No Result
View All Result
୨୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଗୋଟିପୁଅ ନୃତ୍ୟ ପରିବେଷଣ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଥିବା କୁନି ନୃତ୍ୟଶିଳ୍ପୀ ପ୍ରିୟାଂଶୀ ଜେନା ଗୁରୁବାର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ଏଥିସହିତ ଆସନ୍ତା ଅକ୍ଟୋବର ମାସ ୧୩ରୁ ୨୦ ତାରିଖ ପର୍ଯ୍ୟନ୍ତ ଛତିଶଗଡ଼ର ଭିଲାଇରେ ହେବାକୁ ଥିବା ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗତା ଓ ୨୦୨୫ ମସିହା ଜାନୁୟାରୀ ୧ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ଦୁବାଇରେ ହେବାକୁ ଥିବା ଆନ୍ତର୍ଜାତିକ ନୃତ୍ୟ ପ୍ରତିଯୋଗିତାରେ ସଫଳତା ହାସଲ କରିବା ନିମନ୍ତେ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ପ୍ର୍ରିୟାଂଶୀଙ୍କ ପାଇଁ ଶ୍ରୀଜଗନ୍ନାଥ ନିକଟରେ ମଙ୍ଗଳ କାମନା କରିଛନ୍ତି ।
ଏଠାରେ ପ୍ରକାଶଥାଉକି, ପୂର୍ବରୁ ନୃତ୍ୟଧାମ କଳା ସମିତି ଭିଲାଇ ଦ୍ୱାରା ଥାଇଲାଣ୍ଡ, ବାଲାଂଦେଶ ଏବଂ ଶ୍ରୀଲଙ୍କାର କଲମ୍ବୋଠାରେ ଆୟୋଜିତ ଦେଶ ରାଗ ଭାରତ ସଂସ୍କୃତି ଯାତ୍ରା ଗ୍ଲୋବାଲ ଫେଷ୍ଟିଭାଲ ଅଫ ଇଣ୍ଡିଆନ ଆର୍ଟ ଆଣ୍ଡ କଲ୍ଚରର ପକ୍ଷରୁ ଶ୍ରୀଲଙ୍କା ୨୦୨୪ ପ୍ରତିଯୋଗିତାରେ ସାରା ଭାରତରୁ ୨୪୦ଜଣିଆ ପ୍ରତିଯୋଗୀ ଦଳଗତ ଭାବେ ଭାଗ ନେଇଥିଲେ । ମାର୍ଚ୍ଚ ୨୮ ତାରିଖରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ନୃତ୍ୟ, ସଙ୍ଗୀତ, ବାଦ୍ୟଯନ୍ତ୍ର, ଚିତ୍ରାଙ୍କନ ଇତ୍ୟାଦି ସମସ୍ତ ପ୍ରତିଯୋଗିତାରେ ଲାସ୍ୟକଳା ଡ୍ୟାନ୍ସ ଏକାଡ଼େମୀର ଛାତ୍ରୀ ଓଡ଼ିଆ ଝିଅ ପ୍ରିୟାଂଶୀ ଜେନା ନୃତ୍ୟୁଗୁରୁ ଶାଶ୍ୱତ ଯୋଶୀ, ସାଗରିକା ମହାନ୍ତି, ସେନାଲି ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏଥିରେ କନିଷ୍ଠ ବର୍ଗର ସମସ୍ତ ପ୍ରତିଯେଗୀଙ୍କୁ ପଛରେ ପକାଇ ଓଡ଼ିଆ ଝିଅ ପ୍ର୍ରିୟାଂଶୀ ଜେନା ନିଜ ଗୁରୁଙ୍କ ଠାରୁ ଶିକ୍ଷାଲାଭ କରିଥିବା ଗୋଟିପୁଅ ନୃତ୍ୟ ପରିବେଷଣ କରି ପ୍ରଥମ ସ୍ଥାନ ଅଧିକାର କରି ସାରା ବିଶ୍ୱରେ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି ।
No Result
View All Result