No Result
View All Result

ହିଞ୍ଜିଳିକାଟୁ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାନ ସଭାର ମାନ୍ୟବର ବିଧାୟକ ନବୀନ ପଟ୍ଟନାୟକଙ୍କୁ ଗୁରୁବାର ହିଞ୍ଜିଳିକାଟୁ ପୌରପରିଷର କାଉନସିଲର, ବିଜେଡିର ଯୁବ,ଛାତ୍ର,ମହିଳା, ନେତା ଓ କର୍ମୀ ସାକ୍ଷାତ କରିଥିଲେ। ଏହି ଅବସରରେ ବିରୋଧୀ ଦଳ ନେତା ଆଗାମୀ ପୌର ନିର୍ବାଚନରେ ଦଳକୁ ତୃଣମୂଳ ସ୍ତରରେ ସଂଗଠିତ କରି ପ୍ରସ୍ତୁତ ହୋଇ ରହିବାକୁ ପରାମର୍ଶ ଦେଇଥିଲେ।

ଆପଣ ମାନେ ଭଲ ଅଛନ୍ତି କି ବୋଲି ସେ ମଧ୍ଯ ପଚାରିଥିଲେ । ସରକାରୀ ଅବହେଳା ଯୋଗୁଁ ମ୍ୟୁନିସପାଲିଟି ଅଞ୍ଚଳରେ ବିକାଶ ମୂଳକ କାର୍ଯ୍ୟ ସ୍ଥାଣୁ ପାଲଟି ଯାଇଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ଅଧୋଗତି ହୋଇଥିବା ନେଇ ବିଜେଡି ନେତା ଓ କର୍ମୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରିଥିଲେ ।

ଏଥିରେ ସେ ଉଦବେଗ ପ୍ରକାଶ କରିବା ସହ ସମସ୍ତେ ଏକ ହୋଇ ଲୋକଙ୍କ ବିଭିନ୍ନ ଅଭାବ ଅସୁବିଧା ସମୟରେ ସହଯୋଗ ଜାରି ରଖି ସମାଧାନ କରିବା ସହ ପାଇଁ ପରସ୍ପର ମଧ୍ୟରେ ସୁସଂଗଠିତ ଓ ସମନ୍ଵୟ ରକ୍ଷା କରି ଦଳକୁ ଆଗେଇ ନେବା ପାଇଁ ପରାମର୍ଶ ଦେଇଥିଲେ। ହିଞ୍ଜିଳିବାସୀଙ୍କ ସହିତ ମୁଁ ସବୁବେଳେ ରହିଛି ଓ ରହିବି ବୋଲି ସେ ସମସ୍ତ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଥିଲେ ।

ଏହି ସାକ୍ଷାତକାର ସମୟରେ ମାନ୍ୟବର ବିରୋଧୀ ଦଳ ନେତାଙ୍କ ଡିଆରଡିଏ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ପୌର ପ୍ରତିନିଧି ପ୍ୟାରୀ ମୋହନ ପାଢ଼ୀ, ପୌର ସଭାପତି ହୃଦୟାନନ୍ଦ ମହାପାତ୍ର, ପୌରାଧ୍ୟକ୍ଷା ସୁଚିତ୍ରା କୁମାରୀ ପଣ୍ଡା, ପ୍ରଦୀପ କୁମାର ପଣ୍ତା, ବିଭୁ ପ୍ରସାଦ ପଣ୍ଡା,ବସନ୍ତ ବେହେରା,କୃଷ୍ଣ ଚୌଧୁରୀ,

କାମରାଜ ଦାସ, ସରୋଜ କୁମାର ପଣ୍ତା, ଜିତେନ୍ଦ୍ର ସ୍ଵାଇଁ, ସୁନୀଲ ପଟ୍ଟନାୟକ, ଅଜିତ ଗୌଡ, ଭଗବାନ ମହାରଣା, କେଶବ ମହାରଣା, ତରୁଣ ପଣ୍ତା, ନିଶାନ୍ତ କୁମାର ମହାପାତ୍ର, ସନ୍ତୋଷ କୁମାର ମହାରଣା, ଯୁଧିଷ୍ଠିର ସ୍ଵାଇଁ, ଗୋପବନ୍ଧୁ ବେହେରା, ସୁପ୍ରଭା ମହାରଣା ଓ ରଶ୍ମିତା ଚୌଧୁରୀଙ୍କ ସମେତ ବହୁ କାଉନସିଲର,ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଥିଲେ ।

No Result
View All Result