No Result
View All Result
0୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଆଜି ଜଟଣୀ ସେଞ୍ଚୁରିଆନ୍ କଲେଜ୍ ନିକଟସ୍ଥ ମା’ ଖଣ୍ଡୁଆଳ ମନ୍ଦିର ଠାରେ ଜଟଣୀର ଅଗ୍ରଣୀ ସାମାଜିକ ସେବା ଅନୁଷ୍ଠାନ “ଜଟଣୀ ବିକାଶ ପରିଷଦ”ର ତୃତୀୟ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିକାଶ ପରିଷଦର ସଭାପତି ଶ୍ରୀ ବିଜୟ କୁମାର ଛୋଟରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଶ୍ରୀ ପ୍ରସନ୍ନ ପାଟଶାହାଣୀ, କୈଳାସ ମହାପାତ୍ର, ଶଶାଙ୍କ ଶେଖର ରାୟ,ବାବୁ ହୋତା, ରାଜେନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖ ଅନେକ ସଦସ୍ଯ ଆଲୋଚନାରେ ଭାଗ ନେଇଥିଲେ।
ଅନେକ ପ୍ରସଙ୍ଗ ମଧ୍ୟରୁ ଚଳିତ ବର୍ଷ ଗଣେଷ ପୂଜା ସମୟରେ ସମସ୍ତ ସଦସ୍ଯଙ୍କ ଏକ ଫୋଟଚିତ୍ର (ବ୍ୟାନର) ସହର’ର ଏକାଧିକ ସ୍ଥାନରେ ଲଗାଇବା, ରାଜ୍ୟ ପ୍ରସିଦ୍ଧ ଗଣେଶ ପୂଜା ସମୟରେ ସମସ୍ତ ମେଢକୁ ସମ୍ବର୍ଦ୍ଧନା ଦେବାପାଇଁ ସ୍ଥିର କରାଗଲା । ସେହିପରି ବିଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀକୁ ଧୁମ୍ ଧାମରେ ପାଳନ କରାଯିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି କରାଗଲା।ଏବଂ ପରିଷଦକୁ ଖୁବଶିଘ୍ର ପଞ୍ଜିକରଣ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା।
ପରିଷଦର ସାଧାରଣ ସମ୍ପାଦକ ଶ୍ରୀ ସୁଦର୍ଶନ ସୁନ୍ଦରାୟ କହିଥିଲେ ଯେ’ ପରିଷଦର ମୂଳ ଲକ୍ଷ୍ୟ ହେଉଛି ଜଟଣୀର ବିକାଶ, ଏଥିପାଇଁ ସେ’ ସମସ୍ତଙ୍କର ସହୋଯାଗ କାମନା କରିଥିଲେ। ଏହି ଅବସରରେ ନୂତନ ସଭ୍ୟ ଭାବେ ସର୍ବଶ୍ରୀ ତ୍ରିଲୋଚନ ପ୍ରଧାନ, ମନୋଜ କୁମାର ରାଉତରାୟ, ପ୍ରସନ୍ନ କୁମାର ପରିଡା,କେ. ସତ୍ଯ ନାରାୟଣ ରାମ, କେ.ଆପାରାଓ ପ୍ରମୁଖ ପରିଷଦରେ ନୂତନ ସଭ୍ୟ ଭାବେ ସାମିଲ ହୋଇଥିଲେ। ଶେଷରେ ବିଜୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସଂଗଠନର ସଂପାଦକ ଶୁସାନ୍ତ କୁମାର ରାଉତ,ପ୍ରଶାନ୍ତ ମିଶ୍ର,ମନୋଜ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ।

No Result
View All Result