No Result
View All Result
୨୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର. ଉଦୟଗିରି :-> ସରକାରୀ ଉଚ୍ଚ ବିଦ୍ୟାଳୟ ଗୁମ୍ମା ଠାରେ ରାଜ୍ୟ ଜୁନିଅର ରେଡ଼କ୍ରସ ଅଧିକାରୀ ଶ୍ରୀ ଲକ୍ଷ୍ମଣ ସ୍ୱାଇଁଙ୍କ ନିର୍ଦେଶକ୍ରମେ ଓ ଜିଲ୍ଲା ଶିକ୍ଷ୍ୟାଧିକାରୀ ଶ୍ରୀ ମାୟାଧର ସାହୁଙ୍କ ପରାମର୍ଶ ଓ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ଦିବସୀୟ ଜୁନିଅର ରେଡକ୍ରସ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି | ଉଦ୍ଘାଟନୀ ଉତ୍ସବରେ ଗୁମ୍ମା ଗୋଷ୍ଠୀ ଶିକ୍ଷ୍ୟାଧିକାରୀ ଶ୍ରୀ ନୟନ ମଣ୍ଡଳ ଓ ପ୍ରଧାନ ଶିକ୍ଷକ ଶ୍ରୀ ଲିଙ୍ଗରାଜ ପାଢ଼ୀ ଯୋଗ ଦେଇ ବିଦ୍ୟାଳୟରେ ଜୁନିଅର ରେଡ କ୍ରସର ଭୂମିକା ସମ୍ପର୍କରେ ମତ ପ୍ରକାଶ କରିଥିଲେ

ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ରେଡ଼କ୍ରସ ଅଧିକାରୀ ଶ୍ରୀ ସଂଜୀବ କୁମାର ଦାସ ସମ୍ବଳ ସାଧନ କର୍ମୀ ଶ୍ରୀ ପ୍ରହଲ୍ଲାଦ ଶିହଳ ଓ ଶ୍ରୀ ମୁକ୍ତିକାନ୍ତ ମଳିକ ଯୋଗ ଦେଇ ପରାମର୍ଶଦାତା ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ | ଏହି ଶିବିରରେ ଗୁମ୍ମା ବ୍ଲକର ପ୍ରାୟ 17 ଜଣ ପ୍ରଶିକ୍ଷ୍ୟାର୍ଥୀ ଯୋଗ ଦେଇଥିଲେ | ଶିବିରରେ ରେଡ଼କ୍ରସର ଇତିହାସ,ପ୍ରାଥମିକ ଚିକିତ୍ସା, ସଡ଼କ ସୁରକ୍ଷା, ରକ୍ତ ଦାନ, ବିଦ୍ୟାଳୟ ସୁରକ୍ଷା ଆଦି ବିଷୟରେ ଶିକ୍ଷା ଦାନ ଦେବା ସହ ଛାତ୍ର ଛାତ୍ରୀମାନଙ୍କୁ ଉଦବୋଧନୀ ଏବଂ ଉଦଯାପନୀ ସଂଗୀତ JRC ସ୍ଲୋଗାନ ଓ ହାତ ଧୁଆ ବିଷୟରେ ବୁଝାଇଥିଲେ |


No Result
View All Result