No Result
View All Result
୨୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଚିଲିକା ବ୍ଲକ ଅନ୍ତର୍ଗତ ସରଳ ସିଂହ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ ହରିକୁଣ୍ଡ ବରଡିହ ରଙ୍ଗନାଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଵ୍ରୃନ୍ଦାବନ ମହାରଣା ଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ଉତ୍ସବରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ପ୍ରତି ଯୋଗୀ ମାନେ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିଲେ। ଉଦ୍ଘାଟନୀ ସଭାରେ ପ୍ରଫେସର ଗଙ୍ଗାଧର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ଜଗନ୍ନାଥ ଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବ ଆରମ୍ଭ କରିଥିଲେ।
ବିଭିନ୍ନ ପ୍ରତି ଯୋଗିତା ପରେ ଅପରାହ୍ନରେ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଚିଲିକା ବି ଆର୍ ସି ସି ନୀଳାଦ୍ରି ଭୂଷଣ ଦାଶ, ମୁଖ୍ୟ ବକ୍ତା ଭାବେ କାଳିଜାଇ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ଗଙ୍ଗାଧର ପ୍ରଧାନ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ପ୍ରସାଦ ନାୟକ, ଭିକାରୀ ଚରଣ ପ୍ରଧାନ, ଯୁଵଜ୍ୟୋତି ହାଇସ୍କୁଲ, କୁମାଣ୍ଡୋଳ ର ପ୍ରଧାନ ଶିକ୍ଷକ ଆଶିଷ କୁମାର ପତି ପ୍ରମୁଖ ଯୋଗଦେଇ କ୍ରୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ବିଭିନ୍ନ ପ୍ରତି ଯୋଗିତା ର ବିଚାରକ ଭାବେ ପ୍ରଫେସର ଗଙ୍ଗାଧର ପ୍ରଧାନ, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ,କବି ବିରଞ୍ଚି ନାରାୟଣ ପ୍ରସାଦ ନାୟକ ଯୋଗଦେଇ କ୍ରୃତୀ ପ୍ରତିଭା ମାନଙ୍କୁ ଚୟନ କରିଥିଲେ।
No Result
View All Result