No Result
View All Result
୧୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ବ୍ଲକର ବିଭିନ୍ନ ସ୍ଥାନରେ ୭୮ ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳନ ହୋଇଥିଲା । ବେଗୁନିଆ ବ୍ଲକ କାର୍ଯ୍ୟାଳୟ ସଲଗ୍ନ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ବ୍ଲକ ପ୍ରଶାସନ ପକ୍ଷରୁ ତହସିଲଦାର ତାପସ ବିଶିଙ୍କ ଆବାହକତ୍ବରେ ବିଧାୟକ ପ୍ରଦୀପ କୁମାର ସାହୁ ଉପସ୍ଥିତ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ । ପରେ ଶିକ୍ଷାବିତ ତଥା ସାମ୍ବାଦିକ ଭଗବାନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସାଧାରଣ ସଭା ଆୟୋଜନ କରାଯାଇ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ମଣ୍ଡଳ ଉନ୍ନୟନ ଅଧିକାରୀ ଲକ୍ଷ୍ମୀଧର ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାସ୍କର ଲେଙ୍କା ଓ ସରପଂଚ ସତ୍ୟ ନାରାୟଣ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।
ଏଥିରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବ ବ୍ୟକ୍ତି ବିଶେଷ ଓ ଛାତ୍ର/ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏତଦ ବ୍ୟତୀତ ବ୍ଲକ କାର୍ଯ୍ୟାଳୟରେ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି,ବିଜୁ ଭବନ କାର୍ଯ୍ୟାଳୟରେ ବିଧାୟକ ପ୍ରଦୀପ କୁମାର ସାହୁ, ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଧାୟକ ପ୍ରଦୀପ କୁମାର ସାହୁ,ସାରୁଅ ଗ୍ରାମସ୍ଥିତ ବିପ୍ଳବୀ ଯୁବ ପରିଷଦ ପକ୍ଷରୁ ବିଧାୟକ ପ୍ରଦୀପ କୁମାର ସାହୁ, ବେଗୁନିଆ ଓ ବାଘମାରି ଥାନା କାର୍ଯ୍ୟାଳୟରେ ନୀରିକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡା ଓ ଶମ୍ଭୁନାଥ ନାୟକ,ବେଗୁନିଆ ବନପାଳ କାର୍ଯ୍ୟାଳୟରେ ବନପାଳ ପ୍ରିୟଦର୍ଶିନୀ ସେଠୀ,
ସନରାଇଜ ସ୍ପୋର୍ଟସ ଆସୋସିଏସନ ସଭାପତି ତଥା ପତିତପାବନ ଯୁବକ ସଂଘର ସମ୍ପାଦକ ଗଙ୍ଗାଧର ମାର୍ଥା,କଣ୍ଟାବାଡ ସରସ୍ଵତୀ ଶିଶୁ ମନ୍ଦିରରେ ଶିକ୍ଷା ବିକାଶ ସମିତିର ପୂର୍ବ ସମ୍ଭାଗ ସଭାପତି କୁଳମଣି ମିଶ୍ର,ବାଘମାରୀ ଗ୍ରାମସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ରେ ସମାଜସେବୀ ବ୍ରଜବନ୍ଧୁ ସୁବୁଦ୍ଧି, କୁଶପଲା ଗ୍ରାମସ୍ଥିତ ନୁରାନି କ୍ଲବ ପକ୍ଷରୁ ଗ୍ରାମ୍ୟ କମିଟି ସଭାପତି ମହମ୍ମଦ ମୋହିଉଦ୍ଦିନ ଅହମ୍ମଦ, ବେଗୁନିଆ ମା ବରମୂଳେଇ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସଭାପତି ଦିଲୀପ କୁମାର ସାହୁ, ପୋଡ଼ାଡିହ ଗ୍ରାମସ୍ଥିତ ଭାରତୀୟ ବିଦ୍ୟା ନିକେତନର ସମ୍ପାଦକ ଶୁଭକାନ୍ତ ମହାପାତ୍ର, ବଡ଼ବେରଣା ସେବା ସମବାୟ ସମିତି ପକ୍ଷରୁ ସଭାପତି ପରମା l
No Result
View All Result