• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଢେଙ୍କାନାଳର ଲକ୍ଷ୍ମୀପୂଜା ଓଡିଶାର ସାଂସ୍କୃତିକ ଐତିହ୍ୟର ନିଦର୍ଶନ- ମୁଖ୍ୟମନ୍ତ୍ରୀ

Proprietor Abhimanyu Maharana by Proprietor Abhimanyu Maharana
October 22, 2024
in ଓଡ଼ିଶା, ଢେଙ୍କାନାଳ, ମନୋରଞ୍ଜନ, ହୋମ୍
0
ଢେଙ୍କାନାଳର ଲକ୍ଷ୍ମୀପୂଜା ଓଡିଶାର ସାଂସ୍କୃତିକ ଐତିହ୍ୟର ନିଦର୍ଶନ- ମୁଖ୍ୟମନ୍ତ୍ରୀ
Share on FacebookShare on TwitterWhatsapp

ଢେଙ୍କାନାଳ ଲକ୍ଷ୍ମୀପୂଜା

ମହାବୀର ବଜାର କ୍ଲବ ପୂଜା ପେଣ୍ଡାଲର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ

ଢେ଼ଙ୍କାନାଳ ଜିଲ୍ଲା ରେ ୪୦ ହଜାର କୋଟି ଟଙ୍କା ର ପୁଞ୍ଜି ନିବେଶ ହେବ

ପ୍ରତ୍ୟେକ ଜିଲ୍ଲାର ବିକାଶରେ ଆମେ ବିକଶିତ ଓଡିଶା ଗଠନ କରିବୁ- ମୁଖ୍ୟମନ୍ତ୍ରୀ

୨୧ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଢେଙ୍କାନାଳ :-> ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ଢେଙ୍କାନାଳର ଲକ୍ଷ୍ମୀପୂଜା ଓଡିଶା ସାଂସ୍କୃତିକ ଐତିହ୍ୟର ଅନନ୍ୟ ନିଦର୍ଶନ। ଏହି ପୂଜା ସାରା ଦେଶରେ ପ୍ରସିଦ୍ଧି ଅର୍ଜନ କରିଛି । ଢେଙ୍କାନାଳରେ ଚଳିତ ବର୍ଷ ୩୮ଟି ପୂଜା ମଣ୍ଡପରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ଅନେକ ପୂଜା ମଣ୍ଡପ ପରିଦର୍ଶନ କରି ସ୍ଥାନୀୟ ମହାବୀର କ୍ଲବର ପୂଜା ପେଣ୍ଡାଲ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଙ୍କସହିତ ତାଙ୍କ ସହଧର୍ମିଣୀ ଡକ୍ଟର ପ୍ରିୟଙ୍କା ମାରାଣ୍ଡି ମଧ୍ୟ ଉପସ୍ଥିତ ଥିଲେ।ମହାବୀର ବଜାର କ୍ଲବ ଚଳିତ ବର୍ଷ ଏହାର ୭୫ତମ ପୂର୍ତ୍ତି ପାଳନ କରୁଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦୀର୍ଘ ୭୫ ବର୍ଷ ଧରି ଆପଣମାନଙ୍କ ପୂର୍ବ ପିଢି ସମୟରୁ ଏହି ପୂଜା ନିରବଚ୍ଛିନ୍ନ ଭାବେ ଚାଲିଆସିଛି । ଏହା ଆପଣମାନଙ୍କ ଶ୍ରଦ୍ଧା, ଭକ୍ତି ଓ ଆଧ୍ୟାତ୍ମିକ ଭାବର ନିଦର୍ଶନ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ଓଡିଶାବାସୀଙ୍କ ମଙ୍ଗଳ ପାଇଁ ମା’ ଲକ୍ଷ୍ମୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ପୁରାଣ ଓ ଶାସ୍ତ୍ର ମାନଙ୍କରେ ମହାଲକ୍ଷ୍ମୀଙ୍କ ମହାତ୍ମ୍ୟ ପର୍ଯ୍ୟାପ୍ତ ଭାବେ ବର୍ଣ୍ଣନା କରାଯାଇଛି। ଭାରତୀୟ ସଂସ୍କୃତି ଓ ଦର୍ଶନରେ ମହାଲକ୍ଷ୍ମୀ ହେଉଛନ୍ତି ଐଶ୍ବର୍ଯ୍ୟ ଓ ପ୍ରାଚୁର୍ଯ୍ୟର ଦେବୀ। କେଉଁ ଆବହମାନ କାଳରୁ ମହାଲକ୍ଷ୍ମୀ ପୂଜା ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ମହୋତ୍ସବର ମାନ୍ୟତା ଲାଭ କରିଛି। ଭୁବନେଶ୍ବର ସ୍ଥିତ ଉଦୟଗିରି ଗୁମ୍ଫାରେ ଗଜଲକ୍ଷ୍ମୀଙ୍କ ଚିତ୍ର ହେଉଛି ଓଡିଶାରେ ଲକ୍ଷ୍ମୀପୂଜାର ପ୍ରାଚୀନତମ ନିଦର୍ଶନ ବୋଲି ସେ କହିଥିଲେ।

