No Result
View All Result
୨୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବୋଲଗଡ଼ ବ୍ଲକ ପ୍ରତିନିଧି ହେଲେ ରବୀନ୍ଦ୍ର ସୁବୁଦ୍ଧି । ଏ ସମ୍ପର୍କରେ ସାଂସଦଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ସମେତ ସମସ୍ତ କାର୍ଯ୍ୟାଳୟକୁ ପତ୍ରଦ୍ଵାରା ଜଣାଇ ଦିଆ ଯାଇଅଛି ।
ଶ୍ରୀ ସୁବୁଦ୍ଧି ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ସାଂସଦଙ୍କ ପକ୍ଷରୁ ଯୋଗଦାନ କରିପାରିବେ।ତାହା ସହ ବିଜେପି ନେତା ମିଥୁନ ପାଇକରାୟ ଓ ପ୍ରକାଶ ଚନ୍ଦ୍ର ସାହୁ ଉପପ୍ରତିନିଧି ଭାବେ କାର୍ଯ୍ୟ ତୁଲାଇ ପାରିବେ ।
ସାଂସଦଙ୍କ ବ୍ଲକ ପ୍ରତିନିଧି ଭାବେ ସମସ୍ତ କାର୍ଯ୍ୟ ସୁଚାରୁ ରୁପେ ପରିଚାଳନା କରିବେ ବୋଲି ଶ୍ରୀ ସୁବୁଦ୍ଧି ଏକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ସାଂସଦ ଶ୍ରୀମତୀ ଷଡଙ୍ଗୀ ଏହି ବ୍ଲକ ଦାୟିତ୍ୱ ଶ୍ରୀ ସୁବୁଦ୍ଧିଙ୍କୁ ଦେଇଥିବାରୁ ସେ ସାଂସଦଙ୍କୁ କୃତଜ୍ଞତା ଜଣାଇଛନ୍ତି ।
No Result
View All Result