No Result
View All Result
୨୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭୁବନେଶ୍ୱରର ଅଗ୍ରଣୀ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା ସନସ । ଇନ୍ ହସ୍ପିଟାଲ ପକ୍ଷରୁ ବିଶ୍ୱ ହୃଦୟ ଦିବସ ଅବସରରେ ଲକ୍ଷ୍ମୀ ସାଗର ମେଳଣ ପଡ଼ିଆଠାରୁ ସନସ । ଇନ୍ ହସ୍ପିଟାଲ ପରିସର ପର୍ଯ୍ୟନ୍ତ ଏକ ୱାକାଥନ୍ ଅନୁଷ୍ଠିତ ହୋଇଯାଇଛି । ହୃଦ୍ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ହୃଦୟ-ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ଥିଲା । ହୃଦ୍ ରୋଗ ଏବଂ ହୃଦ୍ ସ୍ୱାସ୍ଥ୍ୟର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟମ୍ବର ୨୯ ତାରିଖକୁ ବିଶ୍ୱ ହୃଦୟ ଦିବସ ଭାବେ ପାଳନ କରାଯାଏ । ସନସ । ଇନ୍ ହସ୍ପିଟାଲ ଭୁବନେଶ୍ୱରର ଏକ ପ୍ରମୁଖ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ, ଯାହା କାର୍ଡିଓଲୋଜି, ନ୍ୟୁରୋଲୋଜି ଏବଂ କ୍ରିଟିକାଲ କେୟାର ଭଳି ସ୍ପେଶାଲିଟିରେ ଉନ୍ନତ ଚିକିତ୍ସା ସୁବିଧା ଏବଂ ବିଶେଷଜ୍ଞ ସେବା ପାଇଁ ପ୍ରସିଦ୍ଧ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମାନ୍ୟବର ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇଥିଲେ । ତାଙ୍କ ସହ ପରାମର୍ଶଦାତା ହୃଦ୍ ରୋଗ ବିଶେଷଜ୍ଞ ଡାକ୍ତର ରିତେଶ ଆଚାର୍ଯ୍ୟଙ୍କ ସମେତ ବିଶିଷ୍ଟ ଚିକିତ୍ସା ବିଶେଷଜ୍ଞମାନେ ଯୋଗ ଦେଇଥିଲେ । କାର୍ଡିଓଥୋରାସିକ୍ ଆଣ୍ଡ ଭାସ୍କୁଲାର ସର୍ଜରୀର ପରାମର୍ଶଦାତା ଡାକ୍ତର ସ୍ୱେତଙ୍କ ଦାସ; ସନସ । ଇନ୍ ହସ୍ପିଟାଲର ସିଇଓ ଡ. ଆଲୋକ ଲୋଧ ଏବଂ ସନସ । ଇନ୍ ହସ୍ପିଟାଲର ନିର୍ଦ୍ଦେଶକ ଡ. ଆୟଶକାନ୍ତ ମହାନ୍ତି । ବ୍ରେନ୍ ଆଣ୍ଡ ସ୍ପାଇନ୍ ସର୍ଜରୀର ମୁଖ୍ୟ ପରାମର୍ଶଦାତା ବ୍ରିଗେଡିୟର (ପ୍ରଫେସର) ଡାକ୍ତର ପିକେ ସାହୁ, ଡିଜିଏମ୍ ଗ୍ରୋଥ ଆଣ୍ଡ ଡେଭଲପମେଟ୍ ସନ୍ଦୀପ ପୃଷ୍ଟି ଓ ଜିଏମ୍ ଅପରେସନ୍ ଜଗତ ଜୀବନ ଜେନା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଜିଏମ୍ ପ୍ରଶାସନ କର୍ଣ୍ଣେଲ ତ୍ରିଲୋଚନ ଦାସ ପରିଚାଳନା କରିଥିଲେ ।
ସନସ । ଇନ୍ ହସ୍ପିଟାଲର ବ୍ରେନ୍ ଆଣ୍ଡ ସ୍ପାଇନ୍ ସର୍ଜରୀର ମୁଖ୍ୟ ପରାମର୍ଶଦାତା ବ୍ରିଗେଡିୟର (ପ୍ରଫେସର) ଡାକ୍ତର ପିକେ ସାହୁ କାର୍ଯ୍ୟକ୍ରମର ମହତ୍ୱ ଉପରେ ଆଲୋକପାତ କରି କହିଲେ, “ହୃଦ୍ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ପାଇଁ ଏହି ୱାକାଥନ୍ ସମସ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଚକ । ଜୀବନଶୈଳୀରେ ସାମାନ୍ୟ ପରିବର୍ତନ ହୃଦ୍ ରୋଗର ଆଶଙ୍କାକୁ ଆଶର୍ଯ୍ୟ ଭାବରେ ହ୍ରାସ କରିପାରେ ଏବଂ ସନ୍ସାଇନ୍ ହସ୍ପିଟାଲରେ ଆମେ ଏହି ଜୀବନ ରକ୍ଷାକାରୀ ଅଭ୍ୟାସ ବିଷୟରେ ସଚେତନତା ସୃଷ୍ଟି କରିବା ସହିତ ସର୍ବୋତମ ଯତ୍ନ ପ୍ରଦାନ କରିବାକୁ ଉତ୍ସର୍ଗୀକୃତ ରହିଛୁ ।”
No Result
View All Result