No Result
View All Result
୦୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ବୁଧବାରଦିନ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁଙ୍କ ଆବାହକତ୍ୱରେ ସ୍ଵଚ୍ଛତା ହି ସେବା ଓ ଗାନ୍ଧୀ, ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଅଛି ! କାର୍ଯ୍ୟକ୍ରମର କୃତୀ ପ୍ରତିଯୋଗୀ ପୁରସ୍କୃତ ଅବସରରେ ସ୍ୱେଚ୍ଛତା ହିଁ ସେବା ଉପଲକ୍ଷେ ଅନୁଷ୍ଠିତ ପ୍ରତିଯୋଗିତାରେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ପ୍ରାପ୍ତ ବିଦ୍ୟାର୍ଥୀମାନଙ୍କୁ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ ପୁରସ୍କୃତ କରିଛନ୍ତି ।ବରିଷ୍ଠ ଓ କନିଷ୍ଠ ବିଭାଗ ପ୍ରବନ୍ଧରେ ଭବସ୍ମିତା ମଙ୍ଗରାଜ,ମଧୁସ୍ମିତା ପ୍ରିୟଦର୍ଶିନୀ ସ୍ଲୋଗାନ ଲିଖନରେ ରାକେଶ କୁମାର ସାହୁ,
ସୌମ୍ୟାଶ୍ରୀ ସେନାପତି ବୋଧ ଜ୍ଞାନରେ ଶୁଭଶ୍ରୀ ପଣ୍ଡା,ସୌମ୍ୟାଶ୍ରୀ ସେନାପତି ଚିତ୍ରାଙ୍କନରେ ଅନନ୍ୟା ଅପରୂପା ଦାସ,ମଧୁସ୍ମିତା ପ୍ରିୟଦର୍ଶିନୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଗାନ୍ଧି ବେଶଭୂଷାରେ ରାଜେଶ କୁମାର ସାହୁ ପ୍ରଥମ ହୋଇଥିଲେ । ବିଚାରକ ରୂପେ ଶିକ୍ଷୟିତ୍ରୀ ଶୈବାଲିକା ମଲ୍ଲିକ, ସ୍ମିତସିନ୍ଧୁ ମହାପାତ୍ର, ନମିତା ସାହୁ, ସୌଦାମିନୀ ସୁବୁଦ୍ଧି ଓ ଶିକ୍ଷକ ବିଶ୍ୱଜିତ୍ ସରୋଜ କୁମାର,ବିଭୁପ୍ରସାଦ ମହାପାତ୍ର ବିଚାରକ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ । ମହାମାନବ ମହାତ୍ମା ଗାନ୍ଧି ଓ ଲାଲ୍ବାହାଦୁର ଶାସ୍ତ୍ରୀଙ୍କର ପ୍ରିୟରାଷ୍ଟ୍ର ଭାରତ ପ୍ରତି ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ପ୍ରଧାନ ଶିକ୍ଷକ ଶ୍ରୀ ସ୍ବାଇଁ,ସ୍ୱର୍ଣଲତା ପ୍ରଧାନ,ଶୁଭଶ୍ରୀ ଧଳ,ଅଂଶୁମାନ ଧଳ,ଶ୍ରୋତାଲିନି ସାହୁ ଓ ସୌଦାମିନି ପରିଡ଼ା ଆଲୋକପାତ କରିଥିଲେ । ଶିକ୍ଷକ ଦୀପ୍ତି ରଞ୍ଜନ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result