No Result
View All Result
୧୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଆଜି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ମହାବୀର ମନ୍ଦିର ନିକଟରେ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ଆଶ୍ରମ ବିଦ୍ୟାଳୟ ରୋଷେୟା ସେବାୟତ ସଂଘ ,ନୟାଗଡ଼ ପକ୍ଷରୁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ରାଜ୍ୟସଂଘ କାର୍ଯ୍ୟକର୍ତ୍ତା କାଳିଆ ଦିଗାଲ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲା ସଭାପତି ମାନସ ନାଏକ ,
ଉପ- ସଭାପତି ଇନ୍ଦୁମତି ମଲ୍ଲିକ, କାର୍ଯ୍ୟକର୍ତ୍ତା ଜୟଚନ୍ଦ୍ର ମଲ୍ଲିକ , ପୁରଞ୍ଜନ ମାଝୀ ,ସୁଶାନ୍ତ ମଳିକ,ବୌଦ୍ଧ ଜିଲ୍ଲାର କାର୍ଯ୍ୟକର୍ତ୍ତା ଲକ୍ଷ୍ମୀଧର ବେହେରା ,ଉମେଶ କହଁର , ବିଶି ନାୟକ ,ଅରବିନ୍ଦ ପ୍ରଧାନ ,ସରସ୍ଵତୀ କହଁର ,ନିରାଶ ନାୟକ ,ବୈଶାଖୀ ପ୍ରଧାନ ,ପ୍ରଶାନ୍ତ ନାୟକ ,ବିଦେଶୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଏହି ବୈଠକରେ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ଆଶ୍ରମ ବିଦ୍ୟାଳୟ ରୋଷେୟା ସେବାୟତଙ୍କ ସ୍ଥାୟୀ ନିଯୁକ୍ତି ,
ଇନ୍ସୁରାନ୍ସ,ପେନସନ କିଭଳି ଭାବରେ ହୋଇପାରିବ ସେ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ସହିତ ଆଗାମୀ ଦିନରେ ସରକାରଙ୍କ ପାଖରେ କିଭଳି ଦାବି ଉପସ୍ଥାପନ କରିବେ ସେନେଇ ଉପସ୍ଥିତ ସମସ୍ତ କର୍ମକର୍ତ୍ତା ଙ୍କ ସହିତ ଆଲୋଚନା କରିଥିଲେ । ଏତତ୍ ବ୍ୟତୀତ ଯଦି ରୋଷେୟା ସେବାୟତଙ୍କ ଦାବି ସରକାର ନ ଶୁଣନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିବା ଜଣାପଡ଼ିଛି ।
No Result
View All Result