୧୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଆତ୍ମନିର୍ଭରଶୀଳ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ଆକର୍ଷଣୀୟ ରାକ୍ଷୀ ଷ୍ଟଲ ଆକୃଷ୍ଟ କରୁଛି ଗ୍ରାହକ ମାନ ଙ୍କୁ ପୁରୀ ଜିଲ୍ଲା ପରିଷଦ ଏବଂ ଓରମାସ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ହାତ ତିଆରି ରାକ୍ଷୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ନିକଟ ଓ ବଡଶଙ୍ଖ ଛକ ନିକଟରେ ସ୍ୱୟଂ ସହାୟକ ଗୋଷ୍ଠୀର ରାକ୍ଷୀ ଷ୍ଟଲ ଖୋଲା ଯାଇଛି ।

ଏହି ଷ୍ଟଲକୁ ଜିଲ୍ଲା ପରିଷଦର ଅତିରିକ୍ତ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ବେହେରା ଉଦଘାଟନ କରିଥିଲେ । ଏହି ରାକ୍ଷୀ ଗୁଡିକ ସବାଇ ଘାସ,ମାଳି, ତାଳପତ୍ର ଖୋଦେଇ ଓ ଟେରାକୋଟ ଦ୍ଵାରା ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନଙ୍କ ହାତରେ ପ୍ରସ୍ତୁତ କରାଯାଇଛି ।















