ଏ ଭଳି କି ବାତ୍ୟା ଅଞ୍ଚଳକୁ ସରକାରୀ ଗାଡ଼ି ମଧ୍ୟ ଯିବା କଷ୍ଟକର୍ ହୋଇପଡ଼ିଥିଲା ।ଏ ନେଇ ପୋଖରୀଗାଁର ଜଣେ ଯୁବ ସମାଜସେବୀ ଆଦେଶ ବସ୍ତିଆ ୧୧୨ ନମ୍ବରକୁ କଲ କରି ରାସ୍ତା ଉପରେ ଗଛ ପଡିଥିବା ଘଟଣା ସଂମ୍ପର୍କରେ ପ୍ରଶାସନଙ୍କୁ ଜଣାଇବା ପରେ ,ସେଠାରେ ତୁରନ୍ତ୍ ଓଡ଼ରାଫ ଟିମ ଓ ଫାୟର ଟିମ୍ ପହଞ୍ଚି ରାସ୍ତାରୁ ଗଛ କାଟି ରାସ୍ତା ପରିଷ୍କାର କରି ଯାତାୟତର ସୁବିଧା କରିଥିଲେ ।
ନିଆଳିରେ ନିୟୋଜଜିତ ଥିବା ଓଡ୍ରାଫ ଟିମ ଏବଂ ଅଗ୍ନିଶମ ବାହିନୀର ମିଳିତ ସହଯୋଗରେ କଟକ ଜିଲ୍ଲା ନିଆଳି ଓ କଣ୍ଟାପଡ଼ା ଅଞ୍ଚଳରେ ବିଭିନ୍ନ ଉଦ୍ଧାର କାର୍ଯ୍ୟ ପାଇଁ ସଜାଗ ରହିଛନ୍ତି । ନିଆଳି ନିର୍ବାଚନ ମଣ୍ଡଳୀ ସମେତ ବାଲିପାଟଣା ଥାନା ଅଞ୍ଚଳରେ ବାତ୍ୟା ପ୍ରଭାବରେ ଧାନ ,ପାନ, ଓ ପନିପରିବା ଚାଷୀ ବର୍ଷା, ପବନରେ କ୍ଷତିଗ୍ରସ୍ତ ହୋଇଥିବାର ବହୁ ଚାଷୀ କହିଛନ୍ତି । ଏଣୁ ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ନିଆଳି ଓ ବାଲିପାଟଣା ଅଞ୍ଚଳବାସୀ ।

© 2023 Odisha Taza News.