No Result
View All Result
୦୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ରାଜସୁନାଖଳା ଫୁଟୁବଲ ପ୍ରିମିୟର କ୍ଳବ ଆନୁକୂଲ୍ୟରେ ରବିବାର ଦିନ ରାଜସୁନାଖଳା ହାଇସ୍କୁଲ ପଡିଆଠାରେ ଆୟୋଜିତ ଫାଇନାଲ ଲିଗ ମ୍ୟାଚରେ ସାଇନାଥ ଫୁଟୁବଲ ଟିମ ୧-୦ଗୋଲରେ ଚାମ୍ପିୟନ ହୋଇଛି l ଏହି ଫୁଟୁବଲ ପ୍ରିମିୟର ଲିଗ ମ୍ୟାଚ ଆଜକୁ ୭ଦିନ ଧରି ମହାଡମ୍ବର ସହକାରେ କମିଟି ତରଫରୁ ଶାନ୍ତି ଶୃଙ୍ଖଳାର ଆୟୋଜନ କରାଯାଇଥିଲା l
ଏହି ଫୁଟୁବଲ ପ୍ରମିୟର ଲିଗ ମ୍ୟାଚରେ ୪ଟି ଟିମ ଅଂଶଗ୍ରହଣ କରିବାବେଳେ ଆଜିର ଫାଇନାଲ ମ୍ୟାଚରେ ସାଇନାଥ ଫୁଟୁବଲ ଟିମ ସହିତ ପ୍ରିନ୍ସ ଇଲେଭେନ ଟିମ ମଧ୍ୟରେ ଚିତାକର୍ଷକ ଖେଳ ପଦର୍ଶନ ଖେଳିଥିଲେ l ଟ୍ରାଇ ବ୍ରେକରେ ୧-୦ ଗୋଲରେ ସାଇନାଥ ଫୁଟୁବଲ ଟିମ ଚାମ୍ପିୟନ ହୋଇଥିଲା l ଏହି ମ୍ୟାଚକୁ ମୁଖ୍ୟ ରେଫରୀ ଚିତ୍ତରଞ୍ଜନ ପରିଡା, ମିର୍ଜା ଫକିରୁଦ୍ଧିନ ବେଗ ଓ ବୈକୁଣ୍ଠ ମହାପାତ୍ର ପରିଚାଳନା କରିଥିବାବେଳେ ଭାଷ୍ୟକାର, ସ୍କୋରର ଭାବେ ବଲ୍ଲବ ପ୍ରଧାନ ପରିଚାଳନା କରିଥିଲେ l
ଏହି ଚିତାକର୍ଷକ ପ୍ରିମିୟର ମ୍ୟାଚକୁ ଶତାଧିକ ଦର୍ଶକ ଉପଭୋଗ କରିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ଫ୍ରେଣ୍ଡସ୍ପୋର୍ଟ୍ସ କ୍ଳବ ଅଧକ୍ଷ ପୂର୍ଣ୍ଣ ଚନ୍ଦ୍ର ନାୟକ ଓ ସଂମ୍ମାନିତ ଅତିଥିଭାବେ ସମାଜସେବୀ ରଶ୍ମୀକାନ୍ତ ଷଡ଼ଙ୍ଗୀ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସହିତ କରିବା ସହିତ ଚମ୍ପିୟାନ ସାଇନାଥ ଫୁଟୁବଲ ଟିମକୁ ଟ୍ରଫି ସହିତ ୫ହଜାର ଟଙ୍କା ଓ ରନର୍ସ ଅଫ ପ୍ରିନ୍ସ ଇଲେଭେନ ଫୁଟୁବଲ ଟିମକୁ ଟ୍ରଫି ସହିତ ୩ହଜାର ତାଙ୍କl ପ୍ରଦାନ କରିଥିଲେ l

No Result
View All Result