No Result
View All Result
୦୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ପାରଳାଖେମୁଣ୍ଡି ମହାରାଜା ତଥା ପୂର୍ବତନ ସାଂସଦ ସ୍ବର୍ଗତ ଗୋପୀନାଥ ଗଜପତିଙ୍କ କନ୍ୟା ଯୁବରାଣୀ ତଥା ବିଜେଡି ଦଳରୁ ୨୦୧୯ ରେ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପାର୍ଥିନୀ ହୋଇ ପରାଜିତ ହୋଇଥିବା ସୁଶ୍ରୀ କଲ୍ୟାଣୀ ଗଜପତି ଖୁବ ଶୀଘ୍ର ବଜପି ଦଳରେ ଯୋଗ ଦେବା ନେଇ ଜିଲ୍ଲାର ସର୍ବସାଧାରଣ ରେ ଚର୍ଚ୍ଚା ଜୋର ଧରିଛି lଦୁଇଦିନ ତଳେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେପି ଗଜପତି ଜିଲ୍ଲା ସଭାପତି କେ.ନାରାୟଣ ରାଓ ଙ୍କ ଓ ମୋହନା ନିର୍ବାଚନ ମଣ୍ଡଳୀରୁ ବିଜେପି ହୋଇଥିବା ପାର୍ଥୀ ହୋଇଥିବା ପ୍ରଶାନ୍ତ ମଲ୍ଲିକ ଙ୍କ ସହ ମିଶି ଯୁବ ରାଣୀ କଲ୍ୟାଣୀ ଦେବୀ ମୂଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଭେଟିଥିବା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଏକ ଫଟୋ ରୁ ରାଜନୈତିକ ବିଶେଷଜ୍ଞ ମାନେ ଅକୋଳନ କରିବାରେ ଲାଗିଛନ୍ତି l ତେବେ ଯୁବରାଣି କଲ୍ୟାଣୀ ଦେବୀ ତାଙ୍କର କୌଣସି ବ୍ୟକ୍ତିଗତ କାମରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ନା ବିଜେପି ରେ ଯୋଗଦେବା ପାଇଁ ଆଲୋଚନା ହୋଇଥିଲା ତାହା ଜଣାପଡିନି l
ବିଜେଡି ଦଳରୁ ବିଧାୟକ ଥିବା କେ.ନାରାୟଣ ରାଓ ଙ୍କୁ ୨୦୧୯ ବିଧାନ ସଭା ନିର୍ବାଚନରେ ଦ୍ୱିତୀୟ ଥର ବିଜେଡ଼ି ଦଳ ଟିକେଟ ନଦେଇ ଯୁବରାଣୀ କଲ୍ୟାଣ ଗଜପତିଙ୍କୁ ବିଜେଡି ଦଳୀୟ ପାର୍ଥୀ କରିବାରୁ ଶ୍ରୀ ରାଓ ବିଜେଡି ଦଳରୁ ଇସ୍ତଫା ଦେଇ ବିଜେପରେ ସାମିଲ ହେଲେ ଏବଂ ବିଜେପି ଦଳରୁ ପାର୍ଥୀ ହୋଇ ବିଜୟୀ ମଧ୍ୟ ହୋଇଥିଲେ l ସେହି ନିର୍ବାଚନ ରେ ରାଣୀ ସୁଶ୍ରୀ କଲ୍ୟାଣୀ ଦେବୀ ପରାଜୟ ବରଣ କରିଥିଲେ l ପରାଜିତ ହେବା ପରଠାରୁ ରାଣୀ ପଞ୍ଚାୟତ ଓ ମ୍ୟୁନିସିପାଲଟି ରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରି ପ୍ରଚାର ମଧ୍ୟ କରୁଥିଲେ l ଚଳିତ ୨୦୨୪ ନିର୍ବାଚନ ରେ ତାଙ୍କୁ ବିଜେଡି ଦଳୀୟ ଟିକେଟ ନ ଦେବା ସହ ଅଣଦେଖା କରିଥଲେ l ଚଳିତ ବିଧାନସଭା ନିର୍ବାଚନ ରେ ବିଜେଡି ପାଈଁ ପ୍ରଚାର ନକରି ରାଜ ପ୍ରାସାଦ ଭିତରୁ ବାହାରକୁ ବାହାରି ନଥିଲେ l ବିଜେଡି ଦଳ ଉପରେ ତାଙ୍କର ଅସନ୍ତୋଷ ରହିଥିଲା l ଏପଟେ ବିଜେପି ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ କେ.ନାରାୟଣ ରାଓ ଙ୍କ ସହ ଯାଇ ସେ ମୂଖ୍ୟମନ୍ତ୍ରୀ ମୋହନ ମାଝି ଙ୍କୁ ମିଶିବା ନେଇ ସେ ଖୁବ ଶୀଘ୍ର ବିଜେପି ରେ ଯୋଗ ଦେବା ନେଇ କଳ୍ପନା ଜଳ୍ପନା ଜାରୀ ରହିଛି l ଯଦି ଯୁବ ରାଣୀ କଲ୍ୟାଣୀ ଦେବୀ ବିଜେପି ରେ ଯୋଗ ଦିଅନ୍ତି ତେବେ ବିଜେଡି ପାଇଁ ଏହା ଏକ ଶକ୍ତ ଧକ୍କା ସଦୃଶ ହେବ l
No Result
View All Result