ଢେଙ୍କାନାଳରେ ଲକ୍ଷ୍ମୀ ପୂଜାର ଇତିହାସ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ବିଂଶ ଶତାବ୍ଦୀରେ ଢେଙ୍କାନାଳର ରାଜା ସୁର ପ୍ରତାପଙ୍କ ଦ୍ବାରା ୧୯୧୬ ମସିହାରେ କୁଞ୍ଜକାନ୍ତ ମନ୍ଦିର ପ୍ରତିଷ୍ଠା ହୋଇ ବୈଷ୍ଣବଭାବ ଧାରାର ପ୍ରସାର ଘଟିବା ସହିତ ନୃତ୍ୟ, ଗୀତ, କଳା ଓ ଅଭିନୟରେ ଢେଙ୍କାନାଳ ବାସୀ ସୁଖ୍ୟାତି ଅର୍ଜନ କରିଥିଲେ। ବ୍ରଜ କିଶୋର ପଟ୍ଟନାୟକ ପ୍ରଥମେ ୧୯୨୩ ମସିହାରେ ଢେଙ୍କାନାଳରେ ମୃଣ୍ମୟୀ ମହାଲକ୍ଷ୍ମୀ ପୂଜାର ଆୟୋଜନ କରିଥିଲେ ଏବଂ ବୈଦିକ ବିଧିରେ ପୂଜାର୍ଚ୍ଚନା କରିବା ସହିତ ପ୍ରତି ରାତିରେ ରାସ ପରିବେଷଣ କରୁଥିଲେ। ଏହାପରେ ୧୯୨୫ ମସିହାରେ ବର୍ତ୍ତମାନର ମୀନା ବଜାର ଅଞ୍ଚଳରେ ଦ୍ବିତୀୟ ପୂଜା ଆରମ୍ଭ ହୋଇଥିଲା। ଏହିପରି ଭାବେ ୧୯୪୧ ମସିହା ବେଳକୁ ଢେଙ୍କାନାଳର ଅନେକ ଯାଗାରେ ଲକ୍ଷ୍ମୀପୂଜା ଆରମ୍ଭ ହୋଇ ୧୯୪୩ ମସିହା ବେଳକୁ ଏହା ଏକ ସାର୍ବଜନୀନ ଏବଂ ଭାଇଚାରାର ପୂଜା ଭାବେ ମାନ୍ୟତା ଲାଭ କରିଥିଲା ବୋଲି ସେ କହିଥିଲେ।

କଟକର ଦଶହରା, ଭଦ୍ରକର କାଳୀପୂଜା, ତାଳଚେର ଓ ଜଟଣୀର ଗଣେଶ ପୂଜା, ବ୍ରହ୍ମପୁରର ଠାକୁରାଣୀ ପୂଜାଭଳି ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ମଧ୍ୟ ଖୁବ୍ ଆକର୍ଷଣୀୟ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଉତ୍ସବକୁ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ ମନଭରି ଉପଭୋଗ କରିଥାନ୍ତି।
ସେ କହିଥିଲେ ଯେ, ଶାନ୍ତି ଶୃଙ୍ଖଳା, ସଦ୍‌ଭାବ, ମୈତ୍ରୀ, ପ୍ରିତି, ଭାତୃତ୍ବ ଓ ସୌଜନ୍ୟର ମଧୁର ସମାବେଶରେ ଢେଙ୍କାନାଳର ଲକ୍ଷ୍ମୀ ପୂଜା ଓଡିଶାର ସାଂସ୍କୃତିକ ଐତିହ୍ୟରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି।ଢେଙ୍କାନାଳର ସାଂସ୍କୃତିକ ଐତିହ୍ୟ ସହିତ ସ୍ୱାଧୀନତା ସଂଗ୍ରାମରେ ଢେଙ୍କାନାଳର ଅବଦାନ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋକପାତ କରି ଶହୀଦ ବାଜି ରାଉତଙ୍କ ସ୍ମୃତି ଚାରଣ କରିଥିଲେ। ସେହିପରି ଆଧ୍ୟାତ୍ମିକ ପର୍ଯ୍ୟଟନ କ୍ଷେତ୍ରରେ ଯୋରନ୍ଦାର ମହୀମା ପୀଠର ଭୂମିକା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ।

