No Result
View All Result
୧୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲାର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠ ସ୍ଥିତ ନିୟତି ସ୍କୁଲ୍ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ନିୟତି ସ୍କୁଲ ଠାରେ ଆଜି “ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ” ପାଳନ କରାଯାଇଥିଲା ସ୍କୁଲ ର ଅଧ୍ୟାପିକା ସ୍ନେହଲତା ପାଣିଗ୍ରାହୀ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଡି.ଆଇ.ଏ.ଏସ ଶ୍ରୀ ବିମଳ ରାଉତ ମହୋଦୟ ଯୋଗ ଦେଇ ପିଲାମାନଙ୍କ ସ୍ବାସ୍ଥ୍ୟବିଷୟରେ କହିଥିଲେ, ଶ୍ରବଣଶକ୍ତି, ଏବଂ କହିବାଶକ୍ତି ଉପରେ ବହୁତ୍ ସୁନ୍ଦର ଭାବରେ ବୁଝାଇଥିଲେ,
ନିୟତି ସ୍କୁଲ୍ ସମ୍ପାଦିକା ଶ୍ରୀମତି ତନୁଜା ଶତପଥି ପିଲାମାନଙ୍କ ମଙ୍ଗଳ କାମନା କରିଥିଲେ, ସେ କହିଥିଲେ, ସମର୍ଥ ଅଛନ୍ତି ପିଲାମାନେ ବହୁତ୍ କିଛି ଆଗକୁ କରିପାରିବେ,ଭୌତିକ ଚିକିତ୍ସା ଡ୍ ଅରୁଣ କୁମାର ନାୟକ ଯୋଗ ଦେଇ ଭୌତିକ ଚିକିତ୍ସା ଉପରେ କହିଥିଲେଏହି କାର୍ଯ୍ୟକର୍ମ କୁ ଯୋଛନା ଡାକୁଆ, ସୁନିତ ଗମାଙ୍ଗସହଯୋଗ କରିଥିଲେ, ଶେଷରେ ଅରୁଣ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ,
No Result
View All Result