No Result
View All Result
୧୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଖଜୁରୀପଦା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମପଞ୍ଚାୟତର ସମସ୍ତ ମହିଳା ମଣ୍ଡଳର ସଦସ୍ୟ,ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ସମାବେଶ ହୋଇ ସରପଞ୍ଚ ଶ୍ରୀ ସଣ୍ଡୁ ମଣ୍ଡଳଙ୍କ ନେତୃତ୍ୱରେ ସରକାରଙ୍କ ସୁଭଦ୍ରା ଯୋଜନା ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l
ଏହି ପଦଯାତ୍ରାରେ ପ୍ରାୟ ଶତାଧିକ ମହିଳା ଅଂଶ ଗ୍ରହଣ କରି ସରକାରଙ୍କ ସୁଭଦ୍ରା ଯୋଜନା ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ଦେଇ ଖଜୁରୀପଦା ଗ୍ରାମ ପରିକ୍ରମା କରିଥିଲେ l ସରକାରଙ୍କ ଏହି ସୁଭଦ୍ରା ଯୋଜନା ଜନସାଧାରଣଙ୍କ ନିକଟରେ ଯେଉଁଭଳି ପହଂଚିପାରିବ ଓ ଏହାର ସୁଫଳ ଲୋକମାନେ କିଭଳି ପାଇବେ ସେଥିପାଇଁ ଏହି ପଦଯାତ୍ରାର ମୂଳ ଉଦ୍ୟେଶ ବୋଲି ଗ୍ରାମ ପଞ୍ଚାୟତ ଅଧିକାରୀ ନସିଂହ ଚରଣ ମିଶ୍ର ପ୍ରକାଶ କରିଥିଲେ l
No Result
View All Result