ଦାନାର ସୂଚନା ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ମିଳିଥିଲା ଏବଂ ସରକାରଙ୍କ ପାଖରେ ମୁକାବିଲାର ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସୂଚନା ଥିଲେ ମଧ୍ୟ ସରକାର ପ୍ରସ୍ତୁତି କରିବାରେ ବିଫଳ ହୋଇଥିଲେ । ବାତ୍ୟାରେ ପବନର ଗତି ୧୦୦ରୁ ୧୨୦ କିମି ହେବ ବୋଲି ସୂଚନା ଦିଆଯାଉଥିଲା, କିନ୍ତୁ ବାତ୍ୟା ସମୟରେ ୬୦ରୁ ୮୦ କିଲୋମିଟର ଥିଲା, ଯାହା ବିଶେଷଜ୍ଞଙ୍କ ମତରେ ବହୁତ ଅଧିକ ଓ ଚିନ୍ତାଜନକ ନୁହେଁ ।

ଏସବୁ ସତ୍ତ୍ୱେ ସରକାର ନିଜ ପିଠି ଥାପୁଡ଼େଇବାରେ ବ୍ୟସ୍ତ ଅଛନ୍ତି । ଲୋକଙ୍କ ଠାରୁ ନୁହେଁ, ଏ ସରକାର ପ୍ରଧାନମନ୍ତ୍ରୀଙ୍କ ଠାରୁ ସାର୍ଟିଫିକେଟ ପାଇଁ ବ୍ୟଗ୍ର ଅଛନ୍ତି ବୋଲି ଡଃ ସାମନ୍ତସିଂହାର ଅଭିଯୋଗ କରିଛନ୍ତି । ବିଜୁ ଜନତା ଦଳ ଦାବି କରୁଛି ଯେ, ବାତ୍ୟା ଦାନା ଉପରେ ରାଜ୍ୟ ସରକାର ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ, ଯେଉଁଥିରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି ଓ କେତେ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି ଏବଂ କେଉଁ ଆଶ୍ରୟସ୍ଥଳରେ କେତେ ଲୋକଙ୍କୁ ରଖାଯାଇଥିଲା ଇତ୍ୟାଦିର ତଥ୍ୟ ପ୍ରଦାନ କରନ୍ତୁ ବୋଲି ଡଃ ସାମନ୍ତସିଂହାର କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ, ରାଜ୍ୟରେ ଏକ ସୁଦୃଢ଼ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ହୋଇଥିଲା । ରାଜ୍ୟରେ ଓଡ୍ରାଫ ଗଠନ ସହିତ ଅତ୍ୟାଧୁନିକ ଯନ୍ତ୍ରପାତି ଉପଲବ୍ଧ କରାଯାଇଥିଲା । ୨୦୦୦ ମସିହାରେ, ରାଜ୍ୟରେ ମାତ୍ର ୨୩ଟି ବାତ୍ୟା ଆଶ୍ରୟସ୍ଥଳ ଥିଲା, ଯାହା ମଧ୍ୟରୁ ଅଧିକାଂଶ ବ୍ୟବହାର ଉପଯୋଗୀ ନଥିଲା ।

ଏହି ଆଶ୍ରୟସ୍ଥଳ ଗୁଡିକର ପୁନଃରୁଦ୍ଧାର ସହିତ ନୂତନ ଓ ଅତ୍ୟାଧୁନିକ ଆଶ୍ରୟସ୍ଥଳମାନ ବାତ୍ୟା ପ୍ରବଣ ଅଞ୍ଚଳ ଗୁଡିକରେ ନିର୍ମାଣ କରାଯାଇଥିଲା । ୨୦୨୪ ମସିହା ବେଳକୁ ରାଜ୍ୟରେ ୯୦୦ରୁ ଅଧିକ ଆଶ୍ରୟସ୍ଥଳ ଥିଲା, ଯାହା ମଧ୍ୟରୁ ଅନୂନ୍ୟ ୪୫୦ଟି ଆଶ୍ରୟ ସ୍ଥଳରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଥିଲା । ସେହିପରି, ବାତ୍ୟା ଆସିବାର ଯଥେଷ୍ଟ ପୂର୍ବରୁ ବାତ୍ୟାର ପୂର୍ବାନୁମାନ ପାଇଁ ମଧ୍ୟ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଥିଲା । ତାଛଡା, ବାତ୍ୟା ପରିଚାଳନା ପାଇଁ ଆବଶ୍ୟକ କୌଶଳ ଓ ଅତ୍ୟାଧୁନିକ ଯନ୍ତ୍ରପାତିର ସଠିକ ବ୍ୟବହାର ପାଇଁ କର୍ମଚାରୀମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ବାତ୍ୟାର ସଠିକ ମୁକାବିଲା ଓ ପରିଚାଳନା ପାଇଁ ଏକ ଏସଓପି ସ୍ଥିର କରାଯାଇଥିଲା । ନବୀନଙ୍କ ସମୟରେ ପ୍ରତିଷ୍ଠା ହୋଇଥିବା ଏହି ବ୍ୟବସ୍ଥା ଯେ କୌଣସି ବଡ଼ ବାତ୍ୟାକୁ ମୁକାବିଲା କରିବା ପାଇଁ ସକ୍ଷମ, ଯାହା ଅତୀତରେ ଅନେକ ବାତ୍ୟା ସମୟରେ ପ୍ରମାଣିତ ହୋଇଛି ।

