No Result
View All Result
୨୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ରାଜ୍ୟ ମନ୍ତ୍ରୀମଣ୍ଡଳର ଏକ ବୈଠକ ଲୋକ ସେବା ଭବନ ସ୍ଥିତ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ମନ୍ତ୍ରୀମଣ୍ଡଳ ବୈଠକରେ ଆଲୋଚନା ପୂର୍ବକ ବିଭିନ୍ନ ୬ ଟି ବିଭାଗର ୭ ଟି ପ୍ରସ୍ତାବକୁ ଆଜି ବୈଠକରେ ପାରିତ ହୋଇଥିଲା ।
(ଗୋଟିଏ ସପ୍ତଦଶ ଓଡ଼ିଶା ବିଧାନସଭାର ପ୍ରଥମ ଅଧିବେଶନର ସତ୍ରାବସାନ ସଂପର୍କିତ) ଅନୁଷ୍ଠିତ ବୈଠକର ନିଷ୍ପତ୍ତି ସଂପର୍କରେ ମାନ୍ୟବର ପୂର୍ତ୍ତ, ଆଇନ୍ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ । ଏହି ପ୍ରେସ୍ ବିବୃତ୍ତି ସମୟରେ ରାଜ୍ୟ ପଂଚାୟତିରାଜ, ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଉପସ୍ଥିତ ଥିଲେ । ଏ ସଂପର୍କିତ ପ୍ରେସ୍ ବିବୃତ୍ତିର ନକଲ ଏଥିରେ ସଂଲଗ୍ନ କରାଗଲା ।
No Result
View All Result