No Result
View All Result
୦୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ତହସିଲରେ ଦିନକୁ ଦିନ ବ୍ୟାପକ ଅବ୍ୟବସ୍ଥା ଦେଖାଯାଇଛି । ଦାଖଲଖାରଜ, ଜମିପଟ୍ଟା ପାଇବା ଏବଂ ତହସିଲର ଅନ୍ୟାନ୍ୟ କାର୍ଯ୍ୟ ସଂପର୍କରେ ଜନସାଧାରଣ ବାରମ୍ବାର ତହସିଲ କାର୍ଯ୍ୟାଳୟକୁ ଯାଇ ହଇରାଣ ହରକତ ହୋଇ ଫେରୁଛନ୍ତି । ଏହି ପରିପ୍ରେକ୍ଷୀରେ ବାଙ୍କୀ କୋର୍ଟର ବରିଷ୍ଠ ଆଇନ୍ଜୀବୀ ଅମୂଲ୍ୟ କୁମାର ପ୍ରଧାନ ଦାଖଲଖାରଜ ନିମନ୍ତେ ବାଙ୍କୀ ତହସିଲରେ ଆବେଦନ କରିଥିଲେ । ସେହିପରି ଖଗେନ୍ଦ୍ର ସାହୁଙ୍କର ୧ଗୋଟି , ମାଗୁଣି ବେହେରାଙ୍କ୪ଗୋଟି, ଟୁନି ବେହେରାଙ୍କ ୧ଗୋଟି, ମଙ୍ଗୁଳି ପ୍ରଧାନଙ୍କ ୧ଗୋଟି ଏବଂ ଅନ୍ୟ୨ଜଣଙ୍କର ମିସ୍ କେସ୍ କାଗଜପତ୍ର ଏବଂ ଦାଖଲଖାରଜ ଅପିଲ୍ କେସ୍ ନଂ-୧୩,୧୪,୧୫ ,୧୬/୨୨ର ସମସ୍ତ କାଗଜପତ୍ର ତହସିଲଦାରଙ୍କ କୋର୍ଟରେ ଦାଖଲ କରାଯାଇଥିଲା ।
ଏ ସଂପର୍କରେ ଆଇନ୍ଜୀବୀ ଶ୍ରୀ ପ୍ରଧାନ ତହସିଲରେ ପଚାରିବାରେ ଉତ୍ତର ମିଳିଲା ସମସ୍ତ କାଗଜପତ୍ର ହଜିଯାଇଛି । ଏ ସଂପର୍କରେ ଆଇନ୍ଜୀବୀ ତା.୦୧.୦୭.୨୦୨୪ରେ ବାଙ୍କୀ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହିତ କଟକ ଜିଲ୍ଲାପାଳଙ୍କ ବାଙ୍କୀ ଡମପଡ଼ା ବ୍ଲକରେ ଅଭିଯୋଗ ଶୁଣାଣି ଶିବିରରେ ଲିଖିତ ଭାବରେ ଜଣାଇଥିଲେ । ତାର ଅଦ୍ୟାବଧି କୌଣସି ସୁଫଳ ମିଳିନାହିଁ । ତହସିଲ୍ କାର୍ଯ୍ୟାଳୟର ଅଫିସର ଓ କିରାଣୀଙ୍କ କାର୍ଯ୍ୟ ଯୋଗୁଁ ଦରଖାସ୍ତ ବି ଗାୟବ ହୋଇଯାଉଛି । ଦରଖାସ୍ତରେ କୋର୍ଟ ଫି ମାରି ଦରଖାସ୍ତ ଦାଖଲ କରାଯାଉଛି ଯାହାରକି ରେଜିଷ୍ଟରରେ ରେକର୍ଡ ହେବା କଥା ।
ଦାଖଲ ଖାରଜରେ ପକ୍ଷମାନଙ୍କୁ ବିନାନୋଟିସରେ କେସ୍ ଗୁଡିକ ଖାରଜ କରିଦିଆଯାଉଛି । ବିଗତ ଦିନରେ ଜମି ଦୁର୍ନିତି ଯୋଗୁଁ ବାଙ୍କୀର କିଛି ଲୋକ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବିନା ଅବଗତିରେ ଅନ୍ୟ ଖାତା ଓ ପ୍ଲଟକୁ ଅନ୍ୟଜଣଙ୍କ ନାମରେ ଚଢ଼ାଇ ଦିଆଯାଉଛି । ଏହା ଏକ ନିତିଦିନିଆ ଦୁର୍ନିତି ବାଙ୍କୀ ତହସିଲରେ ଚାଲିଥିବା ଆଇନ୍ଜୀବୀ ଅମୂଲ୍ୟ କୁମାର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଲିଖିତ ଭାବରେ ଅଭିଯୋଗ କରିଛନ୍ତି । ଏ ସମସ୍ତ ଅଭିଯୋଗ ଭିଜିଲାନ୍ସ ଦ୍ୱାରା ତଦନ୍ତ କରାଯିବାକୁ ସେ ଦାବି କରିଛନ୍ତି । ଅଭିଯୋଗର ନକଲ ଓଡ଼ିଶା ରାଜସ୍ୱ ବିଭାଗର ପ୍ରମୁଖ ଶାସନ ସଚିବ, ରାଜ୍ୟ ଭିଜିଲାନ୍ସ ଡିଜି, କଟକ ଜିଲ୍ଲାପାଳ,ବାଙ୍କୀ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।
No Result
View All Result