No Result
View All Result
୦୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୁଳାସର :-> ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା ସହିତ ଭୌତିକ, କଳାତ୍ମକ ଓ ବିଭିନ୍ନ କୁକାୟତ ଗୁଣର ପରିପ୍ରକାଶ ନିମନ୍ତେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ମଧ୍ୟରୁ ଶିଶୁ ମହୋତ୍ସବ “ସୁରଭୀ” ଅନ୍ୟତମ। କିଛିଦିନ ଅନ୍ତରରେ ବିଦ୍ୟାଳୟ ଗୁଡିକରେ ସୁରଭୀ କାର୍ଯକ୍ରମ କରାଯାଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଆଜି ନୟାଗଡ ଜିଲ୍ଲା ରଣପୁର ଶିକ୍ଷା ମଣ୍ଡଳର କୁଳାସର କ୍ଳଷ୍ଟର ସ୍ତରୀୟ “ସୁରଭୀ” କାର୍ଯକ୍ରମରେ କ୍ଲଷ୍ଟରର ନଅ ଗୋଟି ବିଦ୍ୟାଳୟଯଥା (ନୀଳପଲ୍ଲୀ, ଗିରିଧରପୂର୍, ବାଲିପାଟଣା, କୋଟପୋଖରି, ତାଳକଣି, କୁଳାସର) ପ୍ରାଥମିକ ବିଦ୍ୟାଳୟ, ବଡପଥୁରିଆ ଓ ତାଳକଣି ମଧ୍ୟ ଇଂରାଜୀ ବିଦ୍ୟାଳୟ ଏବଂ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନେଇ ବଡପଥୁରିଆ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ଗୀରିଧରପୂର୍ ପ୍ରାଥମିକ ବିଦ୍ୟାଳୟର ପରିସରରେ ମହା ସମାରୋହରେ ସମୁଦାୟ ଚଉଦଟି ବିଭାଗ ଯଥା ଡିବେଟ, ରଚନା, ପ୍ରବନ୍ଧ,

ଚିତ୍ରାଙ୍କନ, ଚିତ୍ରକଳା, ସାଧାରଣ ଜ୍ଞାନ, ସୃଜନ ଶିଳ ଲିଖନ, ସଂଗୀତ, ନୃତ୍ୟ, ହସ୍ତାକ୍ଷର, ଗଣିତ ଦୌଡ଼, ଗଣିତ କୁଇଜ୍ ଓ ଗଳ୍ପ କଥନ ଆଦି ପ୍ରତି ଯୋଗିତା ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗରେ କରାଯାଇ ଥିଲା। ପ୍ରତିଯୋଗିତା ଆରମ୍ଭରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାମନ୍ତରାୟଙ୍କ ସଭାପତିତ୍ବରେ ଉଦଘାଟନୀ ଉତ୍ସବର ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା, ଯେଉଁଥିରେ ମୁଖ୍ୟ ଅତିଥି ଭାବେ ବସନ୍ତ କୁମାର ରାଉତ( ବ୍ଲକ ଉପ ଶିକ୍ଷା ଅଧିକାରୀ ), ସ୍ୱତନ୍ତ୍ର ଅତିଥି ବ୍ରଜ କିଶୋର ରାଉତରାୟ ( ସ୍ଥାନୀୟ ଗଡ ବାଣିକିଲୋ ପଞ୍ଚାୟତର ସରପଞ୍ଚ), ମୂଖ୍ୟ ବକ୍ତା ଗୋପାଳ ଚନ୍ଦ୍ର ଜେନା ( ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ), ସମ୍ମାନିତ ଅତିଥି ତପସ୍ଵିନୀ ଷଡ଼ଙ୍ଗୀ, ରବୀନ୍ଦ୍ର କୁମାର ପୃଷ୍ଟି, ସ୍ମିତା ରାଣୀ ମହାନ୍ତି ଯୋଗ ଦେଇ ପିଲା ମାନଙ୍କୁ ଉତ୍ସାହିତ କରିଥିଲେ।

ଆବାହକ ସଞ୍ଜୟ କୁମାର ବରାଡ ( ସି ଆର ସି ସି) ଓ ଶିକ୍ଷୟତ୍ରୀ ମମତା ମହାନ୍ତି ଅତି ସୁନ୍ଦର୍ ଭାବରେ ମଞ୍ଚ ପରିଚାଳନା ଓ ପ୍ରତିଯୋଗିତା ପରିଚାଳନା କରିଥିଲେ। ଛାତ୍ର ଛାତ୍ରୀ ମାନେ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିଥିବା ବେଳେ , ଅତିଥି ମାନେ ଜଗତର ନାଥ ଜଗନ୍ନାଥ ଙ୍କ ଫଟୋ ଚିତ୍ରରେ ପୁଷ୍ପ ଦେଇ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥଲେ। ପ୍ରଧାନ ଶିକ୍ଷକ ରମେଶ ଛନ୍ଦ୍ର ସାମନ୍ତରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମୁଦାୟ ନଅଟି ବିଦ୍ୟାଳୟରୁ ଦେଢ଼ ଶହରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ପ୍ରତି ଯୋଗୀତାରେ ଭାଗ ନେଇଥିବା ବେଳେ ତିରିଶି ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବା ପାଇଁ ସହଯୋଗ କରିଥିଲେ।

ସମସ୍ତ ବିଭାଗର ପ୍ରଥମ ହୋଇଥିବା ଛାତ୍ର ଛାତ୍ରୀ ମାନେ ବ୍ଲକ୍ ସ୍ତରୀୟ ପ୍ରତି ଯୋଗୀତରେ ଅଂଶ ଗ୍ରହଣ ନିମନ୍ତେ ଚୟନ କରାଯାଇଛି। ପ୍ରତିଯୋଗିତା ଶେଷରେ ପୁରସ୍କାର ବିତରଣ ନିମନ୍ତେ ଉଦଯାପନୀ ସଭାର ଆୟୋଜନ କରାଯାଇଥିଲା, ସ୍ଥାନୀୟ ସରପଞ୍ଚ ମୂଖ୍ୟ ଅତିଥି, ମୂଖ୍ୟ ବକ୍ତା ବ୍ଲକ୍ ରିଶୋର୍ଶ ଶିକ୍ଷକ ସନ୍ତୋଷ କୁମାର ମହାପାତ୍ର ଯୋଗ ଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ସହ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ସମସ୍ତଙ୍କ ପାଈଁ ପ୍ରାତଃ ଜଳଖିଆ ଶହ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇ ଥିଲା। ସର୍ବ ଶେଷରେ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ନିରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ଭାଗିରଥି ସାହୁ, ବିଜୟ କୁମାର ସ୍ବାଇଁ, ରାଧାମୋହନ ସୁବୁଦ୍ଧି , ଆଦି ସମସ୍ତଙ୍କ ସହଯୋଗରେ କ୍କଷ୍ଟର ସ୍ତରୀୟ ସୁରଭୀ କାର୍ଯକ୍ରମ ଶୃଙ୍ଖଳାର ସହ ସମାପନ ହୋଇଥିଲା ।
No Result
View All Result