No Result
View All Result
୧୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ସୌରା ଉନ୍ନୟନ ସଂସ୍ଥା,ଚନ୍ଦ୍ରଗିରି ଓ ବିଭିନ୍ନ ସରକାରୀ ବିଭାଗର ମିଳିତ ଆନୁକୁଲ୍ୟରେ ଆର .ଉଦୟଗିରି ତହସିଲ ଅଧିନସ୍ଥ ମହେନ୍ଦ୍ରଗଡ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପ୍ରଧାନ ମନ୍ତ୍ରୀ ଜନମନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯକ୍ରମ ରେ ବିଭିନ୍ନ ବିଭାଗ ଦ୍ଵାରା ପଞ୍ଚାୟତର ସୌରା ଆଦିମ ଅଧିବାସୀ PVTG ମାନଙ୍କୁ ବିଭିନ୍ନ ମୌଳିକ ସୁବିଧା ପ୍ରଦାନ ପାଇଁ ପ୍ରଚେଷ୍ଟା କରାଯାଇ ସଚେତନତା କରଯାଇଥିଲା।
ଏଥି ମଧ୍ୟରେ ତହସିଲ କାର୍ଯ୍ୟାଳୟ ତରଫରୁ ମୋଟ ୨୧ ଜଣ ହିତାଧିକାରୀଙ୍କୁ ମୋ ଜଙ୍ଗଲ ଜମି ଯୋଜନା ରେ ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯିବା ସହ ଅନ୍ୟ ପ୍ରମାଣ ପତ୍ର ମଧ୍ଯ ପ୍ରଦାନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ତହସିଲଦାର ଉଦୟଗିରି ଶ୍ରୀ ଜ୍ୟୋତିମୟ ଦାସ, ଶ୍ରୀ ବନମାଳି ଭୂୟାଁ,ସ୍ଵତନ୍ତ୍ର ଅଧିକାରୀ ଏସଡିଏ ଚନ୍ଦ୍ରଗିରି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲାରିମନ୍ ଖର୍ସେଲ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ଶ୍ରୀମତୀ ନିବେଦିତା ପଣ୍ଡା, ସିଡ଼ିପିଓ ଶ୍ରୀମତୀ ଲଳିତା ପୂଜାରୀଙ୍କ ସମେତ ବିଭିନ୍ନ ବିଭାଗର କର୍ମ କର୍ତ୍ତା ଓ ମାନେ ଉପସ୍ଥିତ ଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ ଓ ହିତାଧିକାରୀ ମାନେ ଉପସ୍ଥିତ ଥିଲେ 
No Result
View All Result