No Result
View All Result
୦୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ନୁଆଗଡ ସଦର ମହକୁମାସ୍ଥିତ ଲକ୍ଷ୍ମୀ ନୃସିଂହ ନୋଡଲ ବିଦ୍ୟାପାଠ ପରିସରରେ ଗୋଷ୍ଠୀ ଶିକ୍ଷା କାଯ୍ୟାଳୟର ଆୟୋଜନରେ ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଅତିଥି ଭାବେ ସରପଞ୍ଚ ସରୋଜିନୀ ରଇତ, ସମିତିସଭ୍ୟା ସୁଚିତା ଭୂୟାଁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲିଙ୍ଗରାଜ କାଜି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବଳରାମ ଗମାଙ୍ଗ ସୁଶାନ୍ତ କୁମାର ବେହେରା,ପଟୁରୁପଡା ପ୍ରଧାନ ଶିକ୍ଷକ ପ୍ରସାନନ୍ଦ ପରିଛା,
ଦୋଘରିୟା ପ୍ରଧାନ ଶିକ୍ଷକ ମାର୍କଣ୍ଡ ଶବର, ବଡପଦା ଶିକ୍ଷକ ରାବରାମ ଗମାଙ୍ଗ ଓ ଖଜୁରୀପଦା ପ୍ରଧାନ ଶିକ୍ଷକ ମଳୟ କୁମାର ବେହେରା ମଞ୍ଚାସୀନ ଥିଲେ । ବ୍ଳକର ୯ଟି କ୍ଳଷ୍ଟରସ୍ତରରେ ସୁରଭି କାର୍ଯ୍ୟକ୍ରମ ଆୟୋଜିତ ହୋଇ ୧୨ ବିଷୟରେ ପ୍ରତିଯୋଗୀତା ହୋଇଥିଲା । କ୍ଳଷ୍ଟରସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗିତା କରାଯାଇଥିଲା ।
କୃତି ପ୍ରତିଯୋଗିତା ପୁରସ୍କୃତ କରାଯାଇଥିଲା ବ୍ଳକସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଜିଲ୍ଲା ସ୍ତର ପ୍ରତିଯୋଗିତାରେ ଭାଗ ନେବେ ବୋଲି କହିଛନ୍ତି ଏବିଇଓ ଜାଜି । ଶିକ୍ଷକ ଓ ସିଆରସି ପ୍ରମୁଖ ପରିଚାଳନା କରିଥିବା ବେଳେ ଶ୍ରୀ ପରିଛା ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result