ଏହି ବ୍ୟବସ୍ଥା ମାଧ୍ୟମରେ ସଫଳ ବାତ୍ୟା ପରିଚାଳନା ପାଇଁ ଓଡିଶା ରାଜ୍ୟ ତଥା ଦେଶ ବାହାରେ, ଏପରିକି ମିଳିତ ଜାତିସଙ୍ଘ ଦ୍ୱାରା ପ୍ରଶଂସିତ ହୋଇଛି । ଏଭଳି ଏକ ସୁଦୃଢ଼ ବ୍ୟବସ୍ଥା ଥିବା ସତ୍ତ୍ୱେ ରାଜ୍ୟ ବିଜେପି ସରକାରଙ୍କ ଖାମଖିଆଲି ନୀତି ଯୋଗୁଁ ବାତ୍ୟା ଦାନାର ପରିଚାଳନାରେ ବିଫଳ ହେବା ଦୁଃଖଦାୟକ ବୋଲି ଡଃ ସାମନ୍ତସିଂହାର କହିଥିଲେ । ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ରିଭ୍ୟୁ କରିବା ପାଇଁ ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ, କିନ୍ତୁ ଏହି ରିଭ୍ୟୁ ସମୟରେ ସ୍ଥାନୀୟ ବିଧାୟକମାନଙ୍କୁ ସାମିଲ ନକରି କେବଳ ଦଳୀୟ ଲୋକଙ୍କୁ ଧରି ରିଭ୍ୟୁ କରୁଥିବା ଦେଖାଯାଇଥିଲା । ବାଲେଶ୍ୱରର ଭୋଗରାଇ ଓ କେନ୍ଦ୍ରାପଡ଼ାରେ ରିଭ୍ୟୁ ସମୟରେ ଏପରି ହୋଇଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ବୋଲି ଡଃ ସାମନ୍ତସିଂହାର କହିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
୩୪ ବର୍ଷର ଶିକ୍ଷା ସେବାରେ ପୂର୍ଣଚ୍ଛେଦ : ଅଧ୍ୟକ୍ଷ ପ୍ରମୋଦ ରଥଙ୍କ ଭାବବିହ୍ୱଳ ବିଦାୟ

୩୪ ବର୍ଷର ଶିକ୍ଷା ସେବାରେ ପୂର୍ଣଚ୍ଛେଦ : ଅଧ୍ୟକ୍ଷ ପ୍ରମୋଦ ରଥଙ୍କ ଭାବବିହ୍ୱଳ ବିଦାୟ

July 2, 2026
ଶିକ୍ଷା ଦୀପ ଜାଳି ଅବସର : ତୁରେକେଲାରେ ଗୁରୁଜନଙ୍କୁ ସ୍ନେହ-ସମ୍ମାନରେ ବିଦାୟ

ଶିକ୍ଷା ଦୀପ ଜାଳି ଅବସର : ତୁରେକେଲାରେ ଗୁରୁଜନଙ୍କୁ ସ୍ନେହ-ସମ୍ମାନରେ ବିଦାୟ

July 2, 2026
ଘୁଷୁରାମୁଣ୍ଡା ଅଙ୍ଗନବାଡି ବିବାଦର ଅନ୍ତ : ମାତୃମଣ୍ଡଳୀଙ୍କୁ ରୋଷେଇ ଦାୟିତ୍ୱ, ଖୋଲିଲା ତାଲା

ଘୁଷୁରାମୁଣ୍ଡା ଅଙ୍ଗନବାଡି ବିବାଦର ଅନ୍ତ : ମାତୃମଣ୍ଡଳୀଙ୍କୁ ରୋଷେଇ ଦାୟିତ୍ୱ, ଖୋଲିଲା ତାଲା

July 2, 2026
କଣ୍ଟାବାଞ୍ଜି ଉତ୍କଳ ବାଳାଶ୍ରମରେ 4 ଦିନିଆ ସ୍ୱଚ୍ଛତା ଅଭିଯାନ ସମ୍ପନ୍ନ : ଶିଶୁଙ୍କୁ ସ୍ୱାସ୍ଥ୍ୟ-ସଚେତନତାର ପାଠ

କଣ୍ଟାବାଞ୍ଜି ଉତ୍କଳ ବାଳାଶ୍ରମରେ 4 ଦିନିଆ ସ୍ୱଚ୍ଛତା ଅଭିଯାନ ସମ୍ପନ୍ନ : ଶିଶୁଙ୍କୁ ସ୍ୱାସ୍ଥ୍ୟ-ସଚେତନତାର ପାଠ

July 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୩୪ ବର୍ଷର ଶିକ୍ଷା ସେବାରେ ପୂର୍ଣଚ୍ଛେଦ : ଅଧ୍ୟକ୍ଷ ପ୍ରମୋଦ ରଥଙ୍କ ଭାବବିହ୍ୱଳ ବିଦାୟ

୩୪ ବର୍ଷର ଶିକ୍ଷା ସେବାରେ ପୂର୍ଣଚ୍ଛେଦ : ଅଧ୍ୟକ୍ଷ ପ୍ରମୋଦ ରଥଙ୍କ ଭାବବିହ୍ୱଳ ବିଦାୟ

July 2, 2026
ଶିକ୍ଷା ଦୀପ ଜାଳି ଅବସର : ତୁରେକେଲାରେ ଗୁରୁଜନଙ୍କୁ ସ୍ନେହ-ସମ୍ମାନରେ ବିଦାୟ

ଶିକ୍ଷା ଦୀପ ଜାଳି ଅବସର : ତୁରେକେଲାରେ ଗୁରୁଜନଙ୍କୁ ସ୍ନେହ-ସମ୍ମାନରେ ବିଦାୟ

July 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version