No Result
View All Result
୨୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଡମପଡ଼ା ବ୍ଲକ ଅନ୍ତର୍ଗତ ତୁଳସୀପୁର ଠାରେ ପ୍ରକୃତିବନ୍ଧୁ ସଂଗଠନ ଆନୁକୁଲ୍ୟରେ ପର୍ଯ୍ୟାୟବରଣ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରକୃତିବନ୍ଧୁ ପ୍ରସନ୍ନ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଅୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପରିବେଶବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ଦୀପକ କୁମାର ସାମନ୍ତରା ଓ ଚନ୍ଦ୍ରମଣି ମହାପାତ୍ର ପ୍ରମୁଖ ଯୋଗଦାନ କରି ପରିବେଶ କିପରି ସୁସ୍ଥ ରହିପାରିବ ସେ ସଂପର୍କରେ ଆଲୋକପାତ କରିଥିଲେ ।
ପରିବେଶ ସୁସ୍ଥ ରଖିବାକୁ ହେଲେ ବ୍ୟାପକ ବୃକ୍ଷରୋପଣ ଆବଶ୍ୟକତା ରହିଛି ବୋଲି ପ୍ରାଧ୍ୟାପକ ମହାପାତ୍ର ଉଲ୍ଲେଖ କରିଥିଲେ । ଏହି ପରିପ୍ରେକ୍ଷୀରେ ତୁଳସୀପୁର ରଙ୍ଗଣି ସାହିସ୍ଥ ରଙ୍ଗଣି ପୋଖରୀ ଓ ନିକଟସ୍ଥ ଆର୍ଯ୍ୟ ସମାଜ ମଣ୍ଡପ ଠାରେ ବିଭିନ୍ନ ପ୍ରକାରର ଔଷଧିୟ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଧନଞ୍ଜୟ ମହାପାତ୍ର, ସୁଦର୍ଶନ ସାହୁ, ସଂଗ୍ରାମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result