ଓଡିଆ ଭାଷା ସାହିତ୍ୟର ଅଭିବୃଦ୍ଧିରେ ଜିଲ୍ଲାର ସାରସ୍ବତ ସାଧକ ସ୍ବର୍ଗତ ବ୍ରଜନାଥ ବଡଜେନା, ରାଧାମୋହନ ଗଡନାୟକ, ସ୍ବର୍ଗତ ଅନ୍ନଦା ଶଙ୍କର ରାୟ, ଗୋଲକ ବିହାରୀ ଧଳ, ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟମୀ ମିଶ୍ରଙ୍କ ଅବଦାନ ସମ୍ପର୍କରେ ମଧ୍ୟ ସେ ବର୍ଣ୍ଣନା କରିଥିଲେ । ଆଶ୍ଵିନ ମାସରେ ମା’ ଭଗବତୀ, କାର୍ତ୍ତିକ ମାସ ଆରମ୍ଭରେ ମା’ ଗଜଲକ୍ଷ୍ମୀ ଏବଂ କାର୍ତ୍ତିକ ଅମାବାସ୍ୟାରେ ମା’ କାଳୀଙ୍କ ଆରାଧନା କେବଳ ଏକ ଧର୍ମୀୟ ଉତ୍ସବ ନୁହେଁ । ଏହା ମହିଳା ସଶକ୍ତିକରଣର ପ୍ରତୀକ। ଆମେ ସମସ୍ତେ ମା’ ଙ୍କ ପୂଜା ଏବଂ ଆରାଧନା କରିବା ସହିତ ନାରୀଶକ୍ତିକୁ ସମ୍ମାନ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ଭାଷା, ସାହିତ୍ୟ, କଳା, ଆମ ସଂସ୍କୃତି ଓ ଆମ ଐତିହ୍ୟ- ଏସବୁକୁ ମିଶାଇ ଆମର ଅସ୍ମିତାର ପରିଚୟ ସୃଷ୍ଟିକରେ। ଆମ ଅସ୍ମିତା ପାଇଁ ଆମେ ସମସ୍ତେ ଗର୍ବ ଓ ଗୌରବ ଅନୁଭବ କରିବା ଉଚିତ୍। ଆମ ସରକାର ଆମ ଅସ୍ମିତାର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ସର୍ବାଧିକ ଗୁରୁତ୍ବ ଆରୋପ କରୁଛି ବୋଲି ପ୍ରକାଶ କରି ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଥିଲେ।

