No Result
View All Result
୧୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲାର ଆର . ଉଦୟଗିରି ବ୍ଲକ ଅଧୀନରେ ଥିବା କେ. ଏମ ଭାଲିଆ ସାହି ଉଚ୍ଚ ବିଦ୍ୟାଳୟରେ ଆଜି 78ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି l ଉକ୍ତ ଉତ୍ସବରେ ବିଦ୍ୟାଳୟର ଜୁନିଅର ରେଡକ୍ରସ ଏବଂ ସ୍କାଉଟ ଗାଇଡ଼ସର ଛାତ୍ର ଛାତ୍ରୀ ମାନେ ସକ୍ରିୟ ଅଂଶଗ୍ରହଣ କରି ବିଦ୍ୟାଳୟକୁ ବିଭିନ୍ନପ୍ରକାରର ରଙ୍ଗ ବେରଙ୍ଗର ବେଲନୁରେ ସଜାଇବା,ତୋରଣ ମାନ ଟାଙ୍ଗିବା, ଶୃଙ୍ଖଳା ରକ୍ଷା କରିବା, ପାନୀୟ ଜଳ ଯୋଗାଇବା ଏବଂ ପରିବେଶ ସଫା କରିବା ଆଦି ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମାପନ କରିଥିଲେ l ଏହି ଅବସରରେ ଆଜି ବିଦ୍ୟାଳୟରୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ ମାନେ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ l ପରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବା ପରେ ଜାତୀୟ ସଂଗୀତ ଗାନକରାଯାଇ ପରିବେଶକୁ ମୁଖରିତ କରାଯାଇଥିଲା l
ବିଦ୍ୟାଳୟ ତରଫରୁ ପିଲାମାନଙ୍କ ମଧ୍ୟରେ କରାଯାଇଥିବା ଭାଷଣ,ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ସଂଗୀତ ଏବଂ ରଚନା ଲିଖନ ଆଦି ବିଭିନ୍ନ ପ୍ରକାରର ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ପରିଶେଷରେ ପିଲାମାନଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା l କିନ୍ତୁ କାର୍ଯ୍ୟକ୍ରମର ଦ୍ୱିତୀୟ ଭାଗରେ ଏକ ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଥିଲା l ଯାହାକି ଉକ୍ତ ବିଦ୍ୟାଳୟରୁ ଦୁଇ ଜଣ ଶିକ୍ଷକ ଏବଂ ଜଣେ ଶିକ୍ଷୟିତ୍ରୀଙ୍କର ଏକକାଳୀନ ବିଦାୟ ଉତ୍ସବ ପାଳନ କରାଯାଇଥିଲା l ଉକ୍ତ ଉତ୍ସବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଯୁଧିଷ୍ଠିର ବେହେରା,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ସାଧୁ ଚରଣ ଦଣ୍ଡସେନା ଏବଂ ଶିକ୍ଷାବିତ ଶ୍ରୀଯୁକ୍ତ ଆଦିକନ୍ଦ ବାଣୁଆରାୟୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରାଇଥିଲେ l
ବିଦାୟ ନେଉଥିବା ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ ନାଇକ (କଳା ବିଭାଗ )ଶ୍ରୀଯୁକ୍ତ ଅସିତ କୁମାର ସାହୁ (ବିଜ୍ଞାନ ବିଭାଗ )ଏବଂ ଶିକ୍ଷୟିତ୍ରୀ ଶ୍ରୀମତୀ ସୁନିତା ଦଳାଇ (କଳା ବିଭାଗ )ଆଦି ଭାଷଣ ମlଧ୍ୟମରେ ନିଜର ଅନୁଭୂତିକୁ ପ୍ରକାଶ କରିଥିଲେ l ଯାହାଦ୍ୱାରା ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ସମସ୍ତ କାର୍ଯ୍ୟକୁ ସୁଚାରୁରୂପେ ତୁଲାଇବା ସହିତ ତାରିଣୀ ଚରଣ ମଣ୍ଡଳ, ଦିଗାମ୍ବର ଦାସ, କିଶୋର ଚନ୍ଦ୍ର ଦଣ୍ଡସେନା, ସଞ୍ଜୟ ଗୌଡ଼, ନୀଳକଣ୍ଠ ନାୟକ, କେଦାରନାଥ କର, ସୁଶାନ୍ତ ସାହୁ, ସୁଷମା ବାଣୁଆରାୟୀ, ପ୍ରଜ୍ଞାଦୀପ୍ତା ପାଇକ, ମମତା ବେହେର୍ଦଳାଇ, ରବିନା ଦାସ, ବିରଜା ମାଳିନୀ ନାୟକ, ମନୋଜ ମଣ୍ଡଳ ଆଦି ଉପସ୍ଥିତରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ l ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l
No Result
View All Result