ରାଜ୍ୟର ବିକାଶ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଓଡିଶାର ବିକାଶ ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିଛନ୍ତି। ସେ ବାରମ୍ବାର କହିଛନ୍ତି ଯେ ବିକଶିତ ଭାରତର ରେଳ ଗାଡିରେ ଓଡିଶା ହେବ ପ୍ରଥମ ବଗି। ତାଙ୍କର ପୂର୍ବୋଦୟର ପରିକଳ୍ପନାରେ ଓଡିଶାର ବିକାଶକୁ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଇଛି। ୨୦୩୬ରେ ଯେତେବେଳେ ସ୍ବତନ୍ତ୍ର ଓଡିଶା ଗଠନର ୧୦୦ ବର୍ଷ ପୂରଣ ହେବ ଏବଂ ୨୦୪୭ରେ ଯେତେବେଳେ ଦେଶର ସ୍ବାଧୀନତାର ୧୦୦ ବର୍ଷ ପୂରଣ ହେବ, ତାକୁ ଦୃଷ୍ଟିରେ ରଖି ଏକ ବିକଶିତ ଓଡିଶା ଗଠନ ପାଇଁ ଆମେ ଉଦ୍ୟମ ଆରମ୍ଭ କରିଛୁ। ବିକଶିତ ଓଡିଶାରେ ସବୁ ଜିଲ୍ଲାର ଭୂମିକା ରହିବ ବୋଲି ସେ ମତ ଦେଇଥିଲେ। ସେ କହିଥିଲେ ଯେ, ମୋର ଦୃଢ ବିଶ୍ବାସ ଢେଙ୍କାନାଳ ଜିଲ୍ଲାର ମଧ୍ୟ ଏଥିରେ ପ୍ରମୁଖ ଅବଦାନ ରହିବ। ଢେଙ୍କାନାଳ ଜିଲ୍ଲା ରେ ଶିଳ୍ପାୟନ କ୍ଷେତ୍ର ରେ ୪୦ ହଜାର କୋଟି ଟଙ୍କା ର ପୁଞ୍ଜିନିବେଶ ହେବ,ଆଗାମୀ ଦିନରେ ଏହାକୁ ୧ ଲକ୍ଷ କୋଟି ଟଙ୍କା କୁ ବୃଦ୍ଧି କରିବା ପାଇଁ ମଧ୍ୟ ଯୋଜନା ରହିଛି ।ଏହା ମାଧ୍ୟମରେ ସ୍ଥାନୀୟ ଯୁବକ ଙ୍କ ସହ ଓଡ଼ିଶା ର ଯୁବ ଗୋଷ୍ଠୀ ନିଯୁକ୍ତି ଜରିଆ ରେ ଉପକୃତ ହେବେ ।ପ୍ରତ୍ୟେକ ଜିଲ୍ଲାର ବିକାଶରେ ଆମେ ବିକଶିତ ଓଡିଶା ଗଠନ କରିବୁ।

ସମାଜର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ଆଧୁନିକତାକୁ ଆପଣାଇ, ବିକାଶ କରିବା ଆମ ସରକାରଙ୍କ ମୂଳମନ୍ତ୍ର। ସମସ୍ତଙ୍କ ଧର୍ମୀୟ ଭାବନାକୁ ସମ୍ମାନ ଦେଇ ଆଗକୁ ବଢିବା ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ। ଢେଙ୍କାନାଳ ହେଉଛି ଭାଇଚାରାର ସହର। ଶାନ୍ତି ଶୃଙ୍ଖଳା ସହିତ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଥିବାରୁ ଢେଙ୍କାନାଳବାସୀ ନିଶ୍ଚିତ ଭାବେ ଧନ୍ୟବାଦର ପାତ୍ର ଏବଂ ଜିଲ୍ଲା ପ୍ରଶାସନଙ୍କ ଉଦ୍ୟମ ଏ ଦିଗରେ ପ୍ରଶଂଶନୀୟ। କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟମନ୍ତ୍ରୀ ଙ୍କୁ ଢେ଼ଙ୍କାନାଳ ଆସି ଥିବାରୁ ସହର ବାସୀଙ୍କ ପକ୍ଷରୁ ଧନ୍ୟବାଦ ଦେଇ କହିଥିଲେ ଯେ ସରକାର ଆସିବାର ୧୦୦ ଦିନ ମଧ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ଏବଂ ଚାଷୀ ଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ପ୍ରତିଶ୍ରୁତି ଅନୁଯାୟୀ ଧାନ ର ସହାୟକ ମୂଲ୍ୟ ୩୧୦୦ ଟଙ୍କା କୁ ବୃଦ୍ଧି କରିବା ଆମ ସରକାର ଙ୍କ ବଡ ଉପଲବ୍ଧି । କାର୍ଯ୍ୟକ୍ରମ ରେ ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, କାମାକ୍ଷାନଗର ବିଧାୟକ ଶ୍ରୀ ଶତ୍ରୁଘ୍ନ ଜେନା, ହିନ୍ଦୋଳ ବିଧାୟିକା ଶ୍ରୀମତି ସୀମା ରାଣୀ ନାୟକ,ଜିଲ୍ଲାପାଳ ଶ୍ରୀ ସୋମେଶ ଉପାଧ୍ୟାୟ, ପୂଜା କମିଟି ର ସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

March 6, 2026
ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

March 6, 2026
ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

March 6, 2026
ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

March 6, 2026

Recent News

ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

March 6, 2026
ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

March 6, 2026
ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

March 6, 2026
ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

March 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

March 6, 2026
ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

